ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି । ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି ସକାଳୁ ବାଲିଆପଶି ଗ୍ରାମବାସୀ ଶୌଚ ହେବାକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ମରି ପଡି ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ କିପରି ଓ କାହିଁକି ହାତୀର ମୃତ୍ୟୁ ହେଲା ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ରକାଶଥାଉକି, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡିଥିଲା । ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଡ୍ରୋନ କ୍ୟାମେରା ସାହାଯ୍ୟରେ ଫାଶରେ ପଡିଥିବା ବାଘକୁ ଦେଖି ଉଦ୍ଧାର କରିଥିଲେ ।


