Posted inଫୁରସତ

ଶାନ୍ତି ପ୍ରତିଷ୍ଠାରେ ସାମାଜିକ ନ୍ୟାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ମଣିଷ ମଣିଷ ଭିତରେ ଏପରି କି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି। ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧାକୁ ହଟାଇ ଦେବା ଦ୍ୱାରା ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃଆରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବାପରେ ୨୦୦୯ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏକ ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ,୨୦୦୮ରେ କରାଯାଇଥିତ୍ଲା। ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ଦିଶା ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।
୨୦୦୮ ପରେ ନିଯୁକ୍ତି ହାର ବାର୍ଷିକ ୦.୧ ପ୍ରତିଶତ ବୃଦ୍ଧି ପାଉଛି। ଏହା ୨୦୦୦ରୁ ୨୦୦୭ ମଧ୍ୟରେ ଥିଲା ୦.୯ ପ୍ରତିଶତ। ଏବେ ସୁଦ୍ଧା ୬୦ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ପ୍ରକାର କାମ ଉପଲବ୍ଧ ହୋଇପାରିନି। ୪୫ ପ୍ରତିଶତରୁ ସାମାନ୍ୟ ଅଧିକ ଶ୍ରମିକ ସ୍ଥାୟୀ ଓ ପୂରା ଦରମା ପାଉଛନ୍ତି ଏବଂ ଏହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନିଯୁକ୍ତି ପାଇବା ଯୋଗ୍ୟ ବୟସରେ ୨୦୧୮ରେ ୨୦୧ ମିଲିୟନ ଲୋକ କାମ ପାଇ ନ ଥିବାବେଳେ ୨୦୧୯ରେ ୨୧୨ ମିଲିୟନ ଲୋକ କାମ ନ ପାଇ ରହିଛନ୍ତି। ଏଣୁ ୨୦୩୦ ସୁଦ୍ଧା ୬୦୦ ମିଲିୟନ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସାମାଜିକ ନ୍ୟାୟ ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri