ଖଇରା,୧୧ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଅବକାରୀ ପୋଲିସ ପକ୍ଷରୁ ମାର୍କୋଣା ଷ୍ଟେଶନ ନିକଟରେ ଚଢ଼ାଉ କରାଯାଇ ୨୧୦ ଗ୍ରାମ ବ୍ରାଉନସୁଗାର ଚଢ଼ାଉ କରାଯିବା ସହ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଦ୍ବୟ ହେଲେ ମାର୍କୋଣା ଅଞ୍ଚଳର ଅହଲ୍ୟା ରାଣୀ ଶିଅଳ ଓ ସୁଶାନ୍ତ ପଣ୍ଡା। ସେମାନଙ୍କ ନାମରେ କେସ୍ ନଂ ୧୪୭/୨୫-୨୬) ଏକ ମାମଲା ରୁଜୁ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨୨ ଲକ୍ଷ ଟଙ୍କା ହେବ ବୋଲି ଚଢ଼ାଉର ନେତୃତ୍ୱ ନେଇଥିବା ଖଇରା ଅବକାରୀ ଥାନା ଏସ୍ଆଇ ସୁରଜ ଟିଗା କହିଛନ୍ତି।


