‘ସ୍ପିରିଟ୍’ରେ ମୁହାଁମୁହିଁ ହେବେ କୋରିଆନ୍ ଷ୍ଟାର୍ ଡନ୍ ଲି-ପ୍ରଭାସ: ଏପିକ୍ ଟକ୍କର ପାଇଁ ବଢ଼ିଲା ଉତ୍କଣ୍ଠା!

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍ପିରିଟ୍‌’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋରିଆନ୍ ଅଭିନେତା ଡନ୍ ଲି (Don Lee), ଯିଏ ମା ଡଙ୍ଗ-ସିଓକ୍ (Ma Dong-seok) ନାମରେ ମଧ୍ୟ ପରିଚିତ, ଏହି ପ୍ରୋଜେକ୍ଟରେ ସାମିଲ୍ ହୋଇଛନ୍ତି।

ଏକ କୋରିଆନ୍ ଏଣ୍ଟରଟେନମେଣ୍ଟ୍ ପୋର୍ଟାଲ୍ ରିପୋର୍ଟ ଅନୁଯାୟୀ, ଡନ୍ ଲି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ, ଯିଏକି ପ୍ରଭାସଙ୍କ ବିପକ୍ଷରେ ରହିବେ। ଏହା ଡନ୍ ଲିଙ୍କର ଭାରତୀୟ ସିନେମାରେ ପ୍ରଥମ ଅଭିନୟ ହେବ। ଏହି ଖବରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇଛି। ଡନ୍ ଲି ଜଣେ ପ୍ରସିଦ୍ଧ କୋରିଆନ୍ ଷ୍ଟାର୍, ଯିଏକି ତାଙ୍କର ଦୃଢ଼ ଓ ଆକ୍ସନ୍ ଭୂମିକା ପାଇଁ ଜଣାଶୁଣା। ତାଙ୍କର ୨୦୧୬ର ଜମ୍ବି ଥ୍ରୀଲର୍ ଫିଲ୍ମ Train to Busan ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇଥିଲା।

ଚଳଚ୍ଚିତ୍ରରେ ପ୍ରଭାସ ଜଣେ ପୂର୍ବତନ ଆଇପିଏସ୍ ଅଫିସର ଏବଂ ଏକାଡେମୀ ଟପ୍ପର ଭୂମିକାରେ ଅଛନ୍ତି, ଯିଏ ଆଚରଣଗତ ସମସ୍ୟା ଯୋଗୁଁ ଜେଲ୍‌ରେ ଥାଇ ପ୍ରକାଶ ରାଜ୍‌ଙ୍କ ତତ୍ତ୍ୱାବଧାନରେ ରୁହନ୍ତି। ଫିଲ୍ମର ଟ୍ରେଲର୍ ଭିଡିଓରେ ପ୍ରଭାସ କହୁଥିବା ଏକ ସଂଳାପ ବେଶ୍ ଚର୍ଚ୍ଚାରେ ଅଛି।”

‘ସ୍ପିରିଟ୍‌’ରେ ତ୍ରିପ୍ତି ଡିମ୍ରି ମୁଖ୍ୟ ନାୟିକା ଭାବେ ନଜର ଆସିବେ। ଏହା ବ୍ୟତୀତ ପ୍ରକାଶ ରାଜ୍, ବିବେକ ଓବରୟ ଏବଂ ବରିଷ୍ଠ ଅଭିନେତ୍ରୀ କାଞ୍ଚନା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ‘ସ୍ପିରିଟ୍‌’ ହେଉଛି ପ୍ରଭାସ ଏବଂ ‘ବିବାଦୀୟ କମର୍ସିଆଲ୍ ନିର୍ଦ୍ଦେଶକ’ ଭାବେ ଜଣାଶୁଣା ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କର ପ୍ରଥମ ପ୍ରୋଜେକ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri