ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କିଛି ମାସ ତଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଘଟଣା ଥୁଆମୂଳ ରାମପୁର ବ୍ଲକ ରାଜନୀତିକୁ ସରଗରମ କରିଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶାସନ ପକ୍ଷରୁ ଗ୍ରୀନ ସିଗ୍‌ନାଲ ମିଳିଛି। ପଞ୍ଚାୟତ ସମିତି ରାଜ ଆଇନ ୧୯୫୯ର ଧାରା ୪୬ ବି (୧) ଏବଂ (୨) ଅନୁସାରେ ତାଙ୍କ ଅନାସ୍ଥା କାଟ୍‌ ଖାଇଯିବାରୁ କଳାହାଣ୍ଡି ଉପଜିଲାପାଳ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି। ଏବଂ ପୁଣି ତାଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଭବାନୀପାଟଣା, କଳାହାଣ୍ଡି ପତ୍ରସଂଖ୍ୟା ୯୩୭୮ ଅନୁସାରେ ମଙ୍ଗଳବାର ଆଦେଶ ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଅଧ୍ୟକ୍ଷଙ୍କ ସମର୍ଥକମାନେ ପଦ ଫେରି ପାଇଥିବାରୁ ଖୁସିର ଉତ୍ସବ ମନାଉଥିବା ବେଳେ ପୁଣି ତାଙ୍କ ମାଳିଗାଁ ପଞ୍ଚାୟତର ସମର୍ଥକ ସରପଞ୍ଚ ବାସନ୍ତୀ ଝୋଡ଼ଇଙ୍କ ନାମରେ କଳାହାଣ୍ଡି ଉପଜିଲାପାଳଙ୍କୁ ମାଳିଗାଁ ନାଏବ ସରପଞ୍ଚ ଫୁଲମଣୀ ମାଝୀଙ୍କ ନେତୃତ୍ୱରେ ୭ ଜଣ ଓ୍ବାର୍ଡ ସଭ୍ୟା-ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ନେଇ ପୁଣି ଥୁଆମୂଳ ରାମପୁର ରାଜନୀତି ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନା ମୁତାବକ ଗତ ମାସ ୧୨ ତାରିଖରେ ପ୍ରଥମଥର ମାଳିଗାଁ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟ ସରପଞ୍ଚଙ୍କ ବିରୋଧରେ କଳାହାଣ୍ଡି ଉପଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ତାହାର କାର୍ଯ୍ୟ କରିବା ବିଳମ୍ବ ହେତୁ ପୁଣି ଗୁରୁବାର ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳ କାର୍ଯ୍ୟାଳୟ ଯାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ମାଳିଗାଁ ସରପଞ୍ଚ ବାସନ୍ତୀ ଝଡ଼ିଆଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଅନାସ୍ଥା ପ୍ରସ୍ତାବ ଆଗତ କରିବା ନେଇ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ମୁତାବକ ସରପଞ୍ଚ ବାସନ୍ତୀ ଝଡ଼ିଆ ପଞ୍ଚାୟତରେ ସଠିକ୍‌ ଭାବରେ ବୈଠକ ଆୟୋଜନ କରୁ ନ ଥିବାରୁ ନାଏବ ସରପଞ୍ଚ, ସମସ୍ତ ଓ୍ବାର୍ଡମେମ୍ବର ପଞ୍ଚାୟତର କି କି କାମ କେଉଁ ଯୋଜନାରୁ କେତେ ଟଙ୍କା ଆସୁଛି ଏବଂ କେଉଁ କେଉଁ ଜାଗାରେ ହେଉଛି ତାହା ଆମେ ଜାଣିପାରୁ ନାହୁଁ ତା’ ସହ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ନିୟମିତ ଖୋଲାଯାଉ ନାହିଁ ଏକଥା କହିଲେ ସରପଞ୍ଚ ଭଡ଼ା ଗୁଣ୍ଡା ଲଗେଇ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ରାସ୍ତାରେ ଧମକ ଚମକ କରୁଥିବା ସମେତ ସରକାରୀ ପଇସା ଆତ୍ମସାତ କରୁଥିବା ଘଟଣାକୁ ନେଇ ନେଇ ଅସନ୍ତୋଷ ପ୍ରକାଶ କରି ବୈଠକରେ ସମସ୍ତଙ୍କର ନିଷ୍ପତ୍ତିରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଜିଲାପାଳଙ୍କ ପାଖରେ ଫେରାଦ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri