ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ ପକ୍କା ରାସ୍ତା ନ ଥିବାବେଳେ ସାମଜିକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ପ୍ରାୟ ସେଠାରେ ହେଉନାହିଁ। ଏତେ ସୁନ୍ଦର ପରିବେଶ ମଧ୍ୟରେ ରହିଥିବା ଉକ୍ତ ଯୋଗୀମଠ ଐତିହ୍ୟ ଓ ପାରମ୍ପରିକ ଲୋକ କଥା ରହିଛି। କୁହାଯାଏ, ଉକ୍ତ ଜଳପ୍ରପାତରେ ପୂର୍ବଜମାନେ ଜପତପ କରି ମନ ଓ ଶରୀରକୁ ସୁସ୍ଥ ରଖୁଥିଲେ। ଯୋଗୀମଠ ଜଳପ୍ରପାତରେ ବିଶାଳ ପଥର ଖଣ୍ଡ ଖଣ୍ଡ ତଥା ଥାକଥାକ ହୋଇ ସଜେଇଲା ଭଳି ରହିଛି ଏବଂ ପ୍ରାୟ ୪୦ ଫୁଟ ଉଚ୍ଚତାରୁ ଜଳ ପଡୁଛି ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ୪ ପଟେ ପାହାଡ଼ ସହ ଘଞ୍ଚ ଜଙ୍ଗଲ ଘେରି ରହିଛି। ସେହି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେବା ସହ ଶାନ୍ତ ପରିବେଶ ଏକ ଅନନ୍ୟ ଅନୁଭୂତି ଯୋଗାଉଛି। ଯୋଗୀମଠକୁ ନେଇ ଗବେଷକମାନେ ଗବେଷଣା କରୁଥିବା ମଧ୍ୟ କୁହାଯାଉଛି।

ପ୍ରକାଶ ଯେ, ଯୋଗୀମଠ ଜଳପ୍ରପାତକୁ ଯିବାକୁ ହେଲେ ଦାରିଙ୍ଗବାଡ଼ି ବ୍ଲକ ହେଡ୍‌ କ୍ୱାର୍ଟରଠାରୁ ସରାମୁଳି ପଞ୍ଚାୟତକୁ ପ୍ରାୟ ୫୦ କିମି ଯିବାକୁ ପଡ଼ିବ। ସେଠାରୁ ପ୍ରାୟ ୧୦ କିମି ଦୂର ଯିବା ପରେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବେ। ତେବେ ସବୁଦିନିଆ ରାସ୍ତା ନ ଥିବାରୁ ପର୍ଯ୍ୟଟକ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି ଚଳିତ ବର୍ଷ ସେଠାରେ ପହଞ୍ଚିବା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ସହ ପାହାଚ କରାଯାଉଛି। ଏକ ସଂଯୋଗୀ ରାସ୍ତାରେ ନାଳ ବାଧକ ସାଜିଥିବାରୁ ସେଠାରେ ଦୀର୍ଘ କଲଭର୍ଟ ନିର୍ମାଣ କରାଯିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri