ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା: ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ

ପୁରୀ,୫।୫: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍‌ପି ପ୍ରତୀକ ସିଂହ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ଏସ୍‌ପି କହିଛନ୍ତି। ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ଏକାଧିକ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଏପରିକି ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ବୋଲି ଏସ୍‌ପି କହିଛନ୍ତି।

ରଥ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଏଲ୍‌ଇଡି ସ୍କ୍ରିନ ଲଗାଯିବ। ଏପରିକି ରଥଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୁଗଲର ସହାୟତା ନିଆଯିବ। ଅନ୍ୟପକ୍ଷେ ରଥ ସମୟରେ ଅମାନିଆ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ବର୍ଷିଲେ ମୋକିମ, କହିଲେ ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି

ଭବାନୀପାଟଣା,୧୧ା୫(ଉତ୍ତମ ଦାଶ): କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି…

ମୁଖ୍ୟମନ୍ତ୍ରୀ ହେଉ ହେଉ ପ୍ରଥମ କ୍ୟାବିନେଟ ବୈଠକରେ ୬ ବଡ଼ ନିଷ୍ପତ୍ତି ନେଲେ ଶୁଭେନ୍ଦୁ, ଯାହା କରି ନଥିଲେ ଦିଦି କରି ଦେଖାଇବେ ଅଧିକାରୀ

କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ,…

ଅନ୍ୟ ଥାନା ଉପରେ ନିର୍ଭର କରୁଛି ପୁରୁଷୋତ୍ତମପୁର ପୋଲିସ: ମହିଳା-ଶିଶୁ ଡେକ୍ସରେ ପୁରୁଷ ଅଧିକାରୀ, ସମସ୍ୟା ଜଣାଇବାକୁ କୁଣ୍ଠିତ ପୀଡ଼ିତା

ପୁରୁଷୋତ୍ତମପୁର,୧୦।୫ (ସବିତା ମିଶ୍ର): ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଗୃହ ବିଭାଗ…

କଟକରେ ବୁଲିଲା ଖଣ୍ଡା: ହଠାତ୍‌ ସ୍କୁଟିରେ ଆସି…

କଟକ,୧୧।୫: କଟକରେ ବୁଲିଲା ଖଣ୍ଡା । ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ଖଣ୍ଡାରେ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସଦର ଥାନା ପୁରୁଣା କାଚରାମାଳରେ। ମରଣାନ୍ତକ…

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି: ଭାରତ-ବାଂଲାଦେଶ ସୀମାରେ ଲାଗିବ ତାରବାଡ଼

କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା…

ବସିଥିବା ବେଳେ ପୁଅକୁ ଧକ୍କାଦେଲା ପିକଅପ୍‌ ମେଡିକାଲରେ ଗଲାଜୀବନ: ରାଜପଥରେ ୨୬ରେ ଜଳୁଛି ନିଆଁ

କେସିଙ୍ଗା,୧୧।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ନରସିଂହ ସାହୁ(୧୭)ରାତିରେ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri