ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ ତାହା ଥିଲା ଟିନା ବା ଦ୍ୟାରିଜ୍‌ ନୋ ଅଲ୍ଟରନେଟିଭ୍‌। ଏବେ ସେହିସବୁ ଚିନ୍ତାଧାରାରୁ ଭାରତୀୟ ଭୋଟର ଦୂରେଇଗଲେଣି। ୨୦୨୪ ମସିହା ନିର୍ବାଚନ ବେଳକୁ ଓଡ଼ିଶାରେ ମଧ୍ୟ କୁହାଯାଉଥିଲା ଯେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। କାରଣ ସାଧାରଣ ଭୋଟର ଭାଜପାକୁ ଦେଖିଲା ବେଳକୁ କୌଣସି ନେତା ଦୃଷ୍ଟିଗୋଚର ହେଉ ନ ଥିଲେ। କିନ୍ତୁ ଏବେ ଅଧିକାଂଶ ଓଡ଼ିଆ ମୋହନ ଚରଣ ମାଝୀଙ୍କୁ ଏକ ସ୍ବାଗତଯୋଗ୍ୟ ବିକଳ୍ପ ଭାବେ ସ୍ବୀକାର କରିନେଲେଣି। ସେହିଭଳି ଭାବେ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ଏବଂ ଆସାମରେ ଦ୍ୱିତୀୟ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ବାଜି ଲଗାଇ ପାରିବେ ନାହିଁ। ନିଷ୍ପତ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ। ପୂର୍ବଭଳି ଗତାନୁଗତିକ ନେତାଙ୍କୁ ଛାଡ଼ି ନୂଆ ଲୋକଙ୍କୁ ଆଣିବା ଫଳରେ ଯେଉଁ ପ୍ରଶାସନିକ ପରିବର୍ତ୍ତନ ଘଟୁଛି, ତାହାକୁ ଜନସାଧାରଣ ସ୍ବାଗତ କରୁଛନ୍ତି ବୋଲି ପ୍ରତ୍ୟେକଟି ନିର୍ବାଚନରୁ ପ୍ରମାଣିତ ହେଉଛି।
ମମତା ବାନାର୍ଜୀଙ୍କ ତୃତୀୟ ନିର୍ବାଚନ ବା ୧୫ ବର୍ଷ ଶାସନରେ ଜନସାଧାରଣ ଅତିଷ୍ଠ ହେବା ଏକପ୍ରକାର ବୁଝାପଡୁଥିଲା। ଭାରତୀୟ ଭୋଟରଙ୍କର ପରିବର୍ତ୍ତନ ପାଇଁ ଆକାଂକ୍ଷା ମଧ୍ୟ ସ୍ବାଗତଯୋଗ୍ୟ। ଭାରତୀୟ ସମ୍ବିଧାନରେ ୫ ବର୍ଷର ଜୀବନକାଳ ଦିଆଯାଇଛି ନିର୍ବାଚିତ ଗୃହକୁ। ଏଥିସହିତ ବିଭିନ୍ନ ସମୟରେ ବିଧାନସଭା ନିର୍ବାଚନଗୁଡ଼ିକ ହେଉଥିବାରୁ କ୍ଷମତାସୀନ ଦଳ ପାଇଁ ସବୁବେଳେ ଏକ ପରୀକ୍ଷା ଦେବାକୁ ପଡ଼ୁଛି। ଏହି ବ୍ୟବସ୍ଥା ଗଣତନ୍ତ୍ରକୁ ସୁଦୃଢ଼ କରି ରଖିପାରୁଛି। ଏଭଳି ନିର୍ବାଚନ ଦ୍ୱାରା ପ୍ରତ୍ୟେକ ଦଳକୁ ନିଜର ଆଭ୍ୟନ୍ତରୀଣ ସାଙ୍ଗଠନିକ ଶକ୍ତି ସହ ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଦେବାର ଆବଶ୍ୟକତା ସମ୍ପର୍କରେ ସଚେତନ ରହିବାକୁ ପଡୁଛି।
କୁହାଯାଏ ଯେ, ଗଣତନ୍ତ୍ରରେ ଏକ ଦଶନ୍ଧି ପରିବର୍ତ୍ତନ ଆଣିବା ପାଇଁ ଯଥେଷ୍ଟ। ଭାରତର କେତୋଟି ରାଜ୍ୟ ଯଥା-ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ନାଟକ ଏବଂ କେରଳରେ ପ୍ରାୟତଃ ପ୍ରତ୍ୟେକ ୫ରୁ ୧୦ ବର୍ଷରେ ଶାସକ ଦଳ ବଦଳିଯାଏ। ସେଥିପାଇଁ ଅର୍ଥନୈତିକ ଅଗ୍ରଗତି ସହ ଶିଳ୍ପ ଓ ବ୍ୟବସାୟର ଉନ୍ନତିକୁ ଦେଖିଲେ ଦକ୍ଷିଣ ଭାରତ ଯଥେଷ୍ଟ ଆଗୁଆ ରହୁଛି। ଶିକ୍ଷିତ ଓଡ଼ିଆ ଯୁବତୀଯୁବକ ହାଇଦ୍ରାବାଦ, ବାଙ୍ଗାଲୋର କିମ୍ବା ମାଡ୍ରାସ ଯିବାକୁ ଇଚ୍ଛାପ୍ରକାଶ କରିଥାନ୍ତି। ଏପରିକି ଦିଲ୍ଲୀ ବ୍ୟତୀତ ଅଣକୁଶଳୀ ଓଡ଼ିଆ ଉତ୍ତରପ୍ରଦେଶ, ବିହାର କିମ୍ବା ମଧ୍ୟପ୍ରଦେଶ ଯିବାର ଦେଖାଯାଏ ନାହିଁ। କାରଣ ଯେଉଁସବୁ ଜାଗାରେ ଦୀର୍ଘଦିନ ପର୍ଯ୍ୟନ୍ତ ରାଜନୈତିକ ସ୍ଥିରତା ବଜାୟ ରହୁଛି, ସେହିସବୁ ରାଜ୍ୟର ଅଗ୍ରଗତି ଧିମେଇ ଯାଉଛି। ଏହାର ପ୍ରମାଣ ଓଡ଼ିଶାବାସୀ ନିଜେ ୨୪ ବର୍ଷର ବିଜୁ ଜନତା ଦଳର ଶାସନରେ ଦେଖିବାକୁ ପାଇଲେ। ପ୍ରଥମ ଦଶନ୍ଧିରେ ନବୀନ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକୁ ଅସ୍ବୀକାର କରିହେବ ନାହିଁ। ପରବର୍ତ୍ତୀ ସମୟରେ, ବାରମ୍ବାର ଜିତିବା ଫଳରେ ବିଜୁ ଜନତା ଦଳ ମଧ୍ୟ ଓଡ଼ିଆ ଭୋଟରଙ୍କୁ ନିଜ ପୋଷା ଜନ୍ତୁ ଭାବେ ବ୍ୟବହାର କରିବାକୁ ଆରମ୍ଭ କଲେ। ଏହା ଦର୍ଶାଉଛି ଯେ, ୧୦ ବର୍ଷରୁ ଅଧିକ କୌଣସି ଦଳ କ୍ଷମତାସୀନ ହୋଇ ରହିଲେ ସେଥିରେ ଜନସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଜଗିବା ହୋଇଯାଏ ମୂଳ ଲକ୍ଷ୍ୟ।
ଭାରତୀୟ ଭୋଟର ଏବେ କଣ୍ଟାକଣ୍ଟି ନିର୍ବାଚନ ହେବାକୁ ଦେଉନାହାନ୍ତି। ଯେତେବେଳେ ସମର୍ଥନ କାହାରିକୁ ମିଳୁଛି, ଯେମିତି ପଶ୍ଚିମବଙ୍ଗରେ ଭାଜପା, ତାମିଲନାଡୁରେ ଟିଭିକେ, କେରଳରେ ୟୁଡିଏଫ୍‌, ଲୋକେ ସ୍ପଷ୍ଟ ବହୁମତ ଦେଉଛନ୍ତି। ଏହାଦ୍ୱାରା ଶାସନ ଗାଦିକୁ ଆସୁଥିବା ଦଳ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ କିଛି ବାଧା ସୃଷ୍ଟି ହେବ ନାହିଁ। ଏଭଳି ପରିସ୍ଥିତିରେ ରାଜନେତାମାନଙ୍କୁ ଯେଉଁ ଶକ୍ତି ଦିଆଯାଇଛି ତାହା କିଭଳି ସଦୁପଯୋଗ ହେବ, ପ୍ରଥମ ୫ ବର୍ଷରେ ପ୍ରମାଣ କରିପାରିଲେ ଦ୍ୱିତୀୟ ୫ ବର୍ଷ ମିଳିବା ଦରକାର। ନିକଟ ଅତୀତରେ ପ୍ରାୟ ସବୁ ନିର୍ବାଚନ ପ୍ରମାଣ ଦେଉଛି ଯେ ଭାରତରେ ନେତାର ନାହିଁ ପ୍ରୟୋଜନ, ଭାରତର ନେତା ହେବା ଦରକାର ସ୍ବୟଂ ମତଦାତା। ଏହି ମାନସିକତାକୁ ସୁଦୃଢ଼ କରି ଯଦି ଭାରତୀୟ ଭୋଟର ନିଜର କ୍ଷମତାକୁ ଉଚିତ ଭାବେ ବ୍ୟବହାର କରିପାରିବେ, ତେବେ ଦେଶର ପ୍ରଗତି ସୁନିଶ୍ଚିତ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?