କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି ଏବଂ ଖର୍ଚ୍ଚ ମଧ୍ୟ ବଢୁଛି। ଏହାର ସରଳ ସମାଧାନ ପାଇଁ ମହାରାଷ୍ଟ୍ରର ଆଦିତ୍ୟ ପିଙ୍ଗ୍ଲେ ଏକ ରୋବୋ ନିର୍ମାଣ କରିଛନ୍ତି। ନାସିକ୍ ଜିଲା ଅଓ୍ୱାନଖେଦ ଗାଁର ୧୭ ବର୍ଷୀୟ ଆଦିତ୍ୟ। ବଡ଼କଥା ହେଉଛି ଏହି ରୋବୋ ସ୍କ୍ରାପ୍ ବା ଅଦରକାରୀ ଜିନିଷରୁ ତିଆରି ହୋଥଛି। ଏହି ରୋବୋ ୧୨ ଭୋଲ୍ଟ ବ୍ୟାଟେରିରେ ଚାଲୁଛି, ଯାହା ରିଚାର୍ଜ କରାଯାଇପାରୁଛି। ଏହା ଏକାଥରକେ ୧୬ ଲିଟର କୀଟନାଶକ ନେଇପାରୁଛି। ଏହା ହାଲୁକା ଓ ଶସ୍ତା ଏବଂ ମୋବାଇଲ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଉଛି। ଏଭଳି ଏକ ରୋବୋ ନିର୍ମାଣ କରିବା ପୂର୍ୱରୁ ସେ ସାଲାମ ମୁମ୍ୱାଇ ଫାଉଣ୍ଡେଶନ ଦ୍ୱାରା ଦିଆଯାଉଥିବା ମୋବାଇଲ ମରାମତି ପ୍ରଶିକ୍ଷଣ ନେଇଥିଲେ। ସେଠାରେ ରୋବୋ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଜାଣିବାକୁ ପାଇଲେ। ପରେ ନିଜେ ଏକ ରୋବୋ ନିର୍ମାଣ କରିବାକୁ ଆଗେଇ ଆସିଥିଲେ। ତାଙ୍କ ସାଙ୍ଗ ପରାଶରାମ ଓ ଅଭିଜିତ୍ଙ୍କ ସହଯୋଗରେ ଏବେ ସଫଳତା ପାଇଛନ୍ତି।


