ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀ ସୁଶିଲଙ୍କୁ ପହରଣ: କଳାରାତିର ଲୋମଟାଙ୍କୁରା କଥା…

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧା ଜିଲା ବାଲୁଗାଁର ଜଣାଶୁଣା ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟେ କାର, ନଗଦ ୬ଲକ୍ଷ ୨୫ହଜାର ଟଙ୍କା, ମାରଣାସ୍ତ୍ର ସହ ମୋବାଇଲ ପୋଲିସ ଜବତ କରିଛି । ୨୭ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା । ଫିଲ୍ମ ଷ୍ଟାଇଲରେ ଅପରାଧୀ ଯୋଜନା କରିଥିଲେ । ୧୨ ଘଣ୍ଟାର ଅପରେଶନ ପରେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଓ ବାଣପୁର ଅଞ୍ଚଳର ବୋଲି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାତରେ ସୁଶିଲ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ପାଟଣାସାହି ସ୍ଥିତ ଘରକୁ ଫେରୁଥିଲେ। ବାଲୁଗାଁ କେନ୍ଦ୍ରୀୟ ସ୍କୁଲ ଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ପାଟି କଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଆଖିରେ କଳାକନା ଓ ହାତକୁ ବାନ୍ଧିଦେବା ପରେ ତାଙ୍କୁ ଏକ କାରରେ ଉଠାଇନେଇ ଚାଲିଯାଇଲେ। ସୁଶିଳଲ ନିକଟରେ ଥିବା ୩ଲକ୍ଷ ୪୫ହଜାର ଟଙ୍କା ନଗଦ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ରାତି ସାରା କାରରେ ସୁଶିଲଙ୍କୁ ମାଡ଼ ମାରିଥିଲେ। ଘରକୁ ଫୋନ କରି ୧ କୋଟି ଟଙ୍କା ଅଣାଇଲେ ଛାଡ଼ିବୁ ବୋଲି କହିଥିଲେ।

ଅନ୍ୟପକ୍ଷେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ବାମୀ ଘରକୁ ନ ଫେରିବାରୁ ସ୍ତ୍ରୀ ସମସ୍ତିଙ୍କୁ ଫୋନ କରିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଫୋନ କରି କହିଲେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସକାଳ ୮ଟାରେ ଛାଡିବ। ତେବେ ତାଙ୍କୁ ସନ୍ଦେହ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଥାନାଧିକାରୀ ଜୟକୃଷ୍ଣ ପରିଡା, ଏସଆଇ ଏସ୍‌କେ ପାଣିଗ୍ରାହୀ ଓ ଅନ୍ୟ ଟିମ୍‌ଙ୍କୁ ନେଇ ପୋଲିସ ଆରମ୍ଭ ଅପରେଶନ କରିଥିଲା । ମୋବାଇଲ ଫୋନ ଟ୍ରାକ କରି ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଚାରିଆଡେ ଚାଲିଲା ଶର୍ଚ୍ଚ ଅପରେଶନ। ପୋଲିସ ପଛରେ ପଡି ଯାଇଥିବା ଜାଣିପାରି ଅଭିଯୁକ୍ତ ଚାନ୍ଦପୁର ବାଇପାସ ଠାରେ ସୁଶଲଙ୍କୁ ଧକ୍କା ମାରିଠେଲି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ଗାଡିକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri