ସୁନାବେଡ଼ା,୧୪ା୨(କୃତ୍ତିବାସ ପ୍ରଧାନ)-ସୁନାବେଡ଼ା ଥାନା ଅଧୀନ ୨୬ନଂ. ଜାତୀୟ ରାଜପଥ ଟିମ୍ବର ବ୍ରିଜ୍ ଉପରେ ସ୍କୁଟି ରଖି ବାପାଙ୍କ ଆଗରେ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜାନୀଗୁଡ଼ା ଗ୍ରାମର ପାକୁଳୁ ଜାନୀଙ୍କ ପୁଅ ମଦନ ଜାନୀ(୨୨) ୨ ମାସ ହେବ ହାଲ୍ ସହରାଞ୍ଚଳରେ ଅସ୍ଥାୟୀ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ କିଛିଦିନ ହେବ ତାଙ୍କ ସ୍ତ୍ରୀଙ୍କ ସହ ସୁନାବେଡ଼ା ଚିକାପାର ଗଁାରେ ରହୁଥିଲେ। ଶୁକ୍ରବାର ବାପା ପାକୁଳୁ ତାଙ୍କୁ ଗାଁକୁ ଯିବାକୁ ଡାକିଥିଲେ। ବାପପୁଅ ଦୁଇଟି ଗାଡ଼ିରେ ଗାଁ ଅଭିମୁଖେ ବାହାରିଥିଲେ। ମଦନ ଠିକ୍ ଟିମ୍ବର ବ୍ରିଜ୍ ମଝାମଝିରେ ସ୍କୁଟିକୁ ରଖି ହଠାତ୍ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ।
ପଛରେ ବାଇକ୍ରେ ଆସୁଥିବା ତାଙ୍କ ବାପା ଏହା ଦେଖି ତୁରନ୍ତ ସୁନାବେଡ଼ା ପୋଲିସକୁ ଖବର ଦେଇଥିଲେ। ସୁନାବେଡ଼ା ଥାନା ଅଧିକାରୀ ସୁସୁମା କୁହଁର ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହ ସେମିଳିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସେମିଳିଗୁଡ଼ା ଅଗ୍ନିଶମ ବିଭାଗର ଏଲ୍ଏଫ୍ଏମ୍ ବିଜୟ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଜେ.ଏମ୍ . ନାୟକ, ଆର୍. ଜାନୀ, ଏସ୍ସିଏଚ୍ ଶବର,ଏନ୍. ମାଝୀ ୫ ଜଣିଆ ଟିମ୍ ଜଳଭଣ୍ଡାରରେ ସନ୍ଧାନ ଜାରି ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକଙ୍କ କୌଣସି ସନ୍ଧାନ ମିଳି ନ ଥିବା ସୂଚନା ମିଳିଛି।


