ନୂଆପଡା ରାଜନୀତିରେ ହଲଚଲ, ଢୋଲକିଆଙ୍କ ଘରେ ବିଜେଡି ନେତା

ନୂଆପଡ଼ା,୧୬।୮(ମକାରୁ ବେମାଲ): ନୂଆପଡା ରାଜନୀତିରେ ହଲଚଲ। ସକାଳୁ ସକାଳୁ ରାଜନୀତିରେ ନୂଆ ମୋଡ ଦେଖିବାକୁ ମିଳିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ଲମ୍ବୋଦର ନିଆଲ। ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। କଳାହାଣ୍ଡି ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ।

ନୂଆପଡ଼ା ଉପନିର୍ବାଚନ ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ଭରିବେ । ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ ।  ନୂଆପଡ଼ାରେ ଭାଜପା ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ହେବ । ଏଥିରେ ନୂଆପଡ଼ାର ଶହେରୁ ଅଧିକ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବିଭିନ୍ନ ଦଳ ଛାଡ଼ି ଭାଜପାରେ ସାମିଲ ହେବେ । ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ନୂଆପଡ଼ାରେ ପହଞ୍ଚି ସମସ୍ତ କାର୍ଯ୍ୟର ସୁପରିଚାଳନାର ବନ୍ଦୋବସ୍ତ କରୁଛନ୍ତି ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ବସିଲେ ଚାଷୀ

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri