ବଲାଙ୍ଗିର,୪।୧୦:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଲଖପାଲି ଗ୍ରାମରେ ଏକ ଅଭୋନୀୟ ଘଟଣା ଘଟିଛି । ପୁଇଁନ୍ତଳା ବ୍ଲକ ଲଖପାଲି (ବିଶ୍ବାଲ ପାଲି) ଗ୍ରାମରେ ରହୁଥିବା ଜଣେ ଯୁବକ (୩୫ ) ଭୀମସେନ ବିଶ୍ବାଳ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ।ଯୁବକଙ୍କୁ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଅଛି। ଭୀମ ସେନ ହଠାତ୍ ଏକ ଧାରୁଆ ଅସ୍ତ୍ରରେ ନିଜ ଗଳା କାଟିଦେଇଥିଲେ। ତାଙ୍କ ସ୍ତ୍ରୀ ଦଶହରାରେ ଭାଇଜିଉନ୍ତିଆ କରିବା ପାଇଁ ତାଙ୍କ ବାପ ଘରକୁ ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଭୀମସେନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସାଧୀନଥିବା ଜଣାପଡ଼ିଛି ।


