‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ କିମ୍ବା ତାଙ୍କ ଦଳର ସଦସ୍ୟମାନଙ୍କ ପ୍ରତି କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଭାରତ ସରକାର ଦାୟୀ ରହିବେ। ଏହା ବ୍ୟତୀତ, ସେ ଏହି ପୁନରାଗମନ ଇଭେଣ୍ଟରେ “ପକ୍ଷପାତିତାପୂର୍ଣ୍ଣ କାର୍ଯ୍ୟ” ହେବାର ସମ୍ଭାବନା ସମ୍ପର୍କରେ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରାୟ ୧୮ ମାସ ପରେ ଏକ ଭିଡିଓରେ  ସେ ବ୍ରିଜଭୂଷଣ ଶରଣ ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ହେବାକୁ ଥିବା ପ୍ରତିଯୋଗିତା ବ୍ରିଜଭୂଷଣଙ୍କ ସହ ଜଡିତ । ଭାରତୀୟ କୁସ୍ତି ମହାସଂଘ (WFI) ର ପୂର୍ବତନ ମୁଖ୍ୟଙ୍କ ନିକଟତର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ। ଯଦି ପ୍ରତିଯୋଗିତା ସମୟରେ ମୋ ଉପରେ, ମୋ ଦଳ ଉପରେ କିମ୍ବା ମୋର ସମର୍ଥକଙ୍କ ଉପରେ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଭାରତ ସରକାର ଦାୟୀ ରହିବେ ବୋଲି ଭିନେଶ ପୁଣି କହିଛନ୍ତି । ଏହା ବ୍ୟତୀତ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସେ ଗଣମାଧ୍ୟମ ଏବଂ କ୍ରୀଡ଼ା ଭାଇଚାରାମାନଙ୍କୁ ସ୍ଥାନରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଅଭିଯୋଗ ଦାଖଲ କରିଥିବା ଛଅ ଜଣ ମହିଳା ମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ। ମାମଲାଟି ଏବେ ବି କୋର୍ଟରେ ଅଛି, ଏବଂ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଉଛି। ତାଙ୍କ ସହିତ ଜଡିତ ଏକ ସ୍ଥାନରେ ପ୍ରତିଯୋଗିତା କରିବା  ଏବଂ ଯେଉଁଠାରେ ଉପସ୍ଥିତ ଅଧିକାଂଶ ଲୋକ ତାଙ୍କ ସହିତ ଜଡିତ ହୋଇପାରନ୍ତି । ମୋ ଉପରେ ପ୍ରଚଣ୍ଡ ମାନସିକ ଚାପ ସୃଷ୍ଟି କରୁଛି ।”

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?