ଓଡ଼ିଶା ବିଚାରପତିଙ୍କ ନକାରାତ୍ମକ ସର୍ତ୍ତକୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା

କଟକ, ୫।୫(କାର୍ତ୍ତିକ ସାହୁ): ରାୟଗଡ଼ା ଜିଲା କାଶୀପୁର ଥାନା ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ୨୦୨୫ ମେ ୯ତାରିଖରେ ଦେଇଥିବା ଆଦେଶକୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତିର ଅଭିଯୁକ୍ତଙ୍କୁ ଜାମିନ ପାଇଁ ଥାନା ସଫା କରିବା ଭଳି ସର୍ତ୍ତ ରଖାଯିବା ଘଟଣାରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ପ୍ରଧାନବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘଟଣାକୁ ନିଜ ଆଡ଼ୁ(ସୋ ମୋଟୋ) ଗ୍ରହଣ କରି ଏଭଳି ସର୍ତ୍ତକୁ ଅବୈଧ ବା ନଲ୍‌ ଆଣ୍ଡ ଭଏଡ୍‌ ଘୋଷଣା କରିଛନ୍ତି। ଏଥିସହିତ ଏଭଳି କ୍ରୁର ପ୍ରଥାକୁ ବନ୍ଦ କରିବାକୁ ଅଦାଲତଗୁଡ଼ିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏଭଳି ସର୍ତ୍ତ ଏକ ପୂର୍ବ ନିର୍ଦ୍ଧାରିତ ମାନସିକତା ଏବଂ ପକ୍ଷପାତକୁ ଦର୍ଶାଉଛି। ଏହା ଓଡ଼ିଶା ନ୍ୟାୟପାଳିକା ଉପରେ ଜାତିଗତ ଭେଦଭାବର ଏକ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ଅତ୍ୟନ୍ତ ଘୃଣ୍ୟ, କ୍ରୂର, ଅପମାନଜନକ ଏବଂ ଆଇନ ବିରୋଧୀ। ଆମ ଦେଶର ନିୟମ ଅନୁସାରେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ ଅଟନ୍ତି। କିଛି ନ୍ୟାୟିକ ଅଧିକାରୀ କେବଳ ଅଭିଯୋଗ ଆଧାରରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଦୋଷୀ ବୋଲି ଧରିନେଇ ଏଭଳି ଅମାନୁଷିକ ସର୍ତ୍ତ ରଖିବା ଅତ୍ୟନ୍ତ ନିରାଶାଜନକ। ଖଣ୍ଡପୀଠ ଆହୁରି କହିଛନ୍ତି, ୨୦୨୬ ମସିହାରେ ନ୍ୟାୟପାଳିକା ଯଦି ଏଭଳି ବ୍ୟବହାର କରିବ, ତେବେ ଗତ ୭୫ ବର୍ଷର ସ୍ବାଧୀନତା ଏବଂ ମୁକ୍ତିର କୌଣସି ଅର୍ଥ ରହିବ ନାହିଁ।
ସୂଚନାଯୋଗ୍ୟ, ରାୟଗଡ଼ା ସିଜିମାଳିରେ ଖଣି ଖନନକୁ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି। ହେଲେ ସମ୍ପୃକ୍ତ କମ୍ପାନୀ ପୋଲିସ ଏବଂ ପ୍ରଶାସନକୁ ହାତେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଜୁଲୁମ୍‌ କରୁଛି। ୨୦୨୪ ସେପ୍ଟେମ୍ବର ୧୯ରେ କାର୍ତ୍ତିକ ନାଏକଙ୍କ ଗିରଫଦାରିକୁ ବିରୋଧ କରି କୁମ୍ବେଶ୍ୱର ନାଏକଙ୍କ ନେତୃତ୍ୱ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ ଲୋକ କାଶୀପୁର ଥାନା ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସ୍ଥାନୀୟ ତହସିଲ୍‌ଦାର ଲୋକମାନଙ୍କୁ ବୁଝାଶୁଝା କରିବା ପରିବର୍ତ୍ତେ ଗିରଫ ଭୟ ଦେଖାଇଥିଲେ। ଏହାପରେ ଲୋକମାନେ ଥାନା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ପୋଲିସ କୁମ୍ବେଶ୍ୱରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ ସେ ଏହି ଗିରଫଦାରିଗୁ ବିରୋଧ କରି କୋର୍ଟରେ ଜାମିନ ଆବେଦନ କରିଥିଲେ। ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ସଞ୍ଜୀବ ପାଣିଗ୍ରାହୀଙ୍କ ଅଦାଲତ ଉକ୍ତ ଜାମିନ ଆବେଦନର ଶୁଣାଣି କରି ଆବେଦନକାରୀଙ୍କୁ ୨ମାସ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଶୀପୁର ଥାନା ସଫେଇ କରିବାକୁ ସର୍ତ୍ତ ରଖିଥିଲେ। ଏପରି କି ଆବେଦନକାରୀ କୁମ୍ବେଶ୍ୱରଙ୍କୁ ଥାନା ସଫେଇ ପାଇଁ ସମସ୍ତ ଉପକରଣ ଯୋଗାଇ ଦେବାକୁ କାଶୀପୁର ଥାନା ଅଧିକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?