ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ

ମାଲକାନଗିରି,୭ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳ କେରାଗୁଟା ଜଙ୍ଗଲରେ ଆଜକୁ ୧୬ ଦିନ ଧରି ସିଆର୍‌ପିଏଫ୍‌, ଡିଆରଜି, ଏସ୍‌.ଟି.ଏଫ୍‌. ଯବାନମାନେ ଅପରେଶନ ଜାରି ରହିଛି। ତେବେ କେରାଗୁଟା ଜଙ୍ଗଲରେ ଏକ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ରହିଥିବା ଗୋଇନ୍ଦା ସୁତ୍ରରୁ ଖବର ପାଇ ୧୬ ଦିନ ପୁର୍ବରୁ ଯବାନମାନେ ସମ୍ପୂର୍ଣ୍ଣ କେରାଗୁଟା ଜଙ୍ଗଲ, ପାହାଡ଼କୁ ଘେରାଉ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

ଉକ୍ତ ଜଙ୍ଗଲରେ ଗତ ଏକ ସପ୍ତାହ ପୂର୍ବରୁ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲେ। ତେବେ ଆଜି କେରାଗୁଟା ପାହାଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଅପରେଶନରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଯବାନମାନେ ସମ୍ପୂର୍ଣ୍ଣ ଜଙ୍ଗଲ ଓ ପାହାଡ଼କୁ ଘେରାବନ୍ଦୀ କରି ରଖିଥିବାବେଳେ ଏହି ଜଙ୍ଗଲ ଓ ପାହାଡ଼ରେ ଟପ୍‌ କ୍ୟାଡର ମାଓବାଦୀମାନେ ଓ ମାଓବାଦୀ ନେତାମାନେ ଉପସ୍ଥିତ ଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ପ୍ରାୟ ୬ ଜଣ ଯବାନ ନିହତ ହୋଇଥିବାବେଳେ ଶତାଧିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏହି ଅଞ୍ଚଳ ମାଓବାଦୀଙ୍କ ଆଡ୍ଡା ହୋଇଥିବାବେଳେ ଏଠାରେ ମାଓବାଦୀଙ୍କ ଦ୍ୱାରା ଶହ ଶହ ଲ୍ୟାଣ୍ଡମାଇନ ବିଛାଯାଇଛି ଏବଂ ତାଙ୍କ ନିକଟରେ ମଧ୍ୟ ବନ୍ଧୁକ, ଗୋଳାବାରୁଦ ବିଫୁଳ ସଂଖ୍ୟାରେ ଥିବା ଜଣାପଡ଼ିଛି। ଏହି ଅପରେଶନ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବାବେଳେ ଆଗାମୀ ଦିନରେ ଏହି ଅପରେଶନର ଫଳାଫଳ କଣ ହେବ ତାହା ଦେଖିବାକୁ ବାକି ରହିଲା। ଅନ୍ୟ ପଟେ ଯବାନମାନେ ଅପରେଶନରେ ଜବତ କରିଥିବା ଅସ୍ତ୍ରଶସ୍ତ୍ର ଓ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସୁଦ୍ଧା ଦେଇ ନ ଥିବାରୁ ଜଙ୍ଗଲରୁ ସମ୍ପୂର୍ଣ୍ଣ ଖବର ଆସିବା ପରେ ଏହାର ତଥ୍ୟ ପ୍ରଦାନ କରାଯିବ ବୋଲି ଉଭୟ ରାଜ୍ୟର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri