ଆନ୍ଧ୍ର ହାଟରେ ଗଛ ଉପୁଡ଼ି ଓଡ଼ିଶାର ୩ ମହିଳା ମୃତ୍ୟୁ ଘଟଣା, ମୁଚିମପୁଟ ଥାନାରେ କ୍ଷତିପୂରଣ ଦାବି କଲେ…

ନନ୍ଦପୁର/ପାଡୁଆ,୫।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ସୋମବାର ଓଡ଼ିଶା ସୀମାନ୍ତ ଆନ୍ଧ୍ର ପେଦାବାଇଲି ହାଟ ମଝିରେ ଏକ ବିରାଟ ଗଛ ଉପୁଡ଼ି ନନ୍ଦପୁର ବ୍ଲକରେ ତିନିଜଣଙ୍କ ମୃତ୍ୟୁ ଘଟଣା ମଙ୍ଗଳବାର ନୂଆ ମୋଡ ନେଇଛି । କ୍ଷତିପୂରଣ ପ୍ରଦାନ ପରେ ଶବ ବ୍ୟବଚ୍ଛେଦ କରିବାକୁ ଦିଆଯିବ ବୋଲି ଓଡ଼ିଶା ସରପଞ୍ଚ ଓ ମୃତକଙ୍କ ପରିବାର ଲୋକେ ଆନ୍ଧ୍ର ପ୍ରଶାସନକୁ ଦାବି କରିଛନ୍ତି । ଫଳରେ ଆନ୍ଧ୍ର ମୁଚିମପୁଟ ଥାନା ସମ୍ମୁଖରେ ମଙ୍ଗଳବାର ସକାଳୁ ଚାପା ଉତ୍ତେଜନା ଦେଖାଦେଇଛି ।

ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ସରପଞ୍ଚ ପୂଜା ଖିଲ, ସାମାଜିକ କର୍ମୀ ଆକାଶ ଖିଲ, ପଞ୍ଚାୟତର ବୁଦ୍ଧିଜୀବୀ ଆପନା ପାଙ୍ଗି, କୈଳାସ ଖେମୁଣ୍ଡୁ, ଶିବ ଅଲଗୁ, ଅର୍ଜୁନ ଖଡା, ସନ୍ତୋଷ ଖେମୁଣ୍ଡୁ, ଅନନ୍ତ ଖରାଙ୍କ ସମେତ ୩ ମୃତକ ଓ ଜଣେ ଆହତଙ୍କ ପରିବାର ଲୋକେ ମୁଚିମପୁଟ ଥାନାରେ ପହଞ୍ଚି ଆନ୍ଧ୍ର ସରକାର, ଏଏସଆର ଜିଲା ପ୍ରଶାସନ ମୁଚିମପୁଟ ପୋଲିସ, ପେଦାବାଇଲି ହାଟ କମିଟି ଓ ଆନ୍ଧ୍ର ସରପଞ୍ଚଙ୍କ ସମ୍ମୁଖରେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ଆନ୍ଧ୍ର ହାଟ କମିଟି ତରଫରୁ ଓଡ଼ିଶା ଚାଷୀ ଓ ବେପାରୀଙ୍କ ଠାରୁ ଜୋର ଜବରଦସ୍ତ ହାଟ ପାନୁ (କର) ଆଦାୟ କରାଯାଉଛି। ତେଣୁ ହାଟ କମିଟି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁ ବୋଲି କହିଛନ୍ତି ।

ଆନ୍ଧ୍ର ସରକାର ଓ ଏଏସଆର ଜିଲା ପ୍ରଶାସନ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ନିୟମ ପ୍ରକାରେ ଏକ୍ସଗ୍ରାସିଆ (ଅନୁକମ୍ପା) ରାଶି ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି । ଆନ୍ଧ୍ର ପେଦାବାଇଲି ସରପଞ୍ଚ, ଏମପିଟିସି, ଚେୟାରମେନ ମୁଚିମପୁଟ, ଜିଲା ପରିଷଦ ସଦସ୍ୟ ମୁଚିମପୁଟ ଓ ପୋଲିସ ପ୍ରଶାସନ ଓଡ଼ିଶା ପ୍ରତିନିଧିଙ୍କ ସହ ପ୍ରଥମ ଦଫା ଆଲୋଚନା କରିବା ପରେ ଏଏସଆର ଜିଲା ପ୍ରଶାସନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ନିର୍ଦ୍ଦେଶ ମୁତାବକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?