ସୁସ୍ଥ ହୃତ୍‌ପିଣ୍ଡ ଅନ୍ତରାଳେ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ, ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର ୩୦୦-୪୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃଦ୍‌ଯନ୍ତ୍ରଟି ଗର୍ଭସଞ୍ଚରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚତ୍ଥିବା ଯାଏ କାର୍ଯ୍ୟ କରୁଥାଏ। ପ୍ରକାରାନ୍ତେ ହୃଦ୍‌ଯନ୍ତ୍ର ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ ଏବଂ ମୃତ୍ୟୁ ହେଲେ ହୃଦ୍‌ଯନ୍ତ୍ରଟି ବନ୍ଦ ହୋଇଯାଏ। ମାତ୍ର ୧୨ ସେମି ଲମ୍ବ, ୮.୫ ସେମି ଓସାର ଓ ୬ ସେମି ମୋଟା ବିଶିଷ୍ଟ ହୃଦ୍‌ଯନ୍ତ୍ର ପ୍ରତି ମିନିଟ୍‌ରେ ହାରାହାରି ୭୨ ଥର (୬୦-୮୦), ପ୍ରତି ଘଣ୍ଟାରେ ୪୩୨୦ଥର, ଗୋଟିଏ ଦିନରେ ଲକ୍ଷେ ଚାରିହଜାର ଥର ସ୍ପନ୍ଦିତ (ସଙ୍କୁଚିତ ଓ ପ୍ରସାରିତ) ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଗୋଟିଏ ହୃଦ୍‌ଯନ୍ତ୍ର କାର୍ଯ୍ୟ ଅର୍ଥାତ୍‌ ପ୍ରତ୍ୟେକ ସ୍ପନ୍ଦନ ପାଇଁ ଏହା ୦.୮ ସେକେଣ୍ଡ ନେଇଥାଏ ଓ ସଙ୍କୋଚନ ପାଇଁ ଯେତିକି ସମୟ ନିଏ, ପ୍ରସାରଣ ପାଇଁ ତା’ଠାରୁ ଅଢ଼େଇ ଗୁଣ ସମୟ ନେଇଥାଏ। ଅର୍ଥାତ୍‌ ହୃଦଯନ୍ତ୍ର ଯେତିକି ସମୟ ସଙ୍କୁଚିତ ହୁଏ ତା’ ତୁଳନାରେ ଅଢ଼େଇରୁ ୩ ଗୁଣ (ପ୍ରସାରିତ) ବିଶ୍ରାମ ନେଇଥାଏ। ତେଣୁ ଏହା ଉପରେ କାର୍ଯ୍ୟଭାର କିଛି ମାତ୍ରାରେ କମ୍‌ ହୋଇଥାଏ। ସାଧାରଣତଃ ହୃଦ୍‌ଯନ୍ତ୍ରର ତିନିଗୋଟି ଆବରଣ ମଧ୍ୟରୁ ମାଂସପେଶୀୟ ଆବରଣ ବା ମାୟୋକାର୍ଡିୟମ୍‌ ଏହି କାର୍ଯ୍ୟ କରିଥାଏ।
ହୃଦ୍‌ଯନ୍ତ୍ରର ସଙ୍କୋଚନ ସମୟରେ ହେଉଥିବା ବଳ ଦ୍ୱାରା ରକ୍ତ ସଞ୍ଚାରଣ ହୋଇଥାଏ ଏବଂ ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍‌ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲ୍‌ସ ପ୍ରେସର (ନାଡ଼ି ଚାପ) ଏହି ଦୁଇ ଚାପର ତଫାତ ଅର୍ଥାତ୍‌ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମାତ୍ର ଉଚ୍ଚ ରକ୍ତଚାପ ଏକ ବହୁଳ ପରିଲକ୍ଷିତ ଓ ପ୍ରାୟତଃ କାରଣ ଜଣା ନ ପଡ଼ିବା ଏକ ରୋଗ, ଯାହାକି ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଓ ଆହୁରି ଅନେକ କାରଣରୁ ହୋଇଥାଏ ବୋଲି ଅନୁମାନ କରାଯାଉଛି। ଉଚ୍ଚ ରକ୍ତଚାପ ଥରେ ଜଣାପଡ଼ିଲେ ଏହା ପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକତା ପଡ଼ିଥାଏ।
ଏତଦ୍‌ବ୍ୟତୀତ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଯାହାକୁ ‘Acute Myocardial Ischemia (AME) କୁହାଯାଏ, ତାହା ହୃଦ୍‌ଯନ୍ତ୍ରର ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହେବା ଦ୍ୱାରା ହୋଇଥାଏ। ହୃଦ୍‌ଯନ୍ତ୍ରରୁ ମାଂସପେଶୀକୁ ରକ୍ତ ଯୋଗାଉଥିବା ଦୁଇଟି ମୁଖ୍ୟ ଧମନୀ ଓ ଏହାର ଶାଖା ଏହିପରି ପାଞ୍ଚଗୋଟି ଧମନୀରୁ ଏକ ବା ଏକାଧିକ ଅବରୋଧ (blockage) ସୃଷ୍ଟି ହେଲେ ହୃଦ୍‌ଘାତ ହୋଇଥାଏ। ଏହା ବାମ ମୁଖ୍ୟ କରୋନାରୀ ଧମନୀରେ ଅଧିକ ପରିଲକ୍ଷିତ ହୋଇଥାଏ।
ହୃଦ୍‌ଯନ୍ତ୍ରକୁ ରକ୍ତ ସଞ୍ଚାରଣ କରାଉଥିବା ଧମନୀଗୁଡ଼ିକୁ କରୋନାରୀ ଧମନୀ କୁହାଯାଇଥାଏ। କାରଣ ଏହା ହୃଦଯନ୍ତ୍ରର ମୁକୁଟ ପରି ପ୍ରତୀୟମାନ ହୁଅନ୍ତି। ଧମନୀରେ କୋଲେଷ୍ଟରଲ, ଆଖେରୋମା ଇତ୍ୟାଦି ଜମି ରକ୍ତ ସଞ୍ଚାଳନର ବାଟ ବନ୍ଦ କରିଥାଏ। ଏଥିପାଇଁ ସ୍ଥଳବିଶେଷରେ ଷ୍ଟେଣ୍ଟ, ବାଇପାସ୍‌ ସର୍ଜରି ଇତ୍ୟାଦି କରାଯାଇଥାଏ। ରକ୍ତ ଜମାଟ ଓ ଚର୍ବିଜାତୀୟ ଉପାଦାନ ହ୍ରାସ ପାଇଁ ଔଷଧ ଦିଆଯାଇଥାଏ। ଏବେ ବିନା ଅପରେଶନରେ ମଧ୍ୟ ହାର୍ଟ ବ୍ଲକେଜର ଚିକିତ୍ସା କରାଯାଇପାରୁଛି।
ଆମ ଶରୀରରେ ରକ୍ତ ସଞ୍ଚାଳନ ଏହିପରି ହୋଇଥାଏ। ପ୍ରଥମେ ଶରୀରର ସମସ୍ତ ଅଙ୍ଗ ଓ ଅଂଶରୁ ଦୂଷିତ ରକ୍ତ ସଂଗ୍ରହ ହୋଇ ଊର୍ଦ୍ଧ୍ୱ ଓ ଅଧ ଭେନା(vena) କାଭା(cava) ଦ୍ୱାରା ଦକ୍ଷିଣ ଅଳିନ୍ଦକୁ ଆସି ଦକ୍ଷିଣ ନିଳୟ ଦେଇ ଅଙ୍ଗାରକାମ୍ଳରହିତ ଓ ଅମ୍ଳଜାନଯୁକ୍ତ ହୋଇ ପରିଷ୍କାର ରକ୍ତ ହେବା ପାଇଁ ଫୁସ୍‌ଫୁସ୍‌କୁ ଯାଏ। ସେଠାରୁ ଏହା ଫୁସ୍‌ଫୁସ୍‌ ଶିରା ଦେଇ ବାମ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଧମନୀ ଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ଯାଇଥାଏ। ଏହି ପ୍ରକ୍ରିୟା ନିରନ୍ତର ଚାଲିଥାଏ। ସାଧାରଣତଃ ହୃତ୍‌ପିଣ୍ଡର ଚାରିଗୋଟି କୋଠରି ମଧ୍ୟରୁ କେବଳ ଗୋଟିଏ ପଟ ଉପର କୋଠରିରୁ ତଳ କୋଠରିକୁ ବାଟ ଥାଏ। ବାମରୁ ଦକ୍ଷିଣ କିମ୍ବା ଦକ୍ଷିଣରୁ ବାମକୁ ବାଟ ନ ଥାଏ। ଏହା ସେପ୍ଟମ ଦ୍ୱାରା ବନ୍ଦ ହୋଇଥାଏ।
ବହୁତ ସମୟରେ ଏପରି ହୋଇଥାଏ ଯେ ଆମେ କେବଳ ରୋଗ ପାଇଁ ଔଷଧ ଖାଇଥାଉ। ମାତ୍ର ରୋଗ କାହିଁକି ହେଉଛି, କିପରି ନ ହେବ ସେଥିପାଇଁ ଚିନ୍ତା କରି ନ ଥାଉ। ହୃଦ୍‌ରୋଗ ଜନ୍ମ ସମୟର ଅପରିପକ୍ୱ ଗଠନ ଯୋଗୁ ଶିଶୁମାନଙ୍କଠାରେ ହୋଇଥାଏ। ମାତ୍ର ଏହା ଏବେ ଅପରେଶନ ଦ୍ୱାରା ସଜଡ଼ା ଯାଇପାରୁଛି। ଅନେକ ସ୍ଥାନରେ ତାହା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ସେହିପରି ଗଳା ସଂକ୍ରମଣ ଓ ଗଣ୍ଠି ସଂକ୍ରମଣ ପରବର୍ତ୍ତୀ ସମୟରେ ହାର୍ଟର କପାଟିକା(ଭାଲ୍‌ଭ)ଗୁଡ଼ିକ ନଷ୍ଟ ହୋଇ ଆର୍‌ଏଚ୍‌ଡି ବା କପାଟିକାଜନିତ ରୋଗ ହୋଇଥାଏ। ଏହାର ଚିକିତ୍ସା ଦୀର୍ଘଦିନ ଧରି ଔଷଧ ଦ୍ୱାରା ହୋଇଥାଏ ଓ ସ୍ଥଳବିଶେଷରେ ଅପରେଶନ କରାଯାଏ।
ସବୁଠାରୁ ଅଧିକ ସଂଖ୍ୟାରେ ହେଉଥିବା ହୃଦ୍‌ରୋଗ ହେଲା ହାର୍ଟ ଆଟାକ, ଯାହା କରୋନାରୀ ଧମନୀରେ ରକ୍ତ ସଞ୍ଚାଳନରେ ବାଧା ଯୋଗୁ ହୋଇଥାଏ। ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଓ ଫଳପ୍ରଦ ଚିକିତ୍ସା କରାଯାଇପାରୁଛି। ପୁରୁଷମାନଙ୍କ କ୍ଷେତ୍ରରେ ହୃଦ୍‌ଘାତର ଲକ୍ଷଣ ମୁଖ୍ୟତଃ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ବାନ୍ତି ଲାଗିବା, ବଦହଜମି ଲାଗିବା, କାନ୍ଧରେ କଷ୍ଟ ଲାଗିବା ପରି ହୋଇଥାଏ। ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ବେଳେବେଳେ ଏହି ଯନ୍ତ୍ରଣା ସହଜରେ ଜଣାପଡ଼ି ନ ଥାଏ। ତେବେ ଆମ୍ଭେମାନେ ଚାହିଁଲେ ହୃଦ୍‌ରୋଗକୁ କମାଇ ପାରିବା ଏବଂ ହୃଦ୍‌ରୋଗଜନିତ ମୃତ୍ୟୁରୁ ରକ୍ଷା ପାଇପାରିବା।
ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଓଜନ ହ୍ରାସ, ଚର୍ବି ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ ଶର୍କରା ନିୟନ୍ତ୍ରଣ, କମ୍‌ ଲୁଣ, କମ୍‌ ଚିନି, ଅଧିକ ତନ୍ତୁଜାତୀୟ ଓ ଫଳ ପନିପରିବାଯୁକ୍ତ ଖାଦ୍ୟ, ସୁସ୍ଥ ମନ, ସୁସ୍ଥ ଚିନ୍ତାଧାରା, ମାନସିକ ଚାପ ହ୍ରାସ ଓ ଆହୁରି ଅନେକ ଏହିପରି କାର୍ଯ୍ୟବିଧି ହୃଦ୍‌ଘାତର ଆଶଙ୍କା କମାଇ ଦେଇଥାଏ।

ଡା. ରାମଚନ୍ଦ୍ର ରାଉତ
– ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri