ଘରୁ ଭିଡିଓ ଶୁଟିଂ ପାଇଁ ବାହାରିଥିଲେ ଯୁବକ: ଗୋଟିଏ ଦିନ ପରେ ମିଳିଲା…

ପରଜଙ୍ଗ୧୪/୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁ ସତସଙ୍ଗ ଘର ପାଖ ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ। ତାଙ୍କୁ ହତ୍ୟା କରି କେହି ପୋଖରୀରେ ପକେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କ ପରଜଙ୍ଗ ଥାନା ସାଆନ୍ଦା ଗାଁର ରାଜେଶ କୁମାର ପାଣି। ରାଜେଶ ମୁକ୍ତାପଶି ଗାଁରେ ଏକ ନିର୍ବନ୍ଧ ପାଇଁ ଭିଡିଓ ସୁଟିଙ୍ଗ ଥିବା ନେଇ ଗତକାଲି ଘରୁ ବାହାରିଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ଯେ, ସେ ଘରୁ ବାହାରିବା ବେଳେ ଏକ ହୃଦୟସ୍ପର୍ଶୀ ରିଲ୍ସ କରି କରି ମୁକ୍ତାପଶି ଗାଁକୁ ବାହାରିଥିଲେ। ମାତ୍ର ଗତ କାଲି ଅପରାହ୍ନ ୧୨ଟା ପରଠାରୁ ତାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା। ଏହାକୁ ନେଇ ପରିବାର ଲୋକେ ସନ୍ଧ୍ୟାରେ ମୁକ୍ତାପଶି ଗାଁରେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ। ଆଜି ତାଙ୍କ ମୃତ ଦେହ ମୁକ୍ତାପଶି ଗାଁ ସତସଙ୍ଗ ଘର ପାଖ ପୋଖରୀ ଭାସୁଥିବାର ଦେଖିବାକୁ ମିଳିଥିଲା। ଏପରିକି ପୋଖରୀ ହୁଡାରେ ବାଇକ ଏବଂ ଚପଲ ଥିବା ବେଳେ ଭିଡିଓ ସୁଟିଙ୍ଗ ପାଇଁ ଆଣିଥିବା କ୍ୟାମେରା ସେଟ ଅପର କୌଣସି ସନ୍ଧାନ ମଧ୍ୟ ମିଳିନାହିଁ। ତେବେ ତାଙ୍କୁ ଘରୁ ଡାକି କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri