ବିଧବା ବୋହୂଙ୍କ ଗାଲ କାମୁଡ଼ିଲେ ଶ୍ୱଶୁର: ପରେ ଶାଶୁ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ, ୧୩ା୮ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜନୈକ ଶ୍ୱଶୁର ନିଜର ବିଧବା ବୋହୂଙ୍କ ଗାଲ କାମୁଡି ଦେଇଥିବା ଜୁଲାଇ ୩୧ ରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବୋହୂ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବା ବେଳେ ଶାଶୁ ପାଲଟା ଏତଲା ଦେଇଛନ୍ତି। ଏ ନେଇ ପୋଲିସ ଉଭୟଙ୍କ ଅଭିଯୋଗ ଉପରେ ଶାଶୁଙ୍କ ଅଭିଯୋଗକୁ ଭିତ୍ତି କରି ନଂ. ୨୭୩/୨୫ ଓ ବୋହୂଙ୍କ ଅଭିଯୋଗକୁ ନେଇ ନଂ. ୨୭୪/୨୫ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।
ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ତ୍ରୀ ବିଧବା ହୋଇଥିଲେ। ପରେ ତାଙ୍କ ଶ୍ୱଶୁର, ଶାଶୁ ଓ ଦିଅର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି। ସଦା ବେଳେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ମାଡ ମାରିଆସୁଛନ୍ତି। ଏପରିକି ଘରୁ ବାହାର କରି ଦେବାକୁ ଧମକ ଦେଇଛନ୍ତି। ଯାହାଫଳରେ ନିର୍ଯାତନା ସହି ନ ପାରି ନିଜର ଛୋଟ ପିଲାମାନଙ୍କୁ ଧରି ବୋହୂ ନିଜ ଶାଶୁ ଘର ସଂଲଗ୍ନ ଏକ ଛୋଟ ଘରେ ରହି ଆସୁଥିଲେ। ସେଠାରେ ବର୍ଷାଦିନେ ପାଣି ଗଳିବାର ଶ୍ୱଶୁରଙ୍କୁ ବୋହୂ ଜଣାଇଥିଲେ। ପରେ ଶ୍ୱଶୁର, ଶାଶୁ ଓ ଦେଢ଼ଶୁର ଉତ୍ତ୍ୟକ୍ତ ହୋଇ ବୋହୂଙ୍କୁ ଗାଳି ଗୁଲଜ ଓ ମାରଧର କରିଥିଲେ। ଶ୍ୱଶୁର ରାଗି ଯାଇ ବୋହୂଙ୍କ ଗାଲ କାମୁଡ଼ି ଦେଇଥିଲେ। ଫଳରେ ବୋହୂଙ୍କ ଗାଲରୁ ରକ୍ତ ବାହାରିଥିଲା। ଏନେଇ ବୋହୂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଘଟଣା ଦିନ ପ୍ରଥମେ ଶାଶୁ ଥାନାରେ ପହଞ୍ଚତ୍ ବୋହୂ ମାଡମାରି ଶ୍ୱଶୁରକୁ ତଳେ ପକାଇ ଦେଇଥିଲା। ମାଡିବସି ତାଙ୍କ ହାତକୁ କାମୁଡ଼ିବା ସହିତ ମୋ ହାତକୁ ମଧ୍ୟ କାମୁଡି ଦେଇଥିଲା। ଘଟଣା ସବୁ ଓ୍ବାଡ୍‌ ମେମ୍ବରଙ୍କ ଉପସ୍ଥିତିରେ ଘଟିଥିଲା। ଗ୍ରାମାଂଚଳ ଥାନା ପୋଲିସ ଉଭୟପକ୍ଷଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ ସହ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri