ଚେକ୍‌ ବାଉନ୍ସ ମାମଲା: ଦୁଇଗୁଣା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଲେ ଅଭିଯୁକ୍ତଙ୍କୁ…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି ଭିୟେନା ନାୟକ ଏକ ଚେକ୍‌ ବାଉନ୍ସ ମାମଲା ବିଚାର କରି ଅଭିଯୁକ୍ତ ରଞ୍ଜନ ସ୍ବାଇଁଙ୍କୁ ଏକ ବର୍ଷ କାରାଦଣ୍ଡ ସହ ୪ ଲକ୍ଷ ୫୦ ହଜାର ଟଙ୍କା ଫାଇନାନ୍ସ
କମ୍ପାନୀକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ାର ରଞ୍ଜନ ଭଞ୍ଜନଗର ଶ୍ରୀରାମ ଫାଇନାନ୍ସ କମ୍ପାନୀ ରୁ ଗୋଟିଏ ଟ୍ରକ୍‌ ନେଇଥିଲେ । ଏହାପରେ ଅଭିଯୁକ୍ତ ନିର୍ଦ୍ଧାରିତ ସମୟରେ ଇ ଏମ୍‌ ଆଇ ପରିଶୋଧ କରି ନ ଥିଲେ। ଏହାପରେ ବୀମା କମ୍ପାନୀ ଏଜେଣ୍ଟମାନେ ବାରମ୍ବାର ଗାଡ଼ି ମାଲିକଙ୍କୁ ଟଙ୍କା ମାଗିବାକୁ ଯାଇଥିଲେ। ଶେଷରେ ଗାଡ଼ିମାଲିକ ୨ ଲକ୍ଷ ୨୬ ହଜାର ୮୨୨ ଟଙ୍କାର ଏକ ଚେକ୍‌ ଦେଇଥିଲେ। ଫାଇନାନ୍ସ କମ୍ପାନୀ ଚେକ୍‌ ବ୍ୟାଙ୍କରେ ଡିପୋଜିଟ୍‌ କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାପରେ ଫାଇନାନ୍ସ କମ୍ପାନୀ ଏନେଇ କୋର୍ଟରେ ୨୦୨୨ ଅଗଷ୍ଟ ମାସ ୧୭ରେ ଅଭିଯୋଗ କରିଥିଲେ। ଶନିବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ଫାଇନାନ୍ସ କମ୍ପାନୀ ପକ୍ଷରୁ ରଜେଶ୍ୱର ରାଓ ଆଚାରୀ, ଚନ୍ଦ୍ରମଣି ମହାପାତ୍ର, ଭଗବାନ ସାହୁ ମାମଲା ପରିଚାଳନା କରୁଥିଲେ। ଅପରପକ୍ଷେ ଦଣ୍ଡ ପରେ ରଞ୍ଜନ ଉପର କୋର୍ଟରୁ ଜାମିନରେ ଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ନୂଆ ସରକାରଙ୍କୁ ନେଇ ସସପେନ୍ସ ଜାରି! ବିଜୟଙ୍କ ସାମ୍ନାରେ ସର୍ତ୍ତ ପରେ ସର୍ତ୍ତ

ଚେନ୍ନାଇ,୯।୫: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ଦଳକୁ ସମର୍ଥନ ଦେବା ପୂର୍ବରୁ, ତାମିଜାଗା ଭେଟ୍ରି କାଝାଗମ (ଟିଭିକେ), ଥୋଲ…

ଜାହାଜରୁ ତେଲ ନେଇ ସମୁଦ୍ରରେ ଯାଉଥିଲା ଡଙ୍ଗା, ଧରିଲା ପାଟ୍ରୋଲିଂ ପୋଲିସ, ଡଙ୍ଗାରୁ ଡେଇଁ…

ପାରାଦୀପ,୯ା୫(ଶରତ ରାଉତ): ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରିଛି। ଉକ୍ତ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ଲିଟର…

ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କହିଦେଲେ ଶୁଭେନ୍ଦୁଙ୍କ ମା’, ଇଲିଶି ମାଛ…

କୋଲକାତା,୯।୫: ଶନିବାର ଦିନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ଏହି ପଦବୀ ହାସଲ କରିବାରେ ପ୍ରଥମ ଭାଜପା…

ବଲିଉଡର ବାସ୍ତବତା ଉପରୁ ପରଦା ଅମିଷା ପଟେଲ: କଲେ ଚାଞ୍ଚଲ୍ୟକର ଖୁଲାସା

ପୁଣି ଚର୍ଚ୍ଚାରେ ‘ଗଦର ଗର୍ଲ’ ଅମିଷା ପଟେଲ। କୌଣସି ନୂଆ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ମନ୍ତବ୍ୟ ପାଇଁ। ‘କହୋ ନା… ପ୍ୟାର ହୈ’ ଏବଂ…

ଆସୁଛି ଲଘୁଚାପ; ଏହି ଜିଲାରେ ହୋଇପାରେ ପ୍ରବଳ ବର୍ଷା, ଓଡ଼ିଶାରେ…

ଭୁବନେଶ୍ବର,୯ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତନଠାରୁ ଦେଢ଼ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ ଦିନରେ ଏହା ଆହୁରି ଘନୀଭୂତ…

ମାସକୁ ଏତିକି ଟଙ୍କା ଦରମା ପାଇବେ ଶୁଭେନ୍ଦୁ ଅଧିକାରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲକାତା,୯।୫: ପଶ୍ଚିମବଙ୍ଗର ଜଣେ ନୂତନ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭାଜପାର ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ…

ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼, ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଗଜପତି,୯ା୫(ଗିରିଧାରୀ ପରିଚ୍ଛା): ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼ ଆସିଛି। ଓଡ଼ିଶା ଜନଗଣନା ଅଧିକାରୀଙ୍କୁ ବିରୋଧ କରୁଛନ୍ତି ଆନ୍ଧ୍ର ସପକ୍ଷବାଦୀ ଲୋକ। ଗାଁରେ ରହୁଥିବା…

କୋଦଳା ବାଲି ଢ଼ାବା ନିକଟରେ ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ବସ୍- ଟ୍ରକ ମୁହାମୁହିଁ ଧକ୍କା, ୧୫…

ଖଲ୍ଲିକୋଟ,୯ା୫(ପ୍ରଶାନ୍ତ କୁମାର ମିଶ୍ର): କୋଦଳା ଥାନା ବାଲି ଢ଼ାବା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri