ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିଥାନ୍ତେ। ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦେଶ ତଥା ବିଦେଶରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ସେ ଅନେକ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଏକ ଚଳଚ୍ଚିତ୍ରଠାରୁ କିଛି କମ୍ ନ ଥିଲା।
ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ତେବେ ସେ ନିର୍ବବାଚନ ଲଢିବାକୁ ତାଙ୍କ ସ୍ବାମୀ ତଥା ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପସନ୍ଦ କରୁ ନ ଥିଲେ। ଏନେଇ ଏକ ସାକ୍ଷାତକାରରେ ହେମାମାଳିନୀକହିଥିଲେ। ସେ ରାଜନୀତିରେ ଯୋଗଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଚାହୁଁ ନ ଥିବା ଏକ ସାକ୍ଷାତ୍କାର ଦେବା ସମୟରେ ହେମାମାଳିନୀ କହଥିଲେ। ରାଜନୀତି କରିବାକୁ ଧର୍ମେନ୍ଦ୍ର ପସନ୍ଦ କରୁ ନ ଥିବା ସେ କହିଥିଲେ। ନିର୍ବଚନ ଲଢ଼ିବା ଏକ କଷ୍ଟସାଧ୍ୟ କାର୍ଯ୍ୟ କହି ଧର୍ମେନ୍ଦ୍ର ତାଙ୍କୁ ନିର୍ବାଚନରେ ଲଢ଼ିବାକୁ ମନା କରିଥିଲେ। ତେବେ ଧର୍ମେନ୍ଦ୍ରଙ୍କର ଏହି ଉକ୍ତିକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିବା ହେମାମାଳିନୀ କହିଥିଲେ। ନିର୍ବାଚନ ଲଢିବା ସମୟରେ ସାଧାରଣତଃ ତାଙ୍କୁ ବହୁଳ ଭାବେ ଯାତ୍ରା କରିବାକୁ ପଡ଼ିଥାଏ। ତେଣୁ ସେ କେତେକାଂଶରେ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ବୀକାର କରିଛନ୍ତି। ତଥାପି ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟକରି ବହୁ ଆତ୍ମସନ୍ତୋଷ ମିଳୁଥିବା ସେକହିଥିଲେ।


