ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ ହେଲେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଲି ହେନ୍ତି ଗ୍ରାମର ବେଣୁଧର ହାତୀ(୩୬)।

ସୂଚନାନୁଯାୟୀ, ବେଣୁଧର ୨୦୧୯ରେ ଭଦ୍ରକ ଜିଲାର ସାବରଙ୍ଗ ପଞ୍ଚାୟତର ରାଉତ ସାହିର ରତ୍ନାକର ରାଉତଙ୍କ ଝିଅ ବନଲତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସେ ଗୁଜରାଟର ସୁରଟରେ ଏକ ଗେଷ୍ଟ୍‌ ହାଉସରେ କାମ କରୁଥିଲେ। ବିବାହର କିଛିଦିନ ପରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଗତ କିଛିଦିନ ତଳେ ବନଲତା ତାଙ୍କ ଝିଅକୁ ଧରି ବାପଘରେ ଆସି ରହୁଥିଲେ। ଗତକାଲି(ଗୁରୁବାର ସନ୍ଧ୍ୟାରେ) ବେଣୁଧର ଶ୍ୱଶୁର ଘରେ ପହଞ୍ଚି ଘର ଚାବି ମାଗିବା ସହ ଝିଅକୁ ନେଇ ଘରକୁ ଯିବା ପାଇଁ ଜିଦ୍‌ ଧରି ବସିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ସକାଳୁ ଯିବାକୁ କହିବାରୁ ସେ ରାଗି ବାହାରକୁ ପଳାଇଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କର ଆଉ କୌଣସି ଖୋଜ ଖବର ମିଳି ନ ଥିଲା। ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବେଣୁଧର ବେକରେ ଏକ ରଶି ଲଗାଇ ରତ୍ନାକରଙ୍କ ମୃତଦେହ ବାଡ଼ିପଟେ ଘର ପିଣ୍ଡାରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସାବରଙ୍ଗ ଥାନାଧିକାରୀ ଶାନ୍ତନୁ ଜେନା ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ନମ୍ବର ୮/ ୨୬ ରୁଜୁ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଡ଼ି ଦୁର୍ଯ୍ୟଧନ ପାତ୍ରଙ୍କର ନିଜସ୍ୱ ଘର ନଥିବାରୁ ଗାଁ ଶେଷରେ ଟିଣ ପକାଇ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?