ଘୁମୁସର ବନଖଣ୍ଡରେ ୧୫ରୁ ବାଘ ଗଣନା, ଜଙ୍ଗଲରେ ଲାଗିବ ଟ୍ରାପ୍‌ କ୍ୟାମେରା

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହାପରେ ଚଳିତ ମାସ ୧୫ରୁ ୨୧ ତାରିଖ ମଧ୍ୟରେ କର୍ମଚାରୀମାନେ ଜଙ୍ଗଲକୁ ଯାଇ ବାଘର ସ୍ଥିତି ଜାଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହି ସମୟରେ କର୍ମଚାରୀମାନେ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଇବେ। ପଗମାର୍କ ଓ ମଳ ନିଶାନ ବିଶ୍ଲେଷଣ କରିବେ। ଏଥିସହ ଜିନେଟିକ ଅନୁଶୀଳନ ଓ ସାଟେଲାଇଟ ଡାଟା ମ୍ୟାପିଂ ମଧ୍ୟ ହେବ। ବାଘ ଗଣନାର ମୂଳ ଲକ୍ଷ୍ୟ ହେଲା ଭାରତରେ ବାଘମାନଙ୍କ ନିକଟ ଆନୁମାନିକ ସଂଖ୍ୟା ଜାଣିବା । ବାଘମାନଙ୍କ ବାସସ୍ଥଳୀ ଅବସ୍ଥା ଅନୁଶୀଳନ କରିବା। ଏହାପରେ ସରକାର ଦେଶରେ ବାଘ ସଂରକ୍ଷଣ ପାଇଁ ଯୋଗ୍ୟ ନୀତି ଓ ପଦକ୍ଷେପ ଗ୍ରହଣ କରିବେ।

ଇତିମଧ୍ୟରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ଲାଲସିଂ ନର୍ସରୀ ଏବଂ ତାରସିଂ ଠାରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ବାଘ ଗଣନା କିଭଳି ହେବ ସେନେଇ ତାଲିମ ପ୍ରଦାନ କରିଛନ୍ତି। ସେହିଭଳି ଘୁମୁସର ଦକ୍ଷିଣ ବନଖଣ୍ଡ ପକ୍ଷରୁ ବୁଗୁଡ଼ା ସମେତ ବିଭିନ୍ନ ସ୍ଥାନରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବାଘ ଗଣନା ସମୟରେ କର୍ମଚାରୀମାନେ ମାଂସାସୀ ଏବଂ ବଡ଼ ତୃଣଭୋଜି ଯଥା ହାତୀ, ଗୟଳ ଇତ୍ୟାଦିର ମଧ୍ୟ ଗଣନା କରିବେ। ଏଥିସହ ଗୁଳ୍ମ ଜାତୀୟ, ତୃଣ ଜାତୀୟ ଉଦ୍ଭିଦ ଚିହ୍ନଟ କରିବେ। ଯେଉଁଠି ଜନ୍ତୁ ରହୁଛିନ୍ତି ସେଠି କେଉଁ ଉଦ୍ଭିଦ ବେଶୀ ରହିଛନ୍ତି ତାହାର ମଧ୍ୟ ଅନୁଧ୍ୟାନ କରାଯିବାର କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri