ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଗାଈଟି ଭିମାରିପୁଟ ଗ୍ରାମର ରାମଚନ୍ଦ୍ର କିର୍ଶାନୀଙ୍କ ହୋଇଥିବା ବେଳେ ବଳଦ ବନମାଳୀପୁଟ ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କ ବୋଲି ଜଣାପଡିଛି। ଦୁଇ ଚାଷୀ ନିଜ ନିଜ ଗୃହପାଳିତଙ୍କୁ ହରାଇ ଦୁଃଖ ପ୍ରକାଶ କରିଛନ୍ତି।
ଗାଈଟି ତାଙ୍କ ପରିବାର ପାଇଁ ରୋଜଗାରର ସାଧନ ଥିବା ରାମଚନ୍ଦ୍ର କହିଛନ୍ତି। ସେହିଭଳି ଶ୍ୟାମସୁନ୍ଦର ଯୋଡ଼ାହଳ ମଧ୍ୟରୁ ଗୋଟିଏ ବଳଦର ମୃତ୍ୟୁ ପରେ ଏବେ ଚାଷକାର୍ଯ୍ୟ କିପରି କରିବି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।
ଘଟଣା ସମ୍ପର୍କରେ ଲମତାପୁଟ ତହସିଲଦାର ଦିବାକର ବାଗ ଏବଂ ନନ୍ଦପୁର ବ୍ଲକ ପ୍ରାଣୀଧନ ଅଧିକାରୀ ଯଶବନ୍ତ କୁମୁଟିଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଦୁଇ ବିଭାଗର ଅଧିକାରୀ ଯୁଗ୍ମ ପରିଦର୍ଶନ କରି ବ୍ୟବଚ୍ଛେଦ ଏବଂ କ୍ଷତି ଆକଳନ ରିପୋର୍ଟ ପ୍ରଦାନ କରିବା ପରେ ୨ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।

