Posted inଜାତୀୟ

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ ସିଂ ଅନେକ ସୁବିଧା ପାଇଥିଲେ। ଏହା ବ୍ୟତୀତ ସେ ପ୍ରତି ମାସରେ ୨୦ହଜାର ଟଙ୍କା ପେନଶନ ମଧ୍ୟ ପାଉଥିଲେ। ଏବେ ପ୍ରଶ୍ନ ହେଉଛି, ତାଙ୍କ ମୃତ୍ୟୁ ପରେ ଏହି ପେନସନ କିଏ ପାଇବ? କେଉଁ ପରିବାର ସଦସ୍ୟଙ୍କ ଉପରେ ଏହାର ଅଧିକାର ରହିବ? ଏଥି ସହିତ, କେଉଁ ସଦସ୍ୟମାନେ ଅନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ପାଇବେ?

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ଡକ୍ଟର ମନମୋହନ ସିଂଙ୍କୁ ନୂଆଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗ ୩ରେ ଅବସ୍ଥିତ ଏକ ବଙ୍ଗଳା ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପ୍ରଥମ ପାଞ୍ଚ ବର୍ଷରେ ବିଶେଷ ସୁବିଧା ଦିଆଯାଇଥିଲା, କିନ୍ତୁ ଏହା ପରେ ନିୟମ ଅନୁଯାୟୀ ପରିବର୍ତ୍ତନ କରାଯାଇଥିଲା। ମନମୋହନଙ୍କୁ ପ୍ରଥମ ବର୍ଷ ପାଇଁ ଏସପିଜି ସୁରକ୍ଷା ଦିଆଯାଇଥିଲା। ଏହା ପରେ ତାଙ୍କୁ Z ପ୍ଲସ ସୁରକ୍ଷା ଦିଆଯାଇଥିଲା। ଏହା ବ୍ୟତୀତ ସେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ସୁବିଧା ପାଉଥିଲେ। ଯେଉଁଥିରେ ମାସକୁ ୨୦ହଜାର ଟଙ୍କା ପେନଶନ, ସାରାଜୀବନ ପାଇଁ ମାଗଣା ଚିକିତ୍ସା ସୁବିଧା, ଗୋଟିଏ ବର୍ଷରେ ୬ଟି ଘରୋଇ ବିମାନ ଟିକେଟ, ମାଗଣା ରେଳ ଯାତ୍ରା, ସାରା ଜୀବନ ମାଗଣା ବିଦ୍ୟୁତ ଏବଂ ପାଞ୍ଚ ବର୍ଷ ପରେ ଏକ ବ୍ୟକ୍ତିଗତ ସହାୟକ ଏବଂ ଏକ ପିଅନ ମଧ୍ୟ ଦିଆଯାଇଥିଲା। ଏହା ବ୍ୟତୀତ ଅଫିସ ଖର୍ଚ୍ଚ ପାଇଁ ବାର୍ଷିକ ଛଅ ହଜାର ଟଙ୍କା ମଧ୍ୟ ଦିଆଯାଉଥିଲା।

ମନମୋହନ ସିଂ ପ୍ରତି ମାସରେ ୨୦ ହଜାର ଟଙ୍କା ପେନଶନ ପାଉଥିଲେ। ନିୟମ ଅନୁଯାୟୀ, ବର୍ତ୍ତମାନ ଏହି ପେନଶେନ ତାଙ୍କ ସ୍ତ୍ରୀ ଗୁରୁଶରଣ କୌରଙ୍କୁ ଦିଆଯିବ। ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ପଅଦାନ କରାଯିବ। ଯଦି ଆମେ ସୁବିଧା ବିଷୟରେ କଥା ହେବା, ତେବେ ମନମୋହନ ସିଂଙ୍କ ସ୍ତ୍ରୀ ଏବଂ ତାଙ୍କୁ ନିର୍ଭରଶୀଳ ଥିବା ପରିବାର ସଦସ୍ୟମାନେ ଏହି ସୁବିଧା ପାଇବେ। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା, ରେଳବାଇରେ ମାଗଣା ଯାତ୍ରା ଏବଂ ରିହାତି ମୂଲ୍ୟରେ ବିମାନ ଯୋଗେ ଯାତ୍ରା କରିବାର ସୁବିଧା ଅନ୍ତର୍ଭୁକ୍ତ ହେବ। ଏଥି ସହିତ, ସୁରକ୍ଷାକର୍ମୀ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ମଧ୍ୟ ଅକ୍ଷୁର୍ଣ୍ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri