ଜାହାଜରୁ ତେଲ ନେଇ ସମୁଦ୍ରରେ ଯାଉଥିଲା ଡଙ୍ଗା, ଧରିଲା ପାଟ୍ରୋଲିଂ ପୋଲିସ, ଡଙ୍ଗାରୁ ଡେଇଁ…

ପାରାଦୀପ,୯ା୫(ଶରତ ରାଉତ): ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରିଛି। ଉକ୍ତ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ଲିଟର ହାଇସ୍ପିଡ ଡିଜେଲ ଜବତ କରାଯାଇଛି। ଏଥିରେ ଜଡ଼ିତ ଜଣେ ଆନ୍ଧ୍ରପ୍ରଦେଶ ନାଗରିକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ପାରାଦୀପ ଏଏସ୍‌ପି କହିଥିଲେ, ଉକ୍ତ ଡଙ୍ଗା ପଣ୍ୟବାହୀ ଜାହାଜରୁ ତେଲ ନେଇ ମହାନଦୀରେ ପ୍ରବେଶ କରିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ମେରାଇନ ପୋଲିସ ପାଟ୍ରୋଲିଂ ବୋଟ୍‌ ଓ ପୋଲିସ ଡଙ୍ଗାକୁ ଧରିଥିଲା। ଏହି ସମୟରେ ଜଣେ ଡଙ୍ଗାରୁ ଡେଇଁ ଫେରାର ହୋଇଯାଇଥିଲେ। ଏହି ଚୋରା କାରବାର ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ଡଙ୍ଗାରେ ୭ ଟି ତେଲ ଖଣି(ପ୍ୟାନେଲ ଅଛି। ସେଥିରୁ ୩ଟି ପ୍ୟାନେଲରେ ତେଲ ବୋଝେଇ ଅଛି। ଯାହା ୫ ହଜାର ଲିଟରରୁ ଅଧିକ ହେବ। ଉକ୍ତ ତେଲକୁ ବାହାର କରିବା ପରେ ପ୍ରକୃତ କେତେ ଲିଟର ଜଣାପଡ଼ିବ।

ସୂଚନାଯୋଗ୍ୟ ଏବେ ଏପ୍ରିଲ ୧୪ରୁ ଜୁନ ୧୫ ପର୍ଯ୍ୟନ୍ତ ଦୁଇମାସ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ମାଛ ଧରିବା ଭଳି ସମୁଦ୍ରରେ ଯାଇ ଜାହାଜରୁ ତେଲ ସଂଗ୍ରହ କରି ବିକିବା ପଛରେ ଆନ୍ତଃ ରାଜ୍ୟ ରାକେଟ କାମ କରୁଛି। ଏପରି କାରବାର କରୁଥିବା ମୂଳ ଲୋକ ଆନ୍ଧ୍ରପ୍ରଦେଶ ନାଗରିକ ଓ ସେ ପାରାଦୀପ ଷଣ୍ଢକୁଦରେ ରହୁଛନ୍ତି ବୋଲି ଏଏସ୍‌ପି କହିଥିଲେ। ପାରାଦୀପରେ ଏପରି ତେଲ କାରବାର ନିତିଦିନିଆ ଘଟଣା। ୨୦୦୯ ପରଠାରୁ ଏପର୍ଯ୍ୟନ୍ତ ୬ ଥର ଏପରି ଚୋରା ତେଲଡଙ୍ଗା ଜବତ ହୋଇଛି। ଏହି କାରବାର ପଛରେ ଶାସକ ପ୍ରଶାସକଙ୍କ ପ୍ରଚ୍ଛନ୍ନ ହାତଥିବା ଆଲୋଚନା ହେଉଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…

ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?