ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ ବାଣ୍ଟି ଦେଇଥିଲେ। ଝିଅ ଈଶା ଅମ୍ବାନୀଙ୍କୁ ଖୁଚୁରା ବ୍ୟବସାୟର ଦାୟିତ୍ୱ, ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଟେଲିକମ୍‌ ଏବଂ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଶକ୍ତି କ୍ଷେତ୍ରର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ନିକଟରେ ମୁକେଶ ଅମ୍ବାନୀ ଖୁସିରେ ତାଙ୍କ ସାନ ପୁଅକୁ ନୂତନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
ଏବେ କମ୍ପାନୀ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ମଣ୍ଡଳୀ ଅନନ୍ତ ଏମ୍‌. ଅମ୍ବାନୀଙ୍କୁ ମେ’୧, ୨୦୨୫ରୁ ପାଞ୍ଚ ବର୍ଷ ପାଇଁ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏପର୍ଯ୍ୟନ୍ତ ସେ କମ୍ପାନୀ ସହିତ ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ। ଅନନ୍ତ ଅମ୍ବାନୀ ମାର୍ଚ୍ଚ ୨୦୨୦ରୁ ଜିଓ ପ୍ଲାଟଫର୍ମ ଲିମିଟେଡର ବୋର୍ଡରେ ଅଛନ୍ତି। ମଇ ୨୦୨୨ରୁ ସେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ବୋର୍ଡରେ ମଧ୍ୟ ଯୋଗଦାନ ଦେବା ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ଜୁନ ୨୦୨୧ଠାରୁ ରିଲାଏନ୍ସ ନ୍ୟୁ ଏନର୍ଜି ଲିମିଟେଡ୍‌ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡ୍‌ର ବୋର୍ଡରେ ଅଛନ୍ତି। ସେପ୍ଟେମ୍ବର ୨୦୨୨ଠାରୁ ସେ ରିଲାଏନ୍ସ ଫାଉଣ୍ଡେସନର ବୋର୍ଡରେ ମଧ୍ୟ ଅଛନ୍ତି। ବ୍ରାଉନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଅନନ୍ତ କମ୍ପାନୀର ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ନେତୃତ୍ୱ ଅଭିଜ୍ଞତା ହାସଲ କରିଛନ୍ତି।
ଏହି ନିଷ୍ପତ୍ତି ଅମ୍ବାନୀ ପରିବାରର ଉତ୍ତରାଧିକାର ଯୋଜନାର ଏକ ଅଂଶ, ଯାହା ଅଧୀନରେ ପରବର୍ତ୍ତୀ ପିଢ଼ିକୁ ରଣନୈତିକ ଦାୟିତ୍ୱ ହସ୍ତାନ୍ତର କରାଯାଉଛି। ବାର୍ଷିକ ସାଧାରଣ ସଭାରେ ମଧ୍ୟ ମୁକେଶ ଅମ୍ବାନୀ ଅନନ୍ତଙ୍କ ନେତୃତ୍ୱ କ୍ଷମତା ଏବଂ ଶକ୍ତି କ୍ଷେତ୍ର ପ୍ରତି ତାଙ୍କର ବୁଝାମଣାକୁ ପ୍ରଶଂସା କରିଥିଲେ।
ଜାନୁଆରୀ-ମାର୍ଚ୍ଚ ୨୦୨୫ତ୍ରୈମାସିକର ଫଳାଫଳ ପ୍ରକାଶ କରି RIL ଏକ ନୂତନ ରେକର୍ଡ ସ୍ଥାପନ କରିଛି। ରିଲାଏନ୍ସ ପ୍ରଥମ ଭାରତୀୟ କମ୍ପାନୀ ହୋଇଛି ଯାହାର ମୋଟ ଇକ୍ୱିଟି  10 ଲକ୍ଷ କୋଟି ଅତିକ୍ରମ କରିଛି।
କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସର ଡିଜିଟାଲ ସେବାଗୁଡ଼ିକ ଏହି ତ୍ରୈମାସିକରେ ରେକର୍ଡ ରାଜସ୍ବ ଏବଂ ଲାଭ ସୃଷ୍ଟି କରିଛି। ଉନ୍ନତ ଉପଭୋକ୍ତା ସମ୍ପର୍କ ଏବଂ ଦୃଢ଼ ଗ୍ରାହକ ମିଶ୍ରଣ ଯୋଗୁ ରୋଜଗାର ବୃଦ୍ଧି ପାଇଛି।
RIL ର ନିର୍ଦ୍ଦେଶକ ମଣ୍ଡଳୀ  ୨୫,000 କୋଟି ପର୍ଯ୍ୟନ୍ତ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ତାଲିକାଭୁକ୍ତ କିମ୍ବା ଅଣତାଲିକାଭୁକ୍ତ, ସୁରକ୍ଷିତ କିମ୍ବା ଅସୁରକ୍ଷିତ, ଅଣ-ପରିବର୍ତ୍ତନୀୟ ଡିବେଞ୍ଚର ମାଧ୍ୟମରେ ପ୍ରାଇଭେଟ ପ୍ଲେସମେଣ୍ଟ ମାଧ୍ୟମରେ ଗୋଟିଏ କିମ୍ବା ଅଧିକ ପର୍ଯ୍ୟାୟରେ ରାଶି ସଂଗ୍ରହ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri