କାମରେ ଆସୁନାହିଁ ଉଠା ଜଳସେଚନ ପ୍ରକଳ୍ପ: ଚାଷୀ ମହଲରେ ଅସନ୍ତୋଷ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତର ଯୋଲକୋ ଗ୍ରାମ ନିକଟରେ ପ୍ରବାହିତ ନଦୀରେ ରହିଛି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଗତ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହୋଇଥିଲା। ଏହା ଲଇତରା,ଜୋଲକୋ, କରଳାଭା ତିନି ଗ୍ରାମର ପ୍ରାୟ ୧୦୫୦ ଏକର ଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଲଇତରା ପଞ୍ଚାୟତ ଅଞ୍ଚଳର ଚାଷୀମାନଙ୍କ ଜମିକୁ ଜଳସେଚନର ସୁବିଧା ପାଇଁ ଏହି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ପୂର୍ବ ସରକାର ପକ୍ଷରୁ କରାଯାଇଥିଲା l

ତେବେ ରେତ ନଦୀଟି ଚିରସ୍ରୋତାବିହୀନ ହେତୁ ରବି ଋତୁ ସମୟରେ ଏହି ପ୍ରକଳ୍ପ ଚାଲୁ ନ ଥିଲା l ବିଶେଷ କରି ବର୍ଷା ଋତୁରେ ଚାଲୁରହୁଥିଲା l ଯଦ୍ୱାରାକି ଚାଷୀମାନଙ୍କ ଗଡାନିଆ ଜମି ମାନଙ୍କରେ ପାଣି ମଡ଼ାଇବା ପାଇଁ କାମରେ ଆସୁଥିଲା l ଏଥିପାଇଁ ଚାଷୀମାନେ ଉପକୃତ ମଧ୍ୟ ହେଉଥିଲେ l ଚଳିତ ବର୍ଷ ଖରିଫ ଋତୁ ସମୟ ହୋଇଥିଲେ ବି ଏହି ପ୍ରକଳ୍ପ ଚାଳୁ ନ ହୋଇ ବନ୍ଧହୋଇ ପଡ଼ିଥିଲା l ଏଣୁ ଚାଷୀମାନଙ୍କ ବର୍ତ୍ତମାନ ଧାନରେ ସାର ପ୍ରୟୋଗ ସହ ରୁଆ,ବେଉଷଣ କାର୍ଯ୍ୟ ଅଟକି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l

ପାଞ୍ଚ ବର୍ଷ ହେଲା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀମାନେ ନିଜର ଚାଷ ଜମିକୁ ଜଳସେଚନ କରିପାରୁଥିଲେ। ପ୍ରକଳ୍ପ ନିର୍ମାଣ କାମ କରିଥିବା ସମ୍ପୃକ୍ତ କମ୍ପାନୀର ପାଞ୍ଚ ବର୍ଷ ମିଆଦ ପୁରିଗଲା ପରେ ତାହାର ରକ୍ଷଣାବେକ୍ଷଣା ପାଇଁ ବର୍ତ୍ତମାନ ଅନ୍ୟ କୈାଣସି କମ୍ପାନୀ ଦାୟିତ୍ବ ନେବା ପାଇଁ ଆସି ନାହାନ୍ତି। ଯଦ୍ୱାରା ପ୍ରକଳ୍ପ ଏବେ ଅଚଳ ହୋଇପଡିଛି ଏବଂ ବର୍ତ୍ତମାନ କିପରି ତାହା କାର୍ଯ୍ୟକ୍ଷମ ହେବ। ସେନେଇ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ କହି ପାରୁନାହାନ୍ତି ବୋଲି ଲଇତରା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ପାଣି ପଞ୍ଚାୟତ ମହଲରେ ଅଭିଯୋଗ ପ୍ରକାଶ ପାଉଛି । ପ୍ରକଳ୍ପର ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକଳ୍ପର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି ଓ କେବେ ହେବ ଏବଂ ସରକାର ପ୍ରକଳ୍ପକୁ ସ୍ବୀକୃତି ପ୍ରାପ୍ତ କମ୍ପାନୀ ଦ୍ବାରା କେବେ ସୁଚାରୁରୂପେ ପରିଚାଳନା କରିବେ ସେ ବିଷୟରେ ଚାଷୀମାନଙ୍କ ପକ୍ଷରୁ କିଛିଦିନ ତଳେ ସମ୍ପୃକ୍ତ ବିଭାଗ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ମିଳିଛି।

ଅପରପକ୍ଷେ ଏହି ମେଗା ପ୍ରୋଜେକ୍ଟ ଚାଳୁ ନ ହୋଇ ମଧ୍ୟ ବିଦ୍ୟୁତ ବିଲ ଅଯଥାରେ ବିଲ ପୈଠ କରାଯାଉଛି l ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପର ପାଇପ ଲାଇନ ଗୁଡିକ କିପରି ଯଥାଶୀଘ୍ର ମରାମତି କାମ ହୋଇପାରିବ ଓ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଲଇତରା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତର ସଭାପତି ଓ ସଦସ୍ୟଙ୍କ ପକ୍ଷରୁ ଦାବି ହେଉଛି । ଏ ସଂକ୍ରାନ୍ତରେ ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କୁ ପଚାରିବାରୁ କିଛି ଦିନ ପରେ ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

ଭାରତୀୟ ଟିମକୁ ବଡ଼ ଝଟକା, ଟି-୨୦ ସିରିଜରୁ ବାହାରି ଗଲେ ଅକ୍ଷର ପଟେଲ, ବୁମରାହଙ୍କୁ ନେଇ କ’ଣ ରହିଛି ଅପଡେଟ ଜାଣନ୍ତୁ

ନୂଆଦିଲ୍ଲୀ, ୧୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରବିବାର, ଡିସେମ୍ବର ୧୪, ୨୦୨୫ରେ...

ଓଡ଼ିଶା ଆସିପାରନ୍ତି ଶାହା, ଭାଜପା ଶିବିର ଚଳଚଞ୍ଚଳ

ଭୁବନେଶ୍ୱର, ୧୬।୧୨(ସୁନିତ୍‌ ମିଶ୍ର):ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ...

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri