ଘାସିରାମ ମାଝିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ନୂଆପଡ଼ା, ୨୨।୧୦ (ମକାରୁ ବେମାଲ ) : ନୂଆପଡ଼ା ଭାଜପା ଜିଲା କାର୍ଯ୍ୟାଳୟରେ ମଙ୍ଗଳବାର ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଜିଲା ସଭାପତି କମଲେଶ ଦୀକ୍ଷିତ ସୂଚନା ଦେଇ କହିଥିଲେ, ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ନାମରେ ଅନେକ ଆପରାଧିକ ମାମଲା ରହିଛି। ସେ ତାଙ୍କର କିଛି ମାମଲାକୁ ଲୁଚାଇ ରିଟର୍ନିଂ ଅଧିକାରୀଙ୍କଠାରେ ଆଫିଡେଭିଟ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ୧୯ ଆପରାଧିକ ମାମଲା ଆଫିଡେବିଟରେ ଉଲ୍ଲେଖ କରି ରିଟର୍ନିଂ ଅଧିକାରୀଙ୍କଠାରେ ଦାଖଲ କରିଥିଲେ। ୨୦୨୫ ଉପନିର୍ବାଚନରେ ୭ ମାମଲା ଲୁଚାଇ ୧୨ ମାମଲା ରହିଛି ବୋଲି ଆଫିଡେଭିଟରେ ଉଲ୍ଲେଖ ରହିଛି। ଦୁଇଟି ମାମଲା କେସ୍‌ ନଂ.୧୦୧/୨୦୧୮ ଓ ୧୪୬/୨୦୨୨ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ଏହି ଦୁଇ ମାମଲାକୁ ପ୍ରାର୍ଥୀ ଆଫିଡେଭିଟରେ ଉଲ୍ଲେଖ କରିନାହାନ୍ତି। ଏପରି ମିଥ୍ୟା ତଥ୍ୟ ଦେଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ କରାଯାଉ ବୋଲି ଭାଜପା ଜିଲା ସଭାପତି ଦୀକ୍ଷିତ ଦାବି କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ମାଝିଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ୨୦୨୪ରେ ୧୯ ମାମଲା ରହିଥିଲା ସତ। କିଛିମାସ ଭିତରେ ୭ ମାମଲାର ସମାଧାନ ହୋଇସାରିଛି। ତାଙ୍କ ନାମରେ ରହିଥିବା ମାମଲା ସମ୍ପର୍କରେ ସତ୍ୟପାଠାରେ ଉଲ୍ଲେଖ କରି ରିଟର୍ନିଂ ଅଧିକାରୀଙ୍କଠାରେ ଦାଖଲ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ବସିଲେ ଚାଷୀ

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

ବିଡିଓଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମନାଥ, ବାନ୍ଧିଲା ପୋଲିସ

ନୂଆପଡ଼ା,୨୦ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ସୋମବାର ଜଣେ ଯୁବକ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ...

ଶନିଙ୍କ ଗୋଚର ପରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିପାରେ ଚାକିରି

ଆଜି ମଙ୍ଗଳବାର, ମାଘ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟ ତିଥି  ସକାଳ ୨ଟା୪୩ ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ରାତି ୮ଟା୦୧ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri