ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୭ ଗିରଫ, ଜବତ ହେଲା ଲକ୍ଷାଧିକ ଟଙ୍କାର…

ବଲାଙ୍ଗୀର, ଖପ୍ରାଖୋଲ ୧୯।୧୨(ସୁନିଲ ମହାନ୍ତି/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବିଦ୍ୟୁତ୍‌ ତାର ଚୋରି ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହେବା ସହିତ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ପୋଲିସ ଗଣମାଧ୍ୟମକୁ ଜବତ ସାମଗ୍ରୀ ଦେଖାଇବା ସହିତ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେହେଲେ କଣ୍ଟାବାଞ୍ଜି ଥାନା ଅଂଚଳର ଅଶୋକ ମଲ୍ଲିକ(୩୧), ନୃପ ବଗର୍ତ୍ତି(୨୫), ପ୍ରଶାନ୍ତ ବଗର୍ତ୍ତି (୨୭), ଭରତ କୁମ୍ଭାର(୨୪), ମୁକେଶ ନାଏକ(୨୬), ସଞ୍ଜୟ ତାଣ୍ଡି(୨୬)। ଏହା ସହ ଚୋରା ଆଲୁମିନିୟମ ବିଦ୍ୟୁତ୍‌ ତାର କିଣିବା ଅଭିଯୋଗରେ କଣ୍ଟାବାଞ୍ଜି ଆମପଡାର ବାସନ ଫ୍ୟାକ୍ଟ୍ରି ମାଲିକ ପ୍ରକାଶ ବେହେରା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୂଚନାଅନୁସାରେ ୪ ଦିନ ତଳେ ଖପ୍ରାଖୋଲ ଥାନା ବେଲପଡ଼ା ବ୍ଳକ ମାଟିଖାଇ ଗାଁ ନିକଟରେ ଆଲୁମିନିୟମ ବିଦ୍ୟୁତ୍‌ ତାର ଚୋରି ହୋଇଥିବା ନେଇ ବିଦ୍ୟୁତ୍‌ ବିଭାଗ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ପୋଲିସ ଚୋରମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଚୋରିରେ ବ୍ୟବହୃତ ଏକ ଟାଟା ଏସି ଚାରିଚକିଆ ଗାଡ଼ି, ୩ ଦାମୀ ମୋଟର ସାଇକେଲ, ୮ ଟି ମୋବାଇଲ ଫୋନ, ନଗଦ ୧୫, ୮୯୦ ଟଙ୍କା ଜବତ ହୋଇଥିବା ବେଳେ, ଦୁଇ ବଣ୍ଡଲ ଆଲୁମିନିୟମ ବିଦ୍ୟୁତ୍‌ ତାର, ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ସେହିପରି ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ମଧ୍ୟ ଜଣକୁ ଗିରଫ କରିବା ସହିତ ଏକ ବାସନ କାରଖାନାରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜ, ଦେକଚି, କଡ଼େଇ, ହଣ୍ଡା ଆଦି ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୭୭/୨୫ରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ଏହି ଅବସରରେ ଥାନା ଏସଆଇ ଲିଙ୍ଗରାଜ କିସାନ, ତଦନ୍ତ କରି ଅଧିକାରୀ ନାରାୟଣ ସାହୁ, ଏଏସଆଇ ନବୀନ ଭୋଇ, ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri