ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି, କାହିଁକି ଏମିତି କହିଲେ ଶ୍ରୀମୟୀ…

ଭୁବନେଶ୍ୱର,୨୪ା୯: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଛନ୍ତି ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବି ନ ଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି। କିନ୍ତୁ ଦଳର ସଭାପତି ସବୁ ଶୁଣିଲା ପରେ କହିଥିଲେ ରାଜନୀତିରେ ଏପରି ଘଟେ। ଏହି ଘଟଣା ହିଁ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା। ମୋତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ୱ ନାହିଁ। ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀ ସ୍ବାର୍ଥ ଦୃଷ୍ଟିରୁ ଚୁପ୍‌ ରହିଥିଲେ ବୋଲି ଶ୍ରୀମୟୀ କହିଛନ୍ତି।

କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି। ୨୦୨୪ ଫେବୃଆରୀରୁ ମୁଁ ବାରମ୍ବାର ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲି । ଏହା ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ବ୍ୟକ୍ତିଗତ ଅଭିଜ୍ଞତା, ଯେଉଁଠି ଆତ୍ମସମ୍ମାନ ଓ ଆତ୍ମଗୌରବ ଉପରେ ଆଘାତ ଲାଗିଛି। ମୁଁ ଯେଉଁ ଦଳୀୟ ନେତାଙ୍କୁ ପିତାତୁଲ୍ୟ ମାନୁଥିଲି,ତାଙ୍କଠାରୁ ସମର୍ଥନ ଓ ନ୍ୟାୟ ଆଶା କରିଥିଲି, କିନ୍ତୁ ସେହି ସମୟରେ ତାଙ୍କ ନୀରବତା ମତେ ନିରାଶ କରିଛି।
ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ମତେ ସୁର୍ପଣଖା କହି ସମ୍ବୋଧନ କଲେ, ଦଳୀୟ ବିଧାୟକ ଓ ଅନ୍ୟ ସଦସ୍ୟ ମତେ ନାନାଦି ଅପଶବ୍ଦ ବ୍ୟବହାର କରି କହିଲେ,ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀମାନଙ୍କୁ କହିଥିଲି। ପ୍ରମିଳା ଅପା, ସ୍ନେହାଙ୍ଗିନୀ ଅପା ଏମିତି ଅନେକ,କିନ୍ତୁ ସେତେବେଳେ ସମସ୍ତେ ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଚୁପ୍ ରହିଲେ, କେବଳ ପୂଜ୍ୟା ଉଷା ଦେବୀ ମୋତେ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ ଏବଂ ସବୁ ଘଟଣା ଦଳର ସଭାପତି ଶୁଣିଲା ପରେ କେବଳ ପଦେ କହିଲେ,”It happens in Politics”।
ଯଦି ଅନୁରୂପ ଘଟଣା ବାହାରେ ହେଇଥାନ୍ତା ଆଉ ମୁଁ ମୋ ବାପାଙ୍କୁ ଜଣାଇ ଥାଆନ୍ତି ତେବେ କଣ ଏଭଳି ଉତ୍ତର ଆସିଥାନ୍ତା କି ? ନବୀନ ବାବୁଙ୍କୁ ମୁଁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି, ମତେ ଅନେକ ପ୍ରତିଶ୍ରୁତି ଦେଇ ନ ରଖିଲା ପରେ ମଧ୍ୟ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାକୁ ଯାଇଥିଲି, କିନ୍ତୁ ଯେଉଁଦିନ ମୋ ସମ୍ମାନ କଥା ଉଠିଲା ଆଉ ସେ ନୀରବ ରହିଲେ, ସେଇଟା ହିଁ ମୋ ଜୀବନର turning point ପାଲଟିଗଲା।
ମତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ଵ ନାହିଁ। ସେଇଥିପାଇଁ
ମୁଁ ନାଁ ମୋର ସଦସ୍ୟତା ନବୀକରଣ କଲି, ନାଁ କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେଲି। ଦଳୀୟ ପଦପଦବୀକୁ ନେଇ ନିଜର ଆପତ୍ତି ଓ ଅସନ୍ତୋଷ ମଧ୍ୟ ନବୀନ ନିବାସକୁ ବାରମ୍ବାର ଅବଗତ କରିଛି, ଯାହାର ପ୍ରମାଣ ସମୟ ଆସିଲେ ଦେବି।
ଆଉ ନିକଟରେ ମହିଳା ଶାଖା ଘୋଷଣା ପରେ ମଧ୍ୟ ମୁଁ ଅନୁରୂପ କଥା କହିଥିଲି । ଅତୀତରେ ଅନେକ ପ୍ରତିଶ୍ରୁତି ନବୀନ ବାବୁ ଦେଇ ପରବର୍ତ୍ତୀ ସମୟରେ ଓହରି ଯାଇଥିଲେ ମଧ୍ୟ ନିରବ ରହିଥିଲି।
ଏବେବି ମୋର ପ୍ରଶ୍ନ ଯଦି ମୋର ସଦସ୍ୟତା ଅଛି ତ ସେ ସଂକ୍ରାନ୍ତୀୟ ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ସାର୍ବଜନୀନ କରନ୍ତୁ। ଏତେ ବୁଲେଇ ବଙ୍କେଇ କହିବାର ତାତ୍ପର୍ଯ୍ୟ କ’ଣ ?
ଆଉ ଏବେ ଯେଉଁମାନେ ମୋର ଯୋଗ୍ୟତା ଉପରେ ପ୍ରଶ୍ନ କରୁଛନ୍ତି , ଦୟାକରି ସେ ପ୍ରଶ୍ନ ନବୀନବାବୁଙ୍କୁ କଲେ ଉତ୍ତର ପାଇପାରନ୍ତେ? ବିଜେଡି ସଭାପତି ନବୀନ ବାବୁ କ’ଣ ଦୀର୍ଘ ଦୁଇ ଦଶନ୍ଧି ଧରି ଅଯୋଗ୍ୟମାନଙ୍କୁ ନିଜ ଟିମରେ ବାରମ୍ବାର ରଖୁଥିଲେ ?
ପଶ୍ଚିମ ଓଡ଼ିଶାରୁ ଆସି କଟକସ୍ଥିତ ଶୈଳବାଳା ମହିଳା କଲେଜର ସଭାନେତ୍ରୀ ହେବା ଓ ୨୦୦୬ରୁ ବିଜୁ ଛାତ୍ର ଜନତା ଦଳର ପଦାଧିକାରୀ ଓ ଦଳର ବିଭିନ୍ନ ପଦବୀରେ ରହିବା କ’ଣ ଜଣେ ଅଯୋଗ୍ୟ ପକ୍ଷେ ସମ୍ଭବପର କି ? ଏହାର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡ଼ିଲି ବୋଲି ଶ୍ରୀମୟୀ ସୋସିଆଲ ମିଡିଆରେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri