ଫେବୃଆରୀ ୨୮ରୁ ଇଣ୍ଡ୍‌ପ୍ଲାସ୍‌-୨୫

ଭୁବନେଶ୍ୱର,୧୯।୧୨: ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ ଫେଡେରେଶନ (ଆଇପିଏଫ୍‌)ର ବହୁ ପ୍ରତୀକ୍ଷିତ ବି୨ବି କାର୍ଯ୍ୟକ୍ରମ ତଥା ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ‘ଇଣ୍ଡ୍‌ପ୍ଲାସ୍‌-୨୫’ର ୧୦ମ ସଂସ୍କରଣ କୋଲକାତାର ବିଶ୍ୱ ବାଙ୍ଗଳା ମେଳା ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଏହି ମେଳା ୨୦୨୫ ଫେବୃଆରୀ ୨୮ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରଦର୍ଶନୀରେ ପ୍ଲାଷ୍ଟିକ୍‌ ଇଣ୍ଡଷ୍ଟ୍ରିର ବିକାଶ ଏବଂ ନୂତନ ସୁଯୋଗକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକାଭିମୁଖୀ କରାଯିବ।
ଏହି ପରିପ୍ରେକ୍ଷୀରେ ଆଇପିଏଫ୍‌ ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଣ୍ଡ୍‌ପ୍ଲାସ୍‌-୨୫ କମିଟିର ଚେୟାରମ୍ୟାନ୍‌ ଅଶୋକ ଜାଜୋଡିଆ, ଆଇପିଏଫ୍‌ର ଉପାଧ୍ୟକ୍ଷ ଅମିତ ଅଗ୍ରଓ୍ବାଲ ଏବଂ ସଚିବ ଶ୍ୟାମଲାଲ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ରହି ‘ଇଣ୍ଡ୍‌ପ୍ଲାସ୍‌-୨୫’ର ଆଭିମୁଖ୍ୟ ଓ ପ୍ରଦର୍ଶନୀ ସମ୍ବନ୍ଧୀୟ ବିଷୟବସ୍ତୁକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ସେହିଭଳି ଆଇପିଏଫ୍‌ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ପ୍ଲାଷ୍ଟିକ୍‌ ଉତ୍ପାଦନ, ପ୍ରକ୍ରିୟାକରଣ, ପୁନଃ ବ୍ୟବହାର ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ଅଭ୍ୟାସରେ ପ୍ରୟୋଗ ଇତ୍ୟାଦି ସାମିଲ ରହିଛି। ଏହି ଅବସରରେ ୪୦୦ରୁ ଅଧିକ ପ୍ରଦର୍ଶକ, ଯନ୍ତ୍ରପାତି, କଞ୍ଚାମାଲ, ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ମଧ୍ୟରେ ଉଦ୍ଭାବନ ପ୍ରଦର୍ଶନ କରିବେ। ଏହି ଚାରିଦିନିଆ ଶୋ’ରେ ୧,୫୦,୦୦୦ରୁ ଅଧିକ ପରିଦର୍ଶକ ଏବଂ ବିଦେଶୀ ଅଂଶଗ୍ରହଣକାରୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଦେଶରୁ ପ୍ରଦର୍ଶକମାନେ ଆସିବେ ବୋଲି ଆଶା ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଇଣ୍ଡ୍‌ପ୍ଲାସ୍‌’୨୫ ପୂର୍ବ ଭାରତର ସର୍ବବୃହତ୍‌ ବି୨ବି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ହେବାକୁ ଯାଉଛି। ଏଥିରେ ଭାରତ ସମେତ ତାଇୱାନ, ଚାଇନା , ମାଲେସିଆ, ଭିଏଟ୍‌ନାମ, ଥାଇଲାଣ୍ଡ, ଜର୍ମାନୀ, ଆମେରିକା ଏବଂ ଇରାନ ଭଳି ଅନ୍ୟାନ୍ୟ ଦେଶରୁ ବିଦେଶୀ ପ୍ରଦର୍ଶକମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏପରିକି ଭାରତୀୟ ଭିସା ନୀତି ଯୋଗୁ ଅନେକ ଚାଇନା ପ୍ରଦର୍ଶକ ଉପସ୍ଥିତ ହେବାକୁ ଅସମର୍ଥ ହୋଇଥିବାବେଳେ ଉଭୟ ଭାରତୀୟ ଏବଂ ଆନ୍ତର୍ଜାତିକ ଯନ୍ତ୍ରପାତି, କଞ୍ଚାମାଲ, ଆନୁଷଙ୍ଗିକ ସେବା ଓ ଯୋଗାଣକାରୀ ଏବଂ ମାଷ୍ଟରବ୍ୟାଚ୍‌ ଉତ୍ପାଦନକାରୀଙ୍କଠାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri