କଳାହାଣ୍ଡିରେ ସରିଲା ଖରିଫ୍‌ ଧାନକିଣା:ଗତ ବର୍ଷଠାରୁ ଅଧିକ ଧାନ ସଂଗ୍ରହ

ଭବାନୀପାଟଣା,୧୧ା୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ ତାରିଖଠାରୁ ଚାଲିଥିବା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ଚଳିତ ଖରିଫ୍‌ରେ ଜିଲାରେ ୬୪ଲକ୍ଷ ୬ହଜାର ୧୯୧ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଟାର୍ଗେଟ ମଗାଯାଇଥିଲା। ସେଥିରୁ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୨୨୩ଟି ମଣ୍ଡି ଜରିଆରେ ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଗତବର୍ଷ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ୫୧ ଲକ୍ଷ ୨୬ହଜାର ରହିଥିଲା। ଯାହାକି ଏଥର ୯ଲକ୍ଷ ୭୦ହଜାର ୮୦୭ କୁଇଣ୍ଟାଲ ଅଧିକ ରହିଛି। ଶେଷ ଦିନରେ ଅର୍ଥାତ୍‌ ସୋମବାର ଲାଞ୍ଜିଗଡ ମଣ୍ଡିରେ ୪ ଜଣ ଚାଷୀ ୧୬୮.୬୮ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି। ଏଥର ଜିଲାରେ ୨୨୩ଟି ମଣ୍ଡିରେ ୮୪ ମିଲର୍ସ ନିଯୁକ୍ତ ହୋଇଥିଲେ। ଏଥର ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିଲା ବୋନ୍‌ସ ଟଙ୍କା। ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ଭାଜପା ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୮ଶହ ଟଙ୍କା ବୋନସ୍‌ ଦେବା ପାଇଁ ଘୋଷଣା କରାଯାଇଥିଲା। ଭାଜପା ସରକାରୀ ଆସିବା ପରେ ଏହା କାର୍ଯ୍ୟକାରୀ ହୋଇଛି। ଚଳିତ ଖରିଫ୍‌ରେ କଳାହାଣ୍ଡି ଜିଲାର ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୪୮୭ କୋଟି ୭୪ ଲକ୍ଷ ୪୫ହଜାର ୬ଶହ ଟଙ୍କା ଅଧିକ ବୋନ୍‌ସ ଟଙ୍କା ପାଇଛନ୍ତି। ଏହାକୁ ନେଇ ଜିଲାର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଧାନ କୁଇଣ୍ଟାଲ ୩୧ ଶହ ହେବା ପରେ ଗତ ବର୍ଷଠାରୁ ଏଥର ୯ଲକ୍ଷ ୭୦ହଜାର ୮୦୭ କୁଇଣ୍ଟାଲ ଅଧିକ ରହିଛି। ଏଥିରୁ ଜିଲାରେ ଚାଷୀମାନେ ଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପ୍ରମାଣିତ ହୋଇଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁଙ୍କୁ ପଚାରିବାରୁ ଜିଲାରେ ଚଳିତ ଖରିଫ୍‌ ଧାନ ସଂଗ୍ରହ ଗତ ବର୍ଷଠାରୁ ଅଧିକ ହୋଇଥିବାବେଳେ ଚାଷୀମାନେ ମଧ୍ୟ ବୋନସ୍‌ ଟଙ୍କା ପାଇ ବେଶ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri