ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ

ଯାଜପୁର/କାଏମା, ୨୨ା୧୧ (ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି): ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ସେ ନିନ୍ଦା କରିଛନ୍ତି। ହିମାଂଶୁ ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ଭାଜପା ସରକାର ଏଭଳି ଗୁଣ୍ଡାଗର୍ଦ୍ଦିକୁ ପ୍ରଶୟ ଦେବ ନାହିଁ। ଦୀର୍ଘ ୨୫ବର୍ଷ ହେଲା ବିଜେଡି ମନଇଚ୍ଛା ଶାସନ କରି ଟଙ୍କା ରୋଜଗାର କରି ଆସୁଥିଲା। ସରକାର ପରିବର୍ତ୍ତନ ପରେ ସେମାନଙ୍କ ସ୍ବାର୍ଥରେ ହାନି ଘଟୁଛି, ଯଦ୍ବାରା ସେମାନେ ଟଙ୍କା ରୋଜଗାର କରି ପାରୁନାହାନ୍ତି। ତେଣୁ ରାଜନୈତିକ ଆକ୍ରୋଶମୂଳକ ଭାବେ ରାସ୍ତା ଉପରେ ଲୁହାରଡ୍‌ ଧରି ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଛି ବୋଲି ହିମାଂଶୁ କହିଛନ୍ତି।
ଯାଜପୁର ଡିଡିଏମ୍‌ଙ୍କ କାର୍ଯ୍ୟାଳୟକୁ ହିମାଂଶୁ ଯାଉଥିବାବେଳେ ବୁଧବାର ରାତି ପ୍ରାୟ ୭ଟାରେ ଯାଜପୁର ଟାଉନ ନିକଟସ୍ଥ ବୁଢ଼ାଘାଟ ବ୍ରିଜ ନିକଟରେ କେତେଜଣ ବିଜେଡି କର୍ମୀ ରାସ୍ତାରୋକୋ ଆନ୍ଦୋଳନ କରୁଥଲେ। ତେଣୁ ରାସ୍ତା ଜାମ ରହିଥିଲା। ବିଧାୟକଙ୍କ ଗାଡ଼ି ମଧ୍ୟ ଏହି ଭିଡ଼ରେ ଥିବାବେଳେ ହଠାତ୍‌ ୨୦ରୁ ୩୦ ଜଣ ବିଜେଡି ସମର୍ଥକ ବିଧାୟକଙ୍କ ଗାଡ଼ି ଆଡ଼କୁ ମାଡି ଆସି ଲୁହାରଡ୍‌, ଠେଙ୍ଗା ଓ ଢେଲା ଧରି ହଠାତ୍‌ ଆକ୍ରମଣ କରିଥିଲେ। ସେମାନେ ବବି ଦାସଙ୍କ ଲୋକ କହିବା ସହିତ ତାଙ୍କୁ ମାରିବାକୁ ପଠାଇଛନ୍ତି ବୋଲି ସ୍ଲୋଗାନ କରିଥିଲେ। ତାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାୟକଙ୍କ ଉପରେ ଆକ୍ରମଣ ଖବର ପାଇ ଭାଜପା ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ଖବର ପାଇ ଯାଜପୁର ଏସ୍‌ପିଙ୍କ ସହ ଯାଜପୁର ସଦର ଏବଂ ଟାଉନ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ। ପରେ ବିଳମ୍ବିତ ରାତିରେ ଅତିରିକ୍ତ ଡିଜି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତିକୁ ଆୟତ୍ତ କରିଥିଲେ। ତେବେ ବିଧାୟକ ହିମାଂଶୁଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ତାଙ୍କ ସମର୍ଥକ ସଦର ଥାନା ଘେରାଉ କରିବା ସହ ବିଧାୟକଙ୍କ ସୁରକ୍ଷା କର୍ମୀ ଶକ୍ତି ସାମନ୍ତ ରାଉତ ୨୬ ଜଣଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବିଧାୟକ ହିମାଂଶୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri