ସୂଚନାନୁଯାୟୀ, କୈଳାସ ଗୌଡ଼ଙ୍କ ସ୍ତ୍ରୀ ରଜନୀ ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟାରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଆକସ୍ମିକ ନିଆଁ ଲାଗି ଯାଇଥିଲା। ସେ ପାଟି କରିବାରୁ ଆଖପାଖ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିଥିବା ସିଲିଣ୍ଡରକୁ କୌଶଳ କ୍ରମେ ଘର ବାରିପଟ ଖୋଲା ଜାଗାରେ ଫୋପାଡି ଦେଇଥିଲେ। ଖବରପାଇ ସରପଞ୍ଚ ଗୀତାଞ୍ଜଳି ଜାନି ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଘଟଣା ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଘଟଣରେ କେହି ଆହାତ ହୋଇ ନ ଥିବା ବେଳେ ନିଶ୍ଚିତ ଦୁର୍ଘଟଣାରୁ କୈଳାସଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।


