୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଲାଗି ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ବାସ୍ତବରେ ତାହା ଚାଷୀଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ପରଖିବାକୁ କେହିନାହିଁ। ଫଳରେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଛି।
ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟି(ଏସ୍‌ଏଲ୍‌ବିସି) ବୈଠକରେ ଉନ୍ନୟନ ଆୟୁକ୍ତ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ସବୁବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କିଷାନ କ୍ରେଡିଟ୍‌ କାର୍ଡ(କେସିସି) ଥିବା ଚାଷୀଙ୍କୁ ଋଣ ଦେବାପାଇଁ ବାରମ୍ୱାର ନିର୍ଦ୍ଦେଶ ଦେଉଛନ୍ତି। ହେଲେ ତାହା କିଭଳି ପ୍ରତିଫଳିତ ହେଉନାହିଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ତଥ୍ୟରୁ ଜଣାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କ ପାଇଁ କେସିସି ମାଧ୍ୟମରେ ଯେଉଁ ଋଣ ଆବେଦନ ଆସିଥିଲା ତା’ର ମାତ୍ର ୩୦ପ୍ରତିଶତ ଆବେଦନକୁ ବିଚାରକୁ ନିଆଯାଇଥିବାବେଳେ ପ୍ରାୟ ୭୦ ପ୍ରତିଶତ ଆବେଦନକୁ ନାକଚ କରି ଦିଆଯାଇଛି।
ବିଭାଗ ପକ୍ଷରୁ ଡିସେମ୍ୱର ୧୭ରେ ଏସ୍‌ଏଲ୍‌ବିସିକୁ ପ୍ରଦାନ କରାଯାଇଥିବା ବିବରଣୀରେ ସ୍ୱତନ୍ତ୍ର ସଚିବ ଦର୍ଶାଇଛନ୍ତି ଯେ, ୩୦ ସେପ୍ଟେମ୍ୱର ୨୦୨୫ ସୁଦ୍ଧା ବିଭିନ୍ନ ବ୍ୟାଙ୍କରେ ମୋଟ ୬୯,୧୮୭ଟି ପଶୁପାଳନ ଆବେଦନ ଗ୍ରହଣ ହୋଇଥିବା ବେଳେ ଏଥିମଧ୍ୟରୁ ୧୯,୧୬୭ଟି ମଞ୍ଜୁର, ୪୭,୬୨୦ଟି ନାକଚ ଏବଂ ୨,୪୦୦ଟି ବିଚାରାଧୀନ ରହିଛି। ବ୍ୟାଙ୍କ ପକ୍ଷରୁ ଏତେସଂଖ୍ୟକ ଚାଷୀଙ୍କ ଆବେଦନ ଖାରଜ ହେବା ଚିନ୍ତା ବଢାଇଛି।
ତଥ୍ୟ ଅନୁସାରେ, ମତ୍ସ୍ୟଚାଷ କ୍ଷେତ୍ରରେ ୧୧,୮୪୫ଟି ଗ୍ରହଣ ଆବେଦନ ମଧ୍ୟରୁ ୨,୫୪୪ଟି ମଞ୍ଜୁର, ୯,୦୬୧ଟି ନାକଚ ଏବଂ ୨୪୦ଟି ବିଚାରାଧୀନ ରହିଛି। ଏଥିମଧ୍ୟରୁ ଚଳିତ ବର୍ଷ ମାତ୍ର ୩୪ଟି ଆବେଦନ ମଞ୍ଜୁର ହୋଇଛି। ଏନେଇ ମତ୍ସ୍ୟ ନିର୍ଦ୍ଦେଶକ ବୈଠକରେ ପରାମର୍ଶ ଦେଇଛନ୍ତି ଯେ, କେସିସି ମଞ୍ଜୁର କରୁଥିବା ଗ୍ରାମ୍ୟ ଶାଖାଗୁଡ଼ିକର ନିୟମିତ ସମୀକ୍ଷା କରାଯାଇ ଆବେଦନଗୁଡ଼ିକର ବିଚାରାଧୀନ ଅବସ୍ଥା ହ୍ରାସ କରାଯାଉ। ଏହାଦ୍ୱାରା ଅଧିକ ସଂଖ୍ୟକ ଚାଷୀ ଯୋଜନାର ଲାଭ ପାଇପାରିବେ ବୋଲି ସେ ମତ ଦେଇଛନ୍ତି।
ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶକ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଦସ୍ତାବିଜ୍‌ ପ୍ରକ୍ରିୟାକୁ ସରଳୀକରଣ କରାଯାଇ ସର୍ୱାଧିକ ଚାଷୀ ଯୋଜନାଗୁଡ଼ିକର ସୁବିଧା ପାଇପାରିବେ। ଏହା ଦ୍ୱାରା ଆବେଦନ ନାକଚ ହେବାର ସଂଖ୍ୟା ହ୍ରାସପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପଶୁପାଳନ ଓ ପଶୁଚିକିତ୍ସା ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ଅଧୀନରେ ସହାୟତାପ୍ରାପ୍ତ ଚାଷୀଙ୍କୁ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ ପୁଞ୍ଜି (ୱାର୍କିଂ କ୍ୟାପିଟାଲ) ଋଣ ଯୋଗାଇ ଦେବା ଉଚିତ। ମୟୂରଭଞ୍ଜ ଜିଲାର ଉଦାହରଣ ଦେଇ ସେ କହିଛନ୍ତି, ସେଠାରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ ପୁଞ୍ଜି ଋଣ ବଢ଼ାଉନାହାନ୍ତି। ଏହା ଚାଷୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି ବୋଲି ସେ ମତ ଦେଇଛନ୍ତି। ମତ୍ସ୍ୟ ନିର୍ଦ୍ଦେଶକ ଆହୁରି ସୂଚନା ଦେଇଛନ୍ତି ଯେ, ସମବାୟ ବ୍ୟାଙ୍କ ମତ୍ସ୍ୟଚାଷ କେସିସି ପ୍ରସ୍ତାବଗୁଡ଼ିକରେ ସର୍ୱାଧିକ ମଞ୍ଜୁରୀ କରିଛି। ଅନ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇ ସେ କହିଛନ୍ତି, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ କେସିସି ପ୍ରଦାନରେ ଅଧିକ ଗୁରୁତ୍ୱ ଦିଆଯାଉ ଏବଂ କୃଷି କେସିସି ସହିତ ଏହାକୁ ଏକ ଯୌଗିକ ଋଣ (କମ୍ପୋଜିଟ୍‌ ଲୋନ୍‌) ରୂପେ ବଢ଼ାଇ ଦିଆଯାଉ। କାରଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଜାମିନ (କୋଲାଟେରାଲ୍‌) ଆବଶ୍ୟକତା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri