ଖୋର୍ଦ୍ଧା,୨୭ା୮(ପ୍ରଭାତ ପାଣିଗ୍ରାହୀ):ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ. ଈଶ୍ୱର ରାଓ ଚଳିତ ବର୍ଷ ପେନ୍ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିଲାଗି ତାଙ୍କୁ ଆଠ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି।
ଇକୋ ଫ୍ରେଣ୍ଡ୍ଲି ଏବଂ ଶୃଙ୍ଖଳିତ ପୂଜା ଆୟୋଜନ ପାଇଁ ସେ ବାର୍ତ୍ତା ଦେଇଛନ୍ତି। ପ୍ରତିବର୍ଷ ପରି ସେ ଚଳିତ ବର୍ଷ ମଧ୍ୟରେ ଈଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଗୋବର, ମାଟିରେ ପ୍ରସ୍ତୁତ ଇକୋ ଫ୍ରେଣ୍ଡଲି ଗଣେଶ ବଣ୍ଟନ କରିଛନ୍ତି।


