ମହାନଦୀରେ ନିଖୋଜ ନୁହେଁ, ପ୍ରେମ ପାଇଁ ସ୍ବାମୀ-ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା, ପୁରୀରୁ…

ବାଙ୍କି,୩।୯(ଶୁଭେନ୍ଦୁ ମହାପାତ୍ର): ମହାନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ମହିଳା ନିଖୋଜ ହେବାର  ଘଟଣାରେ ରୋଚକ ମୋଡ଼। ପୁରୀରୁ ମହିଳାଙ୍କୁ ପ୍ରେମିକଙ୍କ ସହ ଧରିଛି ବାଙ୍କି ପୋଲିସ। ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, ସୋମବାର ଭୋର ୪ଟା ମହାନଦୀ କୂଳରେ  ବୋଇତ ବନ୍ଦାଣ  କରିବା ସମୟରେ ଭାସି ଯାଇଥିଲେ ରତାଗଡ ଗୋବିନ୍ଦପୁର ପଞ୍ଚାୟତର ସୁରେଶ ସ୍ବାଇଁଙ୍କ ପତ୍ନୀ  ପିଙ୍କି  ସ୍ବାଇଁ।  ଖବର ପାଇ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ, ବାଙ୍କୀ ପୋଲିସ ଓ ଗାଁ ଲୋକଙ୍କ ଉଦ୍ୟମରେ ୨ ଦିନ ଧରି ଉଦ୍ଧାର  କାର୍ଯ୍ୟ ଜାରି ରହିଥିଲା ।  ଅନ୍ୟପଟେ ପିଙ୍କିଙ୍କ ପତ୍ତା ମିଳୁ ନ ଥିବାରୁ ଶାଶୁଘର ସହ ବାପ ଘର କାନ୍ଦ ବୋବାଳିରେ ଫାଟି ପଡିଥିଲା। କିନ୍ତୁ ଏହି ଘଟଣା ପରେ ରୋଚକ ମୋଡ଼ ଦେଇଥିଲା। ଘଟଣାକୁ ନେଇ ବାଙ୍କୀ ପୋଲିସର ସନ୍ଦେହ ହୋଇଥଲା। ପରେ ପୋଲିସ ଷ୍ଟିଙ୍ଗ  ଅପରେସନ କରି  ପିଙ୍କିଙ୍କୁ ପୁରୀରୁ ଧରିବାରେ ସଫଳ ହୋଇଛି।
ତେବେ ପିଙ୍କିଙ୍କ ଏଭଳି ନାଟକ ପଛରେ ଏକ ଉଦ୍ଦେଶ୍ୟ ଲୁଚି ରହିଥିଲା। ସେ ପୁରୀ ଅଞ୍ଚଳର ଜଣେ ଯୁବକଙ୍କୁ ଆଜକୁ ପ୍ରାୟ ୪ ବର୍ଷ ଧରି ପ୍ରେମ କରୁଥିଲେ । ଏବେ ସେ ତାଙ୍କ ସହ ଜୀବନ ବିତାଇବା କୁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ପିଙ୍କିଙ୍କ ବିବାହରୁ ଦୁଇଟି ପିଲା ୧୨ ବର୍ଷର ଗୋଟେ ପୁଅ ଓ ୯ ବର୍ଷର ଏକ ଝିଅ ଅଛନ୍ତି। ସେ  ଦୁଇ ପିଲା, ସ୍ବାମୀ, ଘର ସଂସାର ଛାଡ଼ି ପୁରୀରେ ତାଙ୍କ ପ୍ରେମିକଙ୍କ ସହ ଥିବା ଖବରପାଇଥିଲେ। ବାଙ୍କୀ ଥାନା ଏସ୍‌ଡିପିଓ ବାଳକୃଷ୍ଣ କହଁର ଓ ଆଇଆଇସି ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ । ବୁଧବାର ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ବିଟ୍‌ ହାଉସ ଅଧିକାରୀ ପ୍ରସନ୍ନ କୁମାର ମାହଳି ଓ ଜଣେ ମହିଳା ଏଏସଆଇ ପୁରୀ ଟାଉନ ଥାନାରୁ ତାଙ୍କୁ ଉଦ୍ଧାର କରି ଆଣିବା ପରେ ବୟାନ ରେକର୍ଡ କକରାଯାଇଥିଲା। ପରେ ପିଙ୍କିଙ୍କୁ ତାଙ୍କ ସାମୀ ସୁରେଶ ଚନ୍ଦ୍ର ସାଇଁଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri