Posted inଫୁରସତ

ପରିବାର ଲୋକ ଓ ବନ୍ଧୁଙ୍କ ପାଇଁ ଉପହାର କିଣିଥିଲି

ଲେଖକ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ଡ. କମଳା କାନ୍ତ ତ୍ରିପାଠୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

‘କଟକ ଜିଲା କଲ୍ୟାଣୀନଗର ଅନ୍ଦରପୁରର ଏକ ସାଧାରଣ ବ୍ୟବସାୟୀ ପରିବାରରେ ମୋ ଜନ୍ମ। ୫ ଭାଇ, ଭଉଣୀଙ୍କ ମଧ୍ୟରେ ମୁଁ ସର୍ବକନିଷ୍ଠ। ପିଲାବେଳୁ ପାଠପଢ଼ା ପ୍ରତି ମୋର ଖୁବ୍‌ ଆଗ୍ରହ ଥିବାର ଦେଖି ପଡ଼ିଶା ଘରେ ରହୁଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟର ଜନୈକ ଅଧିକାରୀ ମୋ ମାତାପିତାଙ୍କୁ କହି ବୋର୍ଡ ସ୍କୁଲରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶ ପରୀକ୍ଷା ଦେବାକୁ କହିଥିଲେ; ଯେଉଁଥିରେ ମୁଁ କୃତକାର୍ଯ୍ୟ ହୋଇଥିଲି। ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ସେତେବେଳର ସୁନାମଧନ୍ୟ ବିଦ୍ୟାଳୟ; କିନ୍ତୁ ଆମ ଘରଠାରୁ ବହୁତ ଦୂରରେ। ତଥାପି ମୋର ପଢ଼ା ପ୍ରତି ଥିବା ଆଗ୍ରହ ଆଗରେ କୌଣସି ପ୍ରତିବନ୍ଧକ ସମସ୍ୟା ହୋଇ ନ ଥିଲା। ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମୁଁ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲି। ୧୯୯୩ରେ ସ୍ନାତକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପଞ୍ଚମ ଏବଂ ୧୯୯୫ରେ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ୧୯୯୬ରେ ୟୁଜିସି ନେଟ୍‌ ପରୀକ୍ଷାରେ ସଫଳ ହେଲି। ୧୯୯୯ ପର୍ଯ୍ୟନ୍ତ ବହୁ ପରୀକ୍ଷାର ସମ୍ମୁଖୀନ ହୋଇଛି ମୁଁ। ୧୯୯୭ ମସିହା ପାଇଁ କରାଯାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩ୟ ସ୍ଥାନ ଅଧିକାର କରି ୧୯୯୯ ମାର୍ଚ୍ଚରେ ପ୍ରଶାସନିକ ପ୍ରଶିକ୍ଷଣ ଅଧିକାରୀ (ଅଫିସର୍‌ ଟ୍ରେନି) ହୋଇ କେନ୍ଦ୍ରାପଡ଼ା କଲେକ୍ଟୋରେଟ୍‌ରେ ଯୋଗଦେଇ ସରକାରୀ କାର୍ଯ୍ୟାରମ୍ଭ କଲି ଏବଂ ପ୍ରୋବେଶନାରୀ ପ୍ରଶିକ୍ଷଣ ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଯୋଗଦେଲି। ଚାକିରି ଜୀବନର ପ୍ରଥମ ଦରମା ଥିଲା ୬୪୦୦ ଟଙ୍କା। ହାତରେ ପ୍ରଥମ ଦରମା ଧରିବା ପରେ ମୋ ଖୁସିର ତ ସୀମା ନ ଥିଲା। ହେଲେ ମୁଁ ଭାବୁଥିଲି କେମିତି ଅଭାବ ପରିସ୍ଥିତିରେ ମୋ ପରିବାର ଓ ପରମ ବନ୍ଧୁ ମୋ ସହିତ ରହିଥିଲେ। ମୋର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ମୋର ଜ୍ୟେଷ୍ଠଭ୍ରାତା ସୁବାସ ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ମୋ ଭାଉଜଙ୍କର ଆର୍ଥିକ ସାହାଯ୍ୟ, ଦିବଂଗତ ମାତାପିତା ଓ ଏକ ବଡ଼ ଭଉଣୀ ତନୁଜାଙ୍କର ଏବଂ ଅନ୍ୟ ଏକ ଜ୍ୟେଷ୍ଠ ଭ୍ରାତା ଉଦୟନାଥ ଓ ସବୁଠୁ ବଡ଼ ଭଉଣୀ ପୁଷ୍ପଲତାଙ୍କର ଆଶୀର୍ବାଦ ସବୁବେଳେ ମୋ ସହିତ ରହିଛି। ମୋର ପରମମିତ୍ର ପ୍ରିୟ ପଟ୍ଟାୟତର ଅହରହ ପ୍ରେରଣା ମୋତେ ଲକ୍ଷ୍ୟପଥରେ ଯିବାକୁ ଶକ୍ତି ପ୍ରଦାନ କରିଛି। ସେ ମୋତେ ଆବଶ୍ୟକ ପାଠପଢ଼ା ସାମଗ୍ରୀ ଯୋଗାଇ ଦେଉଥିଲା। ସେଥିପାଇଁ ମୁଁ ତା’ପାଖରେ ସର୍ବଦା କୃତଜ୍ଞ ରହିବି। ତେଣୁ ସ୍ଥିର କଲି ଯେ, ପରିବାରର ସମସ୍ତ ସଦସ୍ୟ ଓ ପ୍ରିୟ ପାଇଁ ଉପହାର ନେବା ସହ ଅଭାବଗ୍ରସ୍ତ ସହପାଠୀ ମିତ୍ରମାନଙ୍କ ଲାଗି ଦରକାରୀ ପାଠ୍ୟପୁସ୍ତକ କିଣିବି। କିଣିଲି ମଧ୍ୟ। ସମସ୍ତେ ସମସ୍ତଙ୍କ ଉପହାର ପାଇ ଖୁବ୍‌ ଖୁସି ହେଲେ। ଓଡ଼ିଶା ପ୍ରଶାସନିକ ସେବାରେ କିଛିଦିନ କାର୍ଯ୍ୟରତ ରହିବା ପରେ ୧୯୯୯ରେ ଭାରତୀୟ ଅର୍ଥ ସେବାରେ ୩ୟ ସ୍ଥାନ ରଖି କୃତକାର୍ଯ୍ୟ ହେଲି। ୨୬ ବର୍ଷର ପ୍ରଶାସନିକ ସେବାରେ ମୁଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଯୋଜନା ବିଭାଗ, କୃଷି, ପଶୁପାଳନ, ଖାଦ୍ୟ ପ୍ରସଂସ୍କରଣ, ସମବାୟ, ସ୍ବାସ୍ଥ୍ୟ ଆଦି ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରିପାରିଛି। ସହକାରିତା ମନ୍ତ୍ରଣାଳୟରେ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିଶେଷ କାର୍ଯ୍ୟକାରୀ ଅଧିକାରୀ (ଓଏସ୍‌ଡି) ରୂପେ ୨ ବର୍ଷରୁ ଅଧିକ କାର୍ଯ୍ୟ କରିପାରିଛି। ମୋ ଜୀବନ ଯାତ୍ରାରେ ମୋର ସହଧର୍ମିଣୀ ଈଶିତାଙ୍କର ଅବଦାନ ବହୁତ ରହିଛି। ଜଗନ୍ନାଥଙ୍କ ଅସୀମ କୃପା ସହ ମୋ ପରିବାର ତଥା ମୋ ବନ୍ଧୁ ପ୍ରିୟଙ୍କ ସହଯୋଗରେ ମୁଁ ଆଜି ଭାରତ ସରକାରଙ୍କ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟାରମ୍ଭ କରିବାରେ ସଫଳ ହୋଇଛି। ସରକାରୀ କାର୍ଯ୍ୟ ସହ ବହି ଲେଖିବା, ଖବରକାଗଜରେ ପ୍ରାସଙ୍ଗିକ ବିଷୟର ତର୍ଜମା କରିବା ସହିତ ଗବେଷଣାତ୍ମକ ଲେଖା ଲେଖିଥାଏ। ଭଗବାନଙ୍କ ଅପାର କୃପାରୁ ୮୦ରୁ ଊର୍ଦ୍ଧ୍ୱ ଗବେଷଣାଯୁକ୍ତ ଲେଖା ପ୍ରକାଶିତ ହେବା ସହ ୭ଟି ବହି ଆଦିର ପ୍ରକାଶନରେ ନିଜକୁ ସଂଶ୍ଲିଷ୍ଟ କରାଇପାରିଛି। ୨୦୩୩ ମସିହାରେ ସରକାରୀ କାର୍ଯ୍ୟ ନିବୃତ୍ତ ହେବା ପରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri