ବୁଡିଯିବ କି LIC ଟଙ୍କା? କମ୍ପାନୀ ଉପରେ ୪୭୯.୮୮ କୋଟି ଟଙ୍କାର GST ନୋଟିସ

ନୂଆଦିଲ୍ଲୀ,୨୮।୨: LICକୁ ଶକ୍ତ ଝଟକା! ସାର୍ବଜନୀନ କ୍ଷେତ୍ର ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (LIC) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାମଗ୍ରୀ ଓ ସେବା କର (GST) ପୈଠ କରିବା ପାଇଁ ୪୭୯.୮୮ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପାଇଛି। ୨୭ ଫେବୃଆରୀରେ କମ୍ପାନୀ ଷ୍ଟକ ବଜାରକୁ ଏ ବାବଦରେ ସୂଚନା ଦେଇଛି।

LIC GST Notice: ମୁମ୍ବାଇସ୍ଥିତ ମହାରାଷ୍ଟ୍ର ରାଜ୍ୟ ଟିକସ ଉପ-କମିଶନରଙ୍କ ଦ୍ୱାରା LICକୁ ଏହି ନୋଟିସ ଜାରି କରାଯାଇଛି। କମ୍ପାନୀକୁ ପଠାଯାଇଥିବା GST ନୋଟିସରେ ସୁଧ ଓ ଜରିମାନା ମଧ୍ୟ ଅନ୍ତର୍ଭୁକ୍ତ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, LIC ୨୭ ଫେବୃଆରୀ, ୨୦୨୫ ରେ ଏକ ନିର୍ଦ୍ଦେଶ ହୋଇଥିଲା,ଯେଉଁଥିରେ କୁହାଯାଇଥିଲା ଯେ କମ୍ପାନୀ ଭୁଲ ଭାବରେ ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ପାଇଛି, ଯାହା ଫଳରେ ଟ୍ୟାକ୍ସ ଲାଇବିଲିଟିରେ ହ୍ରାସ ଦେଖାଦେଇଛି । ଏହି ଆବେଶରେ ୨୪୨.୨୩ କୋଟି ଟଙ୍କାର GST, ୨୧୩.୪୩ କୋଟି ଟଙ୍କାର ସୁଧ ଓ ୨୪.୨୨ କୋଟି ଟଙ୍କାର ଜରିମାନା ସାମିଲ ଅଛି ।

LIC GST Notice: ଏଲଆଇସି ସ୍ପଷ୍ଟ କରିଛି ଯେ ଏହା ଏହି ଆଦେଶ ବିରୋଧରେ ମୁମ୍ବାଇର ଯୁଗ୍ମ ରାଜ୍ୟ ଟିକସ କମିଶନର (ଆପିଲ)ଙ୍କ ନିକଟରେ ଆବେଦନ କରିପାରିବ। ଏହା ସହିତ, କମ୍ପାନୀ ଏହା ମଧ୍ୟ କହିଛି ଯେ ଏହି ନୋଟିସ ଏହାର ଆର୍ଥିକ ସ୍ଥିତି, କାର୍ଯ୍ୟ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ନାହିଁ।

LIC GST Notice: ଏଲଆଇସି ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ, ତେଣୁ ଏହି ନୋଟିସ ଷ୍ଟକ ବଜାରରେ ନିବେଶକଙ୍କୁ ପ୍ରଭାବିତ କରିପାରେ। ଏହା କମ୍ପାନୀର ଆର୍ଥିକ ପ୍ରଦର୍ଶନ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ, କିନ୍ତୁ ଏହା ଏହାର tax compliance process ଉପରେ ପ୍ରଶ୍ନ ଉଠାଇପାରେ। ଏହି ସମସ୍ୟାର ସମାଧାନ ପାଇଁ LIC ଖୁବ ଶୀଘ୍ର ଆଇନଗତ ପ୍ରକ୍ରିୟା ଅନୁସରଣ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri