ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି। ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଖରିଡ଼ା ଗ୍ରାମରେ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଛି। ଧାରଣା ଦେବା ପୂର୍ବରୁ ଯୁବତୀ ଜଣଙ୍କ ସୁରକ୍ଷା ପାଇଁ ହିଞ୍ଜିଳି ଥାନାରେ ନିବେଦନ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। କେବଳ ସେତିକି ନୁହେଁ, ପାରିବାରିକ ନ୍ୟାୟ ଓ ଅଧିକାର ପାଇଁ ଯୁବତୀ ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ କରିବାର କିଛି ସମୟ ପରେ ଯୁବତୀଙ୍କୁ ତାଙ୍କ ଦିଅର ଟାଙ୍ଗିଆରେ ହାଣି ହତ୍ୟା
କରିଛନ୍ତି। ମୃତା ଯୁବତୀ ଜଣଙ୍କ ହେଲେ ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁର ପୂଜା ସ୍ବାଇଁ (୨୧)। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଦିଅରଙ୍କୁ କାବୁ କରି ଥାନାକୁ ନେଇଛି। ଏ ନେଇ ଥାନାରେ ନଂ.୨୯୭/୨୬ରେ ହତ୍ୟା ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠୀ କହିଛନ୍ତି। ମୃତଦେହ ନିକଟରେ ବସି ରହିଥିବା ନିଷ୍ପାପ ଶିଶୁକନ୍ୟାକୁ ଗାଁର ଜଣେ ମହିଳାଙ୍କ ଜିମାରେ ରଖାଯାଇଛି। ତାଙ୍କୁ ଚାଇଲ୍ଡ ଲାଇନ୍‌କୁ ପଠାଯିବ ବୋଲି ଆଇଆଇସି କହିଛନ୍ତି।
ସୂଚନା ଅନୁଯାୟୀ, ପୂଜା ପ୍ରାୟ ଅଢ଼େଇ ବର୍ଷ ତଳେ ସୋସିଆଲ ମିଡିଆ (ଇନ୍‌ଷ୍ଟାଗ୍ରାମ)ରେ ଖରିଡା ଗ୍ରାମର ଚିଣ୍ଟୁ ଗୌଡ ଓରଫ ଜିଣ୍ଟୁ (୨୪)ଙ୍କ ସହ ପରିଚିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ପୁରୀ ଜିଲା ଡେଲାଙ୍ଗର ଏକ ଶିବ ମନ୍ଦିରରେ ବିବାହ କରି ସେମାନେ ଡେଲାଙ୍ଗରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ରହିଥିଲେ। ସେମାନଙ୍କର ଏକ ୨ ବର୍ଷର ଝିଅ ରହିଛି। ଗତ ୧୮ ତାରିଖରେ ଜିଣ୍ଟୁ ପୁଜାକୁ ନେଇ ବ୍ରହ୍ମପୁର ଆସିଥିଲେ। ଏକ ହୋଟେଲ ରେ ଖାଇବା ପରେ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମଧ୍ୟ ପୁଜା, ସ୍ବାମୀ ଜିଣ୍ଟୁର ସନ୍ଧାନ ପାଇନଥିଲେ। ଫଳରେ ପୁଜା ଘଟଣା ନେଇ ୧୯ ତାରିଖରେ ହିଞ୍ଜିଳି ଥାନାରେ ନିଜ ଅଧିକାର ଓ ସ୍ବାମୀ ଓ ଶଶୁର ଘର ପକ୍ଷରୁ ପାରିବାରିକ ହିଂସା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୨୪୧/୨୬ ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ପୁଜାଙ୍କ ଶାଶୁ, ଶଶୁର, ନଣନ୍ଦ ଓ ସ୍ବାମୀଙ୍କୁ ୪୧ ନୋଟିସ ଜାରି କରି ମହିଳାଙ୍କ ବ୍ରହ୍ମପୁର ସଖୀ ସେଣ୍ଟରକୁ ପଠାଇ ଦେଇଥିଲେ। ତେବେ ହିଞ୍ଜିଳି ଥାନାରେ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ଫଳରେ ସୋମବାର ଅର୍ଥାତ୍ ୩ ମଇରେ ପୁଜା ବ୍ରହ୍ମପୁର ମହିଳା ଥାନାରେ ଏକ ପାରିବାରିକ ହିଂସା ନେଇ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଆସି ଖରିଡା ଗ୍ରାମର ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେବା ପାଇଁ କହିବା ସହ ସୁରକ୍ଷା ଦାବି କରିଥିଲେ। ତେବେ ସୋମବାର ସନ୍ଧ୍ୟାରେ ଖରିଡା ଗ୍ରାମରେ ପହଞ୍ଚି ସ୍ବାମୀଙ୍କ ଘର ବାରଣ୍ଡାରେ ୨ ବର୍ଷର ଝିଅକୁ ଧରି ବସିଥିଲେ। ଶଶୁର ଘର ଲୋକ ଘରର ଦାଣ୍ଡ କବାଟ ତାଲା ପକାଇ କୁଆଡେ ଫେରାର ହୋଇଯାଇଥିଲେ। ମଙ୍ଗଳବାର ପୁଜା ନିଜ ୨ ବର୍ଷର ଝିଅ ସହ ଶଶୁର ଘର ବାରଣ୍ଡାରେ ଖାଇ ବସିଥିବା ବେଳେ ଦିଅର ଏକ ଟାଙ୍ଗିଆରେ ପୁଜାଙ୍କ ବେକ, ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ପୁଜା ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୁଜାଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଅଭିଯୁକ୍ତ ଦିଅରଙ୍କୁ ଖରିଡା ଗ୍ରାମରୁ କାବୁ କରି ଥାନାରେ ଅଟକ ରଖିଛି। ସନ୍ଧ୍ୟାରେ ସାଇଣ୍ଟଫିକ ଓ ଫୋରେନ୍ସିକ ଟିମ ଖରିଡା ଗ୍ରାମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ହିଞ୍ଜିଳି ଥାନାରେ ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ପୂଜାଙ୍କ ୨ ବର୍ଷର ଝିଅକୁ ଖରିଡା ଗାଁର ଜଣେ ମହିଳାଙ୍କ ଜିମାରେ ରଖାଯାଇଛି। ତାଙ୍କୁ ଚାଇଲ୍ଡ ଲାଇନ୍‌କୁ ପଠାଯିବ ବୋଲି ଆଇଆଇସି ସେଠୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri