ପାଟଣା,୫ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୂଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କେନ୍ଦୁଯୋଡା ଗ୍ରାମର ପ୍ରମିଳା ମହାନ୍ତ ।
ସୂଚନା ଅନୁସାରେ ପ୍ରମିଳା ସୋମବାର ଠାରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ମଙ୍ଗଳବାର ସକାଳେ ଗ୍ରାମବାସୀମାନେ ବୈତରଣୀ ନଦୀ କୂଳରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ମୃତଦେହକୁ ଜବତ କରି ମୃତ୍ୟୁର କାରଣ ଖୋଜିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି ।

