ନୂଆପଡ଼ା ଉପ ନିର୍ବାଚନ : କୌଣସି ଜାତିର ନୁହେଁ,ବିକାଶର କାର୍ଡ ଖେଳୁଛୁ…

ନୂଆପଡ଼ା,୨୯ା୧୦ (ମକାରୁ ବେମାଲ): ୨୦୨୪ ନିର୍ବାଚନୀ ଇସ୍ତାହାରରେ ଯାହା କହିଥିଲୁ ଗୋଟି ଗୋଟି କରି ୫୦ ପ୍ରତିଶତ ପୂରଣ କରିସାରିଲୁଣି। ଆମର ଶାସନ କାଳ ଭିତରେ ବାକି ଯାହା ରହିଛି ତାହା ପୂରଣ କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୪ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ସାରିଛନ୍ତି ବୋଲି ନୂଆପଡ଼ା ଜିଲା ଖରିଆର ରୋଡ୍‌ ଗୁଜରାଟୀ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହା କହିଛନ୍ତି। ସେ ଆହୁରି କହିଥିଲେ, ରାଜ୍ୟରେ ଭାଜପା ସରକାରକୁ ମାତ୍ର ୧୬ ମାସ ହୋଇଛି। ୨୪ ବର୍ଷ ଶାସନ କରିଥିବା ସରକାର ଯାହା କରିପାରି ନ ଥିଲା ୧୬ ମାସର ସରକାର ତାହା କରି ଦେଖାଇଛି। ପୂର୍ବରୁ ଧାନ କୁଇଣ୍ଟାଲ ୧୩ ଶହ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୩୧ ଶହ ଟଙ୍କାରେ ପହଞ୍ଚତ୍ଛି। ସେହିପରି ଛାତ୍ରବୃତ୍ତି, ସୁଭଦ୍ରା ଯୋଜନା, ପ୍ରଧାନ୍ତ୍ରମନ୍ତ୍ରୀ ଆବାସ ଗୃହ ଯୋଜନା, ଅନ୍ତ୍ୟୋଦୟ ଯୋଜନା, ଆୟୁଷ୍ମାନ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଆମେ ଆଗରୁ କହିଥିଲୁ ଏବେ ମଧ୍ୟ କହୁଛୁ, ନୂଆପଡ଼ାର ବିକାଶ ହେଲେ ରାଜ୍ୟ ବିକାଶ ହେବ। ଆମେ କୌଣସି ଜାତିର ନୁହେଁ, ବିକାଶର କାର୍ଡ ଖେଳୁଛୁ। ନିର୍ବାଚନ ସମସ୍ତ ସମାଜକୁ ନେଇ ଲଢାଯାଏ, କୌଣସି ଜାତିକୁ ନେଇ ନୁହେଁ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବହୁମତରେ ବିଜୟୀ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଥିଲେ। ସେହିପରି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, କେନ୍ଦ୍ର ସରକାରଙ୍କ ସୁଶାସନ ଯୋଗୁ ୨୦୨୪ରେ ରାଜ୍ୟରେ ସରକାର ଗଠନ କରିପାରିଛୁ। ରାଜ୍ୟ ମଧ୍ୟ ବିକାଶପଥରେ ଆଗେଇ ଚାଲିଛି। ପୂର୍ବତନ ବିଧାୟକ ସ୍ବର୍ଗତ ଢୋଲକିଆ ନୂଆପଡା ନିର୍ବାଚନମଣ୍ଡଳୀରେ ୪ଥର ବିଧାୟକ ହୋଇ ବିକାଶ ପଥରେ ଆଗେଇ ନେଉଥିଲେ। ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେଇଛନ୍ତି। ନୂଆପଡାରେ ମେଡିକାଲ କଲେଜ ପାଇଁ କେନ୍ଦ୍ରରୁ ଅନୁମୋଦନ ହୋଇସାରିଛି। ନିର୍ବାଚନ ସରିଲେ ଉଦ୍‌ଘାଟନ ହେବ। ନୂଆପଡା ଜିଲାରେ ଦାଦନ ଏକ ବଡ ସମସ୍ୟା। ଏହାକୁ କିପରି ରୋକାଯାଇପାରିବ ତା’ର ମଧ୍ୟ ବିକଳ୍ପ ବ୍ୟବସ୍ଥା କରିସାରିଛୁ ବୋଲି ମନମୋହନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି କମଲେଶ ଦୀକ୍ଷିତ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ତ୍ରିପାଠୀ, ଭାଜପା ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ବସିଲେ ଚାଷୀ

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ବିଡିଓଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମନାଥ, ବାନ୍ଧିଲା ପୋଲିସ

ନୂଆପଡ଼ା,୨୦ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ସୋମବାର ଜଣେ ଯୁବକ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

ଶନିଙ୍କ ଗୋଚର ପରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିପାରେ ଚାକିରି

ଆଜି ମଙ୍ଗଳବାର, ମାଘ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟ ତିଥି  ସକାଳ ୨ଟା୪୩ ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ରାତି ୮ଟା୦୧ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri