ଫେରିଲେ ନବୀନ: କାହାକୁ କରିବେ ପ୍ରାର୍ଥୀ, ଚାଲିଛି କସରତ

ଭୁବନେଶ୍ୱର,୧୦।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରୁ ଭୁବନେଶ୍ୱର ଫେରି ଆସିଛନ୍ତି। ନବୀନ ଭୁବନେଶ୍ୱର ଫେରିବା ପରେ ପ୍ରାର୍ଥୀ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବ। କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣା କରି ନାହିଁ।

ଅନ୍ୟପକ୍ଷେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏହି କମିଟିଗୁଡ଼ିକରେ ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ଓ ପୂର୍ବତନ ବିଧାୟକ, ଜଣେ ରାଜ୍ୟସଭା ସାଂସଦ ଏବଂ ସ୍ଥାନୀୟ ରାଜନୈତିକ ନେତାମାନଙ୍କୁ ସାମିଲ କରାଯାଇଛି।

ଷ୍ଟିୟରିଂ କମିଟି (୬ ସଦସ୍ୟ): ଏହି ଉଚ୍ଚସ୍ତରୀୟ କମିଟି ପ୍ରଚାର ରଣନୀତି ଏବଂ ରାଜ୍ୟ ଓ ଜିଲା ୟୁନିଟ ମଧ୍ୟରେ ସମନୱୟ ତଦାରଖ କରିବ। ସଦସ୍ୟମାନେ ହେଲେ: ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ତୁକୁନୀ ସାହୁ, ନିରଞ୍ଜନ ବିଶି ଏବଂ ମୋ. ଆୟୁବ ଖାନ।

ଜୋନାଲ କମିଟି (୧୦ ସଦସ୍ୟ): ଏହି କମିଟି ନୂଆପଡ଼ା, କୋମନା, ସିନାପାଲି, ଜୋଙ୍କ ପରି ଗ୍ରାମୀଣ ବ୍ଲକ ଏବଂ ନୂଆପଡ଼ା ଓ ଖରିଆର ଏନଏସି ପରି ସହରୀ ଅଞ୍ଚଳରେ ମାଇକ୍ରୋ ମ୍ୟାନେଜମେଣ୍ଟ କରିବେ। ସଦସ୍ୟମାନେ ହେଲେ: କଳିକେଶ ନାରାୟଣ ସିଂହଦେଓ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ସାରୋଜ ମେହେର, ମନୋଜ ରନ୍ଧାରୀ, ରୋହିତ ପୂଜାରୀ, ଜୋଗେଶ ସିଂହ ଏବଂ ବିକ୍ରମ ପାଣ୍ଡା।

ଲୋକାଲ ଆକ୍ସନ କମିଟି (୩ ସଦସ୍ୟ): ଏହି କମିଟି ନୂଆପଡ଼ାର ମୂଳ ଅଞ୍ଚଳରେ ବୁଥ-ସ୍ତରୀୟ ଯୋଜନା, ଭୋଟର ତାଲିକା ଯାଞ୍ଚ ଏବଂ ଘରେ ଘରେ ପ୍ରଚାର ଉପରେ ଧ୍ୟାନ ଦେବ। ସଦସ୍ୟମାନେ ହେଲେ: ଅଧୀର ପାଣିଗ୍ରାହୀ, ଅବନୀ ଜୋଶୀ ଏବଂ ମନୋଜ ମିଶ୍ର।

ବିକ୍ରମ ପାଣ୍ଡାଙ୍କୁ ଛାଡ଼ି ଏହି ତିନୋଟି କମିଟିରେ ନିଯୁକ୍ତ ସମସ୍ତ ସଦସ୍ୟ ପଶ୍ଚିମ ଓଡ଼ିଶାର। ଏହି କମିଟି ଗଠନ ନବୀନ ପଟ୍ଟନାୟକଙ୍କର ଉପନିର୍ବାଚନ ପାଇଁ ମାଇକ୍ରୋ-ମ୍ୟାନେଜମେଣ୍ଟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ଯେଉଁଥିରେ ଅଭିଜ୍ଞ ନେତୃତ୍ୱ ଓ ନୂଆ ସାଙ୍ଗଠନିକ ନେତାମାନଙ୍କୁ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri