ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ ନିଯୁକ୍ତି ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ରତିକାନ୍ତ ରାଉତଙ୍କୁ ସଚିବ ଭାବେ ନିଯୁକ୍ତ କରାଯାଇଛି।
ବର୍ତ୍ତମାନ ରାଉତ ହାଟଡିହି ବ୍ଲକର ଉପାଧ୍ୟକ୍ଷ (ଭାଇସ-ଚେୟାରମ୍ୟାନ) ଭାବେ କାର୍ଯ୍ୟରତ ଥିବା ସହ ଦୀର୍ଘଦିନ ଧରି ଦଳ ସହିତ ସକ୍ରିୟ ଭାବେ ଜଡିତ ରହି ନିଷ୍ଠାପୂର୍ଣ୍ଣ ସେବା କରୁଛନ୍ତି। ତାଙ୍କର ଅଭିଜ୍ଞତା ଓ ସଂଗଠନ ଦକ୍ଷତାକୁ ଦେଖି ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇଛି ବୋଲି କୁହାଯାଉଛି।
ରାଉତଙ୍କ ନିଯୁକ୍ତିକୁ ନେଇ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଅବସରରେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଦେବପ୍ରିୟ ପାତ୍ର, ମାର୍କଣ୍ଡ ଓଝା ସହିତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ରାଉତଙ୍କୁ ଅଭିନନ୍ଦନ ଜଣାଇଥିବା ସହିତ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଦଳୀୟ ସଂଗଠନକୁ ଅହୁରି ଶକ୍ତିଶାଳୀ କରିବା ସହିତ ଲୋକମାନଙ୍କ ସେବାରେ ସେ ନିଷ୍ଠାର ସହ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri