ରଥ ଦଳାଚକଟାରେ ଚାଞ୍ଚଲ୍ୟକର ତଥ୍ୟ: କଣ୍ଟ୍ରୋଲ ରୁମ୍ ଅଧିକାରୀ କିଛି ଜାଣି ନ ଥିଲେ

ଭୁବନେଶ୍ୱର, ୨୧।୧୧: ପୁରୀ ରଥଯାତ୍ରା ୨୦୨୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଏବଂ ଏଥିଜନିତ ୩ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ଓଡ଼ିଶା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ ମୋଟ ୫ ଜଣ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟୀ କରାଯାଇଛି।

ଘଟଣା ସମୟରେ କଣ୍ଟ୍ରୋଲ୍‌ ରୁମ୍‌ କିମ୍ବା ରଥ ନିକଟରେ ଡ୍ୟୁଟିରେ ଥିବା ନିମ୍ନଲିଖିତ ଅଧିକାରୀଙ୍କ ନାମ ଅବହେଳା ପାଇଁ ଚିହ୍ନଟ କରାଯାଇଛି।

ଅଶୋକ କୁମାର ବେହେରା(ସହକାରୀ ବନ ସଂରକ୍ଷକ (ACF), ପୁରୀ), ବିଭୂତି ଭୂଷଣ ନାୟକ (ଉପଜିଲାପାଳଙ୍କ କାର୍ଯ୍ୟାଳୟର ଉପ-ସଚିବ), ରାଜ କିଶୋର ଜେନା (ଅତିରିକ୍ତ ତହସିଲଦାର, ଶୁକୁରୁଳି, ମୟୂରଭଞ୍ଜ), ସୌଭାଗ୍ୟ କୁମାର ମହାନ୍ତି (ଅତିରିକ୍ତ ତହସିଲଦାର, ଗୋନ୍ଦିଆ, ଢେଙ୍କାନାଳ), ଦୟାନିଧି ପାତ୍ର (ସହକାରୀ କଲେକ୍ଟର, ଢେଙ୍କାନାଳ)।

ଗୁରୁତର ଅବହେଳା ପାଇଁ ପୁରୀ ଏସିଏଫ୍‌ ଅଶୋକ କୁମାର ବେହେରାଙ୍କୁ ମୁଖ୍ୟତଃ ଦାୟୀ କରାଯାଇଛି। ନଭେମ୍ବର ୧୮ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏସିଏଫ୍‌ ବେହେରାଙ୍କୁ ଏକ ମେମୋରାଣ୍ଡମ ଜାରି କରାଯାଇଛି। ତାଙ୍କୁ ୩୦ ଦିନ ମଧ୍ୟରେ ଲିଖିତ ଭାବେ ତାଙ୍କର ପକ୍ଷ ରଖିବାକୁ କୁହାଯାଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ସତ୍ୟବ୍ରତ ସାହୁ ପତ୍ରରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସିଭିଲ୍ ସର୍ଭିସ (CCA) ନିୟମ-୧୯୬୨ର ଧାରା ୧୬ ଅନୁଯାୟୀ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେନେଇ ସେ ଉତ୍ତର ରଖନ୍ତୁ।

ତଦନ୍ତରୁ ଜଣାପଡ଼ିଛି ଯେ ଜୁନ୍ ୨୯ ତାରିଖ ରାତି ପ୍ରାୟ ୩ଟା ସମୟରେ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଥିଲେ। କଣ୍ଟ୍ରୋଲ୍‌ ରୁମ୍‌ରେ ନିୟୋଜିତ ଥିବା ଅଧିକାରୀମାନେ ଘଟଣା ସମୟରେ ପରିସ୍ଥିତି ସମ୍ପର୍କରେ କୌଣସି ଧାରଣା ରଖି ନ ଥିଲେ ଏବଂ ଉପଯୁକ୍ତ ସମୟରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବାରେ ବିଫଳ ହୋଇଥିଲେ।

ଏସିଏଫ୍‌ ବେହେରା ଏବଂ ଅନ୍ୟ ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ଉଚିତ୍ ସମନ୍ୱୟ ରକ୍ଷା କରି ନ ଥିଲେ। ସେମାନେ ରଥ ନିକଟରେ ଥିବା ସେବାୟତ କିମ୍ବା କ୍ରାଉଡ୍ ମାର୍ଶାଲ୍‌ଙ୍କ ସହିତ ଆଲୋଚନା କରି ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

ଅଧିକାରୀମାନେ ବାହାର ଜିଲା କିମ୍ବା ଜଙ୍ଗଲ ଓ ସ୍ୱଳ୍ପ ସଞ୍ଚୟ ଭଳି ଅଣ-ସମ୍ପୃକ୍ତ ବିଭାଗର ହୋଇଥିବାରୁ ସ୍ଥାନୀୟ ଭିଡ଼ ଆଚରଣ ଓ ନୀତି ସମ୍ପର୍କରେ ଅଜ୍ଞ ଥିଲେ ମଧ୍ୟ ସେମାନେ ଉଚ୍ଚ ଅଧିକାରୀଙ୍କୁ ପରାମର୍ଶ କରି ନ ଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri