ନୂଆ ବୁଲେଟ କିଣାକୁ ନେଇ ଚାଲିଥିଲା ପାର୍ଟି: ପ୍ରଥମେ ପିଇଲେ ମଦ, ପରେ ସିଗାରେଟ୍‌ ନ ଦେବାରୁ…

ଜଗତ୍‌ସିଂହପୁର,୨୭ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଉପକଣ୍ଠ ଯୋଗଧାରୀ ଛକରେ ପାନ ଦୋକାନ କରିଥିବା ଗୋପା (ପୋକପୁର) ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଞ୍ଜନ ପୋଥାଳ (୩୮)ଙ୍କୁ ୨୪ ତାରିଖ ରାତିରେ ଖଣ୍ଡାରେ ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଜ୍ଞାନଙ୍କ ଭିଣୋଇ ତଥା ଜଗତ୍‌ସିଂହପୁର ଥାନା କଲିଓଦା ଗ୍ରାମର ସୁରେନ୍ଦ୍ର ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ.୮୫୮/୨୫) ରୁଜୁ ହୋଇଥିଲା। ଏହି ମାମଲାରେ ପୋଲିସ ପ୍ରଥମେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ରବିବାର ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ଦର୍ଶାଇଛି। ସେମାନେ ହେଲେ ନାଉଗାଁ ଥାନା ଚକୁଳିଆପଡ଼ାର ସବ୍ୟସାଚୀ ରାଉତରାୟ ଓରଫ ଚାଚା (୩୦) ଓ ଜଗତ୍‌ସିଂହପୁର ଥାନା ଅଭିଧିଆନନ୍ଦପୁର ଗ୍ରାମର କାର୍ତ୍ତିକ ନାୟକ (୩୦)। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଖଣ୍ଡା ଓ ଅଭିଯୁକ୍ତ କାର୍ତ୍ତିକଙ୍କ ବୁଲେଟ୍‌ (ଓଡି- ୨୧ଟି -୦୫୬୦)କୁ ପୋଲିସ ଜବତ କରିଛି। ରବିବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଙ୍କିତ ବର୍ମା ଏନେଇ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଅଭିଯୁକ୍ତ କାର୍ତ୍ତିକ ଏକ ୨ ଚକିଆ ଅଟୋ ମୋବାଇଲ କମ୍ପାନୀ ଓ ସବ୍ୟସାଚୀ ପ୍ରାଇଭେଟ୍‌ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ଉଭୟ ପ୍ରାୟତଃ ନିଶା ସେବନ କରୁଥିଲେ। ଯୋଗଧାରୀ ଛକ ସଫେଇ ନାଳ ପାର୍ଶ୍ୱରେ ଥିବା ଜ୍ଞାନଙ୍କ ପାନ ଦୋକାନ ନିକଟରେ ବିଭିନ୍ନ ସମୟରେ ସେମାନେ ମଦ ଓ ଅନ୍ୟାନ୍ୟ ନିଶା ସେବନ ପାଇଁ ଏକାଠି ହେଉଥିଲେ। ଜ୍ଞାନଙ୍କ ପାନ ଦୋକାନ ପାର୍ଶ୍ୱରେ ମହାରଣା ନିର୍ମାଣ ସଂଘ ଓ ଏକ ଗ୍ୟାରେଜ (ମହାବୀର ଅଟୋ) ରହିଛି। ପ୍ରତ୍ୟେକେ ପରସ୍ପରକୁ ଜାଣିଛନ୍ତି। କିଛି ଦିନ ପୂର୍ବରୁ କାର୍ତ୍ତିକ ଏକ ବୁଲେଟ ଗାଡ଼ି କିଣିଥିଲେ। ଏହାକୁ ନେଇ ଜ୍ଞାନ ଏକ ପାର୍ଟି ଦେବାକୁ ଦାବି କରି ଆସୁଥିଲେ। କିନ୍ତୁ ଅର୍ଥ ନ ଥିବା ଦର୍ଶାଇ କାର୍ତ୍ତିକ ସମୟ ଗଡ଼ାଇ ଚାଲିଥିଲେ। ଗତ ୨୪ ତାରିଖ ରାତିରେ କାର୍ତ୍ତିକ ଫୋନ କରି ଟଙ୍କା ଯୋଗାଡ ହୋଇଗଲା, ପାର୍ଟି ଆୟୋଜନ କରିବାକୁ ଜ୍ଞାନଙ୍କୁ କହିଥିଲେ। ଜ୍ଞାନଙ୍କ ନିଷ୍ପତ୍ତିକ୍ରମେ ତାଙ୍କ ପାନ ଦୋକାନ ପାଖରେ ଭୋଜିର ଆୟୋଜନ ହୋଇଥିଲା। କାର୍ତ୍ତିକ ତାଙ୍କ ବନ୍ଧୁ ସବ୍ୟସାଚୀଙ୍କୁ ଧରି ଜଗତ୍‌ସିଂହପୁରର ଏକ ମଦ ଦୋକାନରୁ ମଦ କିଣି ଯୋଗଧାରୀରେ ପହଞ୍ଚିଥିଲେ। ଏହାପରେ ସଭିଏଁ ମଦ୍ୟପାନ କରିଥିଲେ। ରାତି ପ୍ରାୟ ୯ରୁ ୧୦ଟା ଭିତରେ କେତେଜଣ ସିଗାରେଟ୍‌ ପାଇଁ ସେଠାରେ ପହଞ୍ଚି ମାଗିବାରୁ ଜ୍ଞାନ ମନାକରି ଦେଇଥିଲେ। ଏହି ସମୟରେ କାହିଁକି ସିଗାରେଟ୍‌ ଦେଲ ନାହିଁ ବୋଲି ସବ୍ୟସାଚୀ ପଚାରିବାରୁ ଜ୍ଞାନଙ୍କ ସହ ତାଙ୍କର ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ଯାଏ କଥା ଯାଇଥିଲା। ଅନ୍ୟ ଲୋକଙ୍କୁ ସିଗାରେଟ୍‌ ନ ଦେବା କଥାକୁ ନେଇ ଗଣ୍ଡଗୋଳ ହେବା ପଛରେ ପୂର୍ବଶତ୍ରୁତା ଥିବା ବାରି ହୋଇପଡିଛି। ସବ୍ୟସାଚୀ ଓ ଜ୍ଞାନଙ୍କ ଭିତରେ ଅତୀତରେ ମାରପିଟ୍‌ ହୋଇଥିଲା। ଏହି ରାଗ ଶୁଝାଇବା ପାଇଁ ସିଗାରେଟ୍‌ କଥାକୁ ନେଇ ସବ୍ୟସାଚୀ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହା ଭିତରେ କ୍ରୋଧାନ୍ବିତ ହୋଇ ଜ୍ଞାନ ଘାସ କାଟିବା ପାଇଁ ତାଙ୍କ ଦୋକାନରେ ରଖିଥିବା ଖଣ୍ଡା ଆଣି ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଖଣ୍ଡା ତାଙ୍କ ପାଇଁ କାଳ ହୋଇଥିଲା। ସବ୍ୟସାଚୀ ବଳପ୍ରୟୋଗ କରି ତାଙ୍କ ଉପରେ ଭାରି ପଡିଥିଲେ। ଯେଉଁ କାରଣରୁ ଖଣ୍ଡା ଜ୍ଞାନଙ୍କ ଗୋଡରେ ବାଜି କ୍ଷତ ସୃଷ୍ଟି କରିଥିଲା। ହାତାହାତି ଭିତରେ ଜ୍ଞାନ ତଳେ ପଡି ଯାଇଥିଲେ ଓ ତାଙ୍କ ହାତରେ ଥିବା ଖଣ୍ଡା ମଧ୍ୟ ପଡିଯାଇଥିଲା। ଏହାର ସୁଯୋଗରେ ସବ୍ୟସାଚୀ ତତ୍କାଳ ଖଣ୍ଡା ଉଠାଇ ଜ୍ଞାନଙ୍କୁ ଆକ୍ରମଣ କରିବା ସହ ବାମ ଗୋଡ ଆଣ୍ଠୁ ତଳକୁ ଆଘାତ କରିଥିଲେ। ଫଳରେ ଗୋଡଟି ଅଧାରୁ ଅଧିକ କଟିଯିବା ସହ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ସମୟରେ ପ୍ରବଳ ରକ୍ତସ୍ରାବ ହେବା ଯୋଗୁ ଜ୍ଞାନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କାର୍ତ୍ତିକ ଓ ସବ୍ୟସାଚୀ ସେଠାରୁ ଚାଲିଯାଇଥିଲେ। ୨ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏହି ଘଟଣାର ବାସ୍ତବ ଚିତ୍ର ସ୍ପଷ୍ଟ ହୋଇଛି। ଏସ୍‌ଡିପିଓଙ୍କ ନେତୃତ୍ୱରେ ପୃଥକ୍‌ ଦଳ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ମୋବାଇଲ ଟ୍ରାକିଂ, ଇଣ୍ଟରନେଟ୍‌ ଓ ଡିଜିଟାଲ ତଦନ୍ତ କରାଯିବା ସହ ଟେଲିଫୋନ ଟ୍ୟାପିଂ ଓ ଆଧୁନିକ ଫୋରେନ୍ସିକ୍‌ ପ୍ରଣାଳୀ ମାଧ୍ୟମରେ ଉଦ୍ୟମ କରାଯାଇଥିଲା। ଫଳରେ ୨୪ ଘଣ୍ଟା ଭିତରେ ପୋଲିସକୁ ସଫଳତା ମିଳିପାରିଛି। ଏହି ମାମଲାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ବର୍ମା କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଆଜିଙ୍କ୍ୟ ମାଣେ, ଡିଏସ୍‌ପି ରଶ୍ମିରଞ୍ଜନ ଦାଶ ଓ ଜଗତ୍‌ସିଂହପୁର ଆଇଆଇସି ସରୋଜକାନ୍ତ ସାମଲ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ଜ୍ଞାନ ବର୍ଷାଧିକ ହେବ ପାନ ଦୋକାନ କରିଥିଲେ। ସବୁଦିନ ପରି ଜ୍ଞାନ ଦୋକାନ ଯାଇ ରାତି ୧୦ଟା ୩୦ ସୁଦ୍ଧା ଘରକୁ ନ ଫେରିବାରୁ ସ୍ତ୍ରୀ ବ୍ୟସ୍ତ ହୋଇ ଗାଁର ଜଣେ ଯୁବକଙ୍କୁ ଧରି ଯୋଗଧାରୀରେ ପହଞ୍ଚିବା ପରେ ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲେ। ପାଖରେ ଏକ ଖଣ୍ଡା ପଡିଥିଲା। ଏହାପରେ ସେଠାରେ ଲୋକାରଣ୍ୟ ହେବା ସହ ଥାନାକୁ ଖବର ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri