ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବ୍ରିଟେନ୍‌ର ସହଯୋଗ ରହିଆସିଛି: ଫ୍ଲେମିଂ

ପ୍ରଶ୍ନ: ଓଡ଼ିଶାର ରପ୍ତାନିକାରୀ ଓ କ୍ଷୁଦ୍ର ଉତ୍ପାଦକଙ୍କୁ ବ୍ରିଟେନ୍‌-ଭାରତ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) କିଭଳି ଲାଭ ଦେଇପାରିବ ?
ଉତ୍ତର: ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) କାର୍ଯ୍ୟକାରୀ ହେବା ପରେ ଓଡ଼ିଶାରୁ ବ୍ରିଟେନ୍‌ରେ କିଭଳି ଅଧିକ ବାଣିଜ୍ୟ ଓ ନିବେଶ ହୋଇପାରିବ ସେଥିନେଇ ମୋର ସକାରାତ୍ମକ ଦୃଷ୍ଟିକୋଣ ରହିଛି। ଓଡ଼ିଶାର ସାମୁଦ୍ରିକ ରପ୍ତାନିକୁ ଏକ ଉଦାହରଣ ଭାବେ ଦେଖାଯାଉ। ଚିଙ୍ଗୁଡ଼ି, ବଡ଼ ଚିଙ୍ଗୁଡ଼ି, ଟୁନା, ସାମୁଦ୍ରିକ ମାଛରୁ ଉତ୍ପାଦ ଖାଦ୍ୟ ଉପରେ ବ୍ରିଟେନର ଟାରିଫ୍‌ ୪.୨ ପ୍ରତିଶତରୁ ୮.୫ ପ୍ରତିଶତ ମଧ୍ୟରେ ରହୁଛି। ଆଶା କରାଯାଉଥିବା ଟାରିଫ୍‌ ହ୍ରାସ ଘଟିଲେ ତାହା ଓଡ଼ିଶାରୁ ବ୍ରିଟେନକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ପରିମାଣ ବୃଦ୍ଧି ପାଇବ। ମୋ ମତରେ ସବୁ କ୍ଷେତ୍ରରେ ଓଡ଼ିଶାରେ ଥିବା ରପ୍ତାନିକାରୀ ଓ କ୍ଷୁଦ୍ର ଉତ୍ପାଦନକାରୀ ବ୍ରିଟେନକୁ କେବଳ ଏକ ରପ୍ତାନିସ୍ଥଳ ଭାବେ ନୁହେଁ, ବରଂ ବ୍ୟାପକ ଅନ୍ତର୍ଜାତୀୟ ବଜାର ଉପଲବ୍ଧତାର ଏକ ରଣନୀତିକ ଆଧାର ଭାବେ ଦେଖିବା ଦରକାର।
ପ୍ରଶ୍ନ: ବ୍ରିଟେନରୁ ଅଧିକ ନିବେଶକୁ ଆକର୍ଷିତ କରିବା ଲାଗି ଓଡ଼ିଶା ନୀତି ନିର୍ଦ୍ଧାରକମାନେ ବର୍ତ୍ତମାନ କ’ଣ ଗୋଟେ ବାସ୍ତବବାଦୀ ପଦକ୍ଷେପ ନେବା ଦରକାର ବୋଲି ଭାବୁଛନ୍ତି ?
ଉତ୍ତର: ରାଜ୍ୟରେ ଥିବା ନିବେଶ ସୁଯୋଗ ବିଷୟରେ ଠିକ୍‌ ଭାବେ ସମ୍ଭାବ୍ୟ ନିବେଶକଙ୍କୁ ସହଜରେ ସୂଚନା ଦିଆଯାଇପାରିଲେ ଓଡ଼ିଶାରେ ବ୍ରିଟେନର ନିବେଶ ପରିମାଣ ଅତ୍ୟଧିକ ମାତ୍ରାରେ ବଢ଼ିପାରିବ। ଏଠାକାର ନିବେଶ ସମ୍ବନ୍ଧରେ ସବିଶେଷ ସୂଚନା ସହିତ ଆଗକୁ ମାର୍ଗଦର୍ଶନ ଦେଇପାରୁଥିବା ଅଧିକାରୀମାନଙ୍କ ଯୋଗାଯୋଗ ବିବରଣୀ ଯଦି ବ୍ରିଟେନ ନିବେଶକମାନେ ସହଜରେ ପାଇପାରିବେ, ତେବେ ସେମାନେ ଓଡ଼ିଶାରେ ନିବେଶ କରିବାକୁ ଆଗଭର ହେବେ। ଏକ ନିବେଶସ୍ଥଳୀ ଭାବେ ଓଡ଼ିଶାର ଆକର୍ଷଣ ରହିଛି। ସେଥିଲାଗି ମଧ୍ୟ ବ୍ୟାପକ ସୂଚନା ଉପଲବ୍ଧ ହେଉଛି। ଏହା ସହ ଉନ୍ମୁକ୍ତ ଏକକ ବାତାୟନ ପୋର୍ଟାଲ ଓ ନିବେଶ ପରବର୍ତ୍ତୀ ସେବା, ନିର୍ଦ୍ଦିଷ୍ଟ ନିବେଶ ସମ୍ପର୍କିତ ସୂଚନା ଭଳି ଓଡ଼ିଶାର ପଦକ୍ଷେପ ପ୍ରକୃତରେ ବ୍ରିଟେନ ନିବେଶକଙ୍କ ମନରେ ବିଶ୍ୱାସ ଜନ୍ମାଇପାରିବ। ଏଥିସହିତ ରୋଡ୍‌ ଶୋ ଓ ବାଣିଜି୍ୟକ ମିଶନ ଜରିଆରେ ବ୍ରିଟେନର ବ୍ୟବସାୟୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସକ୍ରିୟ ଭାବେ ତା’ର ସ୍ବାତନ୍ତ୍ର୍ୟ ପ୍ରଦର୍ଶନ କରିବା ଉଚିତ।
ପ୍ରଶ୍ନ: ବ୍ରିଟେନ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଥିବା ସହବନ୍ଧିତା ରାଜ୍ୟ ଛାଡ଼ିବାକୁ ଚାହୁଁ ନ ଥିବା ଛାତ୍ରୀଛାତ୍ରଙ୍କ ପାଇଁ କେଉଁ ପ୍ରକାରର ସୁଯୋଗ ସୃଷ୍ଟି କରୁଛି ?
ଉତ୍ତର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ବ୍ରିଟେନ ସହଯୋଗ ଦ୍ରୁତଗତିରେ ବୃଦ୍ଧି ପାଉଛି। ରାଜ୍ୟ ନ ଛାଡ଼ି ଛାତ୍ରୀଛାତ୍ରମାନେ ଏହିଠାରେ ବିଶ୍ୱସ୍ତରୀୟ ଗୁଣାତ୍ମକ ଶିକ୍ଷା କିପରି ପାଇପାରିବେ ସେଭଳି ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ ଅଛି। ୨୦୨୫ ମାର୍ଚ୍ଚରେ ଓଡ଼ିଶାରେ କରାଯାଇଥିବା ବ୍ରିଟେନ କୌଶଳ ମିଶନ ଜରିଆରେ ବ୍ରିଟେନର ଚାର୍ଟାର୍ଡ ସଂସ୍ଥା, ଡିଗ୍ରୀ ପ୍ରଦାନକାରୀ ସଂସ୍ଥା ଏବଂ ଦକ୍ଷତା ବିକାଶ ସଙ୍ଗଠନର ପ୍ରତିନିଧିମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅନେକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପରିଦର୍ଶନକରି ସହବନ୍ଧିତାର ସୁଯୋଗ ଅନ୍ବେଷଣ କରିଥିଲେ। ବିଶ୍ୱବିଦ୍ୟାଳୟ ଉଚ୍ଚପଦାଧିକାରୀ, ରାଜ୍ୟ ଶିକ୍ଷା ଅଧିକାରୀ ଏବଂ ପ୍ରଶିକ୍ଷଣ ଯୋଗାଉଥିବା ସଂସ୍ଥାଗୁଡ଼ିକ ସହ ପ୍ରାୟ ଏକ ଡଜନ୍‌ରୁ ଅଧିକ ବୈଠକ କରାଯାଇଥିଲା। ବ୍ରିଟେନର ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ ପାଠ୍ୟକ୍ରମ ସହ ଓଡ଼ିଶାର ପାଠ୍ୟକ୍ରମର ସମନ୍ବୟ ଆଣିବା ଲାଗି ଏଭଳି ବୈଠକର ଆୟୋଜନ କରାଯାଇଥିଲା। ଆଗାମୀ ମାସଗୁଡ଼ିକରୁ ଆରମ୍ଭ କରି ଆସନ୍ତା ବର୍ଷ ଯାଏ ଶିକ୍ଷା କ୍ଷେତ୍ରରେ ଏଭଳି ସହଭାଗିତା ଫଳପ୍ରଦ ହେବ ବୋଲି ଆଶା କରୁଛୁ। ଏସବୁ ମାଧ୍ୟମରେ ଛାତ୍ରୀଛାତ୍ରମାନେ ଓଡ଼ିଶାରେ ବ୍ରିଟିଶ ସ୍ବୀକୃତିପ୍ରାପ୍ତ ପାଠ୍ୟକ୍ରମ ପଢ଼ିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ। ଫଳରେ ସେମାନେ ଉନ୍ନତ ଶୈକ୍ଷିକ ପଦ୍ଧତି ଅନୁସରଣ କରିବା ସହ ଡିଜିଟାଲ ସୁବିଧା ହାସଲ କରିପାରିବେ। ଏହିଠାରେ ରହି ସେମାନେ ମଧ୍ୟ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ପାଇ ଆଗକୁ ବଢ଼ିପାରିବେ।
ଏହିସବୁ ସହଯୋଗରୁ ଓଡ଼ିଶାର ଛାତ୍ରୀଛାତ୍ର ବ୍ରିଟେନରେ ଉପଲବ୍ଧ ବିଶ୍ୱସ୍ତରୀୟ ଶିକ୍ଷା ଓ ଦକ୍ଷତା ବିକାଶ ବ୍ୟବସ୍ଥାରୁ ଢେର ଲାଭ ପାଇପାରିବେ। ବିଦେଶରେ ବ୍ୟକ୍ତିଗତ ଓ ଆର୍ଥିକ ଆହ୍ବାନର ସମ୍ମୁଖୀନ ହେବା ପରିବର୍ତ୍ତେ ଏମାନେ ଏଠାରେ ନିଜର ନିଯୁକ୍ତି ଦକ୍ଷତା ବଢ଼ାଇବାକୁ ସକ୍ଷମ ହେବେ। ଏହି ମଡେଲ ଓଡ଼ିଶାକୁ ବିଶ୍ୱସ୍ତରୀୟ ମେଧା ନେଟ୍‌ଓ୍ବର୍କ ସହିତ ଅଧିକ ଯୋଡ଼ିବା ସହ ରାଜ୍ୟରେ ମେଧାବୀମାନଙ୍କୁ ଧରିରଖିବାରେ ସହାୟକ ହେବ।
ପ୍ରଶ୍ନ: ଓଡ଼ିଶାର ଉପକୂଳ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ଓ ବିପର୍ଯ୍ୟୟ ପରିଚାଳନା ସକାଶେ ବ୍ରିଟେନ ବୈଷୟିକ ସହଯୋଗ ଦେଇପାରିବ କି?
ଉତ୍ତର: ଓଡ଼ିଶାର ଜଳବାୟୁ ପରିବର୍ତ୍ତନ ପାଇଁ ନିଆଯାଉଥିବା ପଦକ୍ଷେପରେ ବ୍ରିଟେନ ସରକାର ଦୀର୍ଘ ସମୟରୁ ଜଡ଼ିତ ରହିଆସିଛି। ଅତୀତରେ ଆମେ ଜଳବାୟୁ ବିପଦ ପରିଚାଳନା ସହ ସଂସାଧନର ସୁବ୍ୟବହାର କରି ଜଳ ସଂରକ୍ଷଣ, ମରୁଡ଼ି ମୁକାବିଲା, ବନ୍ୟା ନିୟନ୍ତ୍ରଣ ଭଳି ପ୍ରାକୃତିକ ସମ୍ବଳ ପରିଚାଳନାରେ ସାହାଯ୍ୟ କରୁଥିବା କ୍ଷୁଦ୍ର ଭିତ୍ତିଭୂମିଗୁଡ଼ିକୁ ଯୋଡ଼ିବା ଉପରେ କାର୍ଯ୍ୟ କରିଛୁ। ଏହାଦ୍ୱାରା ବର୍ଷାଭିତ୍ତିକ କୃଷି ଉପରେ ନିର୍ଭରଶୀଳ ସମୁଦାୟଗୁଡ଼ିକୁ ଜଳବାୟୁ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଜରିଆରେ ସେମାନଙ୍କୁ ଜୀବିକା ଯୋଗାଇ ଦେଇପାରିଛୁ। ଏଭଳି ପଦକ୍ଷେପ ନେଇଥିବା ଜିଲା ମଧ୍ୟରେ କେନ୍ଦୁଝର ଅନ୍ୟତମ। ଆମର କାର୍ଯ୍ୟ ସହର ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ରର ସଂସ୍କାର ଓ ଅଭିନବତ୍ୱ ଆଣିବାରେ ମଧ୍ୟ ସାହାଯ୍ୟ କରିଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ଉପରେ ଓଡ଼ିଶାର ରାଜ୍ୟ ସ୍ତରୀୟ କାର୍ଯ୍ୟାନ୍ବୟନ ଯୋଜନାର ଅଂଶ ଭାବେ ଆମେ ଜଳବାୟୁ ପରିବର୍ତ୍ତନ ପରବର୍ତ୍ତୀ ପୁନର୍ଗଠନ କ୍ଷେତ୍ରରେ ଅତୀତରେ କାମ କରିଛୁ।
ଭୁବନେଶ୍ୱରରେ ମୁଖ୍ୟତଃ ପରିବହନ କ୍ଷେତ୍ରରେ ଅଙ୍ଗାରକ ନିର୍ଗମନ ହ୍ରାସକୁ ଗୁରୁତ୍ୱ ଦେଉଥିବା ଓଡ଼ିଶାର ଶକ୍ତି ବିଭାଗର ନେଟ୍‌ ଜିରୋ ଭିଜନ ହାସଲ ଦିଗରେ ଆମେ କାର୍ଯ୍ୟ କରିଆସୁଛୁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରକଳ୍ପ କାର୍ଯ୍ୟକାରିତା ସହଭାଗୀ-‘ଟେରି’କୁ ବ୍ରିଟେନର ସେନେକ୍ସ ଓ କୋଭେଣ୍ଟ୍ରି ସିଟି କାଉନ୍‌ସିଲ ଭଳି ଦୁଇଟି ପ୍ରତିଷ୍ଠିତ ସଂସ୍ଥା ସହଯୋଗ କରୁଛନ୍ତି।
ପ୍ରଶ୍ନ: ହେନ୍ତାଳ ବନ ପୁନରୁଦ୍ଧାର ଓ ଉପକୂଳରେ ଜଳବାୟୁ ସହନଶୀଳତା ଲାଗି ନିଆଯାଉଥିବା ପଦକ୍ଷେପ ପାଇଁ ବ୍ରିଟେନ ପକ୍ଷରୁ କିଛି ପାଣ୍ଠି କିମ୍ବା ବୈଷୟିକ ଭାଗୀଦାରି ବ୍ୟବସ୍ଥା ଅଛି କି?
ଉତ୍ତର: ଆମେ ଓଡ଼ିଶା ସରକାରଙ୍କ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ଓ ପିଲାଙ୍କ ପାଇଁ ଓଡ଼ିଆ ଭାଷାରେ ପରିବେଶ ଉପରେ ସ୍ବତନ୍ତ୍ର ଶିକ୍ଷା ଦିଆଯିବା କାର୍ଯ୍ୟକ୍ରମରେ ନିକଟରେ ସାମିଲ ହୋଇଛୁ। ପରିବେଶଗତ ପ୍ରସଙ୍ଗ ଓ ଚିଲିକା ହ୍ରଦରୁ ସାମୁଦ୍ରିକ ବର୍ଜ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ଅଂଶୀଦାରଙ୍କ ସହିତ କାର୍ଯ୍ୟ କରୁଥିବାରୁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପଦରେ ଥିବା ଉପକୂଳବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକୁ ସୁରକ୍ଷା ଦେବା କ୍ଷେତ୍ରରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ହ୍ରାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri