ଆସିଲା ଶେଫାଳିଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୃତ୍ୟୁ ରାତିରେ ସ୍ବାମୀ…

ମୁମ୍ବାଇ, ୨୮।୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜାରିୱାଲା, ଯିଏ ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିଲେ, ଶୁକ୍ରବାର ରାତିରେ ମାତ୍ର ୪୨ ବର୍ଷ ବୟସରେ ମୁମ୍ବାଇରେ ଅଚାନକ ମୃତ୍ୟୁବରଣ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶେଫାଳିଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି, କିନ୍ତୁ ସଠିକ କାରଣ ଏପର୍ଯ୍ୟନ୍ତ ଆଧିକାରିକ ଭାବେ ନିଶ୍ଚିତ ହୋଇନାହିଁ। ତାଙ୍କ ଏହି ଅକାଳ ବିୟୋଗ ସାରା ବଲିଉଡକୁ ତାଜୁବ କରିଦେଇଛି।

ରିପୋର୍ଟ ଅନୁସାରେ, ଶୁକ୍ରବାର ରାତିରେ (୨୭-୨୮ ଜୁନ) ଶେଫାଳିଙ୍କୁ ତାଙ୍କ ସ୍ବାମୀ ଅଭିନେତା ପରାଗ ତ୍ୟାଗୀ ଏବଂ ଅନ୍ୟ ତିନି ଜଣ ମୁମ୍ବାଇର ବେଲେଭ୍ୟୁ ମଲ୍ଟିସ୍ପେସିଆଲିଟି ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଶେଫାଳିଙ୍କ ମୃତ୍ୟୁକୁ ସନ୍ଦେହଜନକ ମନେ କରି ମୁମ୍ବାଇ ପୋଲିସ ଏକ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏକ ଫରେନ୍ସିକ ଟିମ ତାଙ୍କ ଆନ୍ଧେରୀସ୍ଥିତ ବାସଭବନରେ ପହଞ୍ଚି ତନାଘନା କରୁଛି। ପୋଲିସ ତାଙ୍କ ଘରେ କାମ କରୁଥିବା ରୋଷେୟା ଏବଂ ଅନ୍ୟ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

୨୦୦୨ ମସିହାରେ ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓରେ ଅଭିନୟ କରି ଶେଫାଳି ଜାରିୱାଲା ରାତାରାତି ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ଗୀତ ତାଙ୍କୁ ‘କାଣ୍ଟା ଲାଗା ଗାର୍ଲ’ ଭାବେ ପରିଚିତ କରାଇଥିଲା। ପରେ ସେ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହ ‘ମୁଝସେ ଶାଦୀ କରୋଗୀ’ (୨୦୦୪) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ହୁଡୁଗାରୁ’ରେ ଏକ ନୃତ୍ୟ ଗୀତରେ ଅଭିନୟ କରିଥିଲେ ଏବଂ ୨୦୧୮ରେ ALT ବାଲାଜୀର ଓବେ ସିରିଜ ‘ବେବୀ କମ ନା’ରେ ମୁଖ୍ୟ ଭୂମିକାରେ ଦେଖାଦେଇଥିଲେ। ୨୦୧୯ରେ ‘ବିଗ ବସ ୧୩’ରେ ତାଙ୍କ ଅଂଶଗ୍ରହଣ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା, ବିଶେଷକରି ତାଙ୍କ ପୂର୍ବ ପ୍ରେମିକ ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ସମ୍ପର୍କ ଯୋଗୁଁ।

ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୁହାଯାଇ ନାହିଁ, କିନ୍ତୁ ହୃଦଘାତକୁ ପ୍ରାଥମିକ କାରଣ ଭାବରେ ବିବେଚନା କରାଯାଉଛି। ତେବେ ଏହାରି ଭିତରେ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁ ରିପୋର୍ଟରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ପୋଲିସ ଶେଫାଳି ଜାରିୱାଲାଙ୍କ ସ୍ୱାମୀ ପରାଗ ତ୍ୟାଗୀଙ୍କ ବୟାନ ରେକର୍ଡ କରିଛି, ଯାହା ପ୍ରକାଶ କରୁଛି ଯେ, ଅଭିନେତ୍ରୀ ପୂର୍ବରୁ ଚିକିତ୍ସାଧୀନ ଥିଲେ। ତାଙ୍କ ଡାକ୍ତର କହିଛନ୍ତି ଯେ, ଅଭିନେତ୍ରୀ ଗ୍ଲାମର ଦେଖାଯିବା ପାଇଁ ଗତ ୫-୬ ବର୍ଷ ଧରି ଚିକିତ୍ସା ନେଉଥିଲେ। ତଥାପି, ଡାକ୍ତର ଦାବି କରିଛନ୍ତି, ଯେ ଏହି ଔଷଧର ହାର୍ଟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଔଷଧଗୁଡ଼ିକ ଚର୍ମର ସୁନ୍ଦରତା ପାଇଁ ନିଆଯାଏ ଏବଂ ଏହାର ପ୍ରଭାବ କେବଳ ଚର୍ମ ଉପରେ ପଡ଼ିଥାଏ।

ଶେଫାଳିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଶେଫାଳି ଜାରିୱାଲା ୧୫ ବର୍ଷ ବୟସରେ ମୃଗୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ, ଏହି ରୋଗ ତାଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିଥିଲା ଏବଂ କ୍ୟାରିୟରରେ ଅନେକ ସୁଯୋଗ ଗ୍ରହଣ କରିବାରେ ବାଧା ସୃଷ୍ଟି କରିଥିଲା। ତଥାପି, ସେ ଚିକିତ୍ସା ଓ ପରିବାରର ସମର୍ଥନ ମାଧ୍ୟମରେ ନଅ ବର୍ଷ ଧରି ମୃଗୀରୁ ମୁକ୍ତ ରହିଥିଲେ। ସେ ମାନସିକ ସୱାସ୍ଥ୍ୟ ସଚେତନତା ଓ ମହିଳା ସଶକ୍ତିକରଣ ପାଇଁ ମଧ୍ୟ ସର୍ବଦା କାର୍ଯ୍ୟ କରୁଥିଲେ।

ଶେଫାଳିଙ୍କ ଅନ୍ତିମ ସଂସ୍କାର ଆଜି (୨୮ ଜୁନ ୨୦୨୫) ମୁମ୍ବାଇର ଓଶିୱାରା ଶ୍ମଶାନ ଘାଟରେ ହେବ ବୋଲି ଜଣାପଡ଼ିଛି। ଏହା ସେହି ସ୍ଥାନ ଯେଉଁଠାରେ ୨୦୨୧ରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ଏହି ଦୁଃଖଦ ମୁହୂର୍ତ୍ତରେ ଏକତ୍ରିତ ହୋଇ ତାଙ୍କୁ ଶେଷ ବିଦାୟ ଦେବେ। l


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri